ସୋନପୁରରୁ ଶାହା, ଦକ୍ଷିଣ ଓଡ଼ିଶାରୁ ପାଣ୍ଡିଆନ୍ କଲେ ପ୍ରଚାର ….ଦିନେ ଏକାଠି ହୋଟେଲରେ ବସି ଜଳଖିଆ କରିଥିଲେ…

ସୋନପୁର/ବିଷମକଟକ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବଭଳି…

Read More

କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ନବୀନ ପଟ୍ଟନାୟକ…କେତେ ଫଳପ୍ରଦ ହେବ ଏହି ଯୋଜନା…

ଭୁବନେଶ୍ୱର : ରାଜ୍ୟରେ ଲଗାତର ପଞ୍ଚମ ଥର ବିଜେଡି ନିର୍ବାଚନ ଜିତି ସାରିଛି। ଷଷ୍ଠ ଥର ଜିତି ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଛି। ମାତ୍ର ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ସାମଗ୍ରିକ ପ୍ରଦର୍ଶନ ଓ ସାମ୍ପ୍ରତିକ ରାଜନୈତିକ ସ୍ଥିତି ବିଜେଡିର ରଣନୀତି ପରିବର୍ତ୍ତନ କରିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପଶ୍ଚିମ ଓଡ଼ିଶାରୁ ଲଢିବାକୁ ଯାଉଛନ୍ତି। ସେ ବିଜେପୁର,ବରଗଡ଼, ନର୍ଲା  କି ରେଢାଖୋଲରୁ ପ୍ରାର୍ଥୀ ହୋଇ ନାହାନ୍ତି।  ଆଜି ବିଜେଡ଼ିର ପଞ୍ଚମ ପ୍ରାର୍ଥୀ…

Read More

ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ

ଭୁବନେଶ୍ବର : ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି । ଗତକାଲି (ଏପ୍ରିଲ ୧୧) ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, (ଆଇଏଏସ୍) ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ ।…

Read More

General Election 2024 : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ଓ କଂଗ୍ରେସ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଜାରି ରହିଛି ପ୍ରାର୍ଥୀ ଘୋଷଣା ପର୍ବ। ଏହି କ୍ରମରେ ମଙ୍ଗଳବାର ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବିଜେପି ୧୧୨ଟି ବିଧାନସଭା ଆସନ, କଂଗ୍ରେସ – ୮ ଲୋକସଭା ଏବଂ ୪୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।  ଏହି କ୍ରମରେ ବିଜେପିରୁ ବିଧାନସଭା ପ୍ରାର୍ଥୀ ଭାବେ ପଦ୍ମପୁର- ଗୋବର୍ଦ୍ଧନ ଭୁଏ, ବିଜେପୁର- ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି।…

Read More

ବିଜେଡି ସହ ସମ୍ପର୍କ ଛିଣ୍ଡେଇଲେ ଭର୍ତ୍ତୃହରି ମହତାବ……କ୍ଷୋଭର ସହ କହିଲେ ବହୁତ କଥା…..

ଭୁବନେଶ୍ୱର :  କଟକ ଏମପି ତଥା ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଖବରଦାତା ସମ୍ମିଳନୀ କରି ସେ କଟକରେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ। ଶ୍ରୀ ମହତାବ କହିଥିଲେ ଯେ, ଭଗ୍ନ ହୃଦୟରେ ବିଜେଡିରୁ ଇସ୍ତଫା ଦେଉଛି। ମୋ ଧୈର୍ଯ୍ୟ ସୀମା ଲଂଘନ କରିଛି। ସେଥିପାଇଁ ଏ ନିଷ୍ପତ୍ତି ନେଇଛି।…

Read More

କାହିଁକି ରାଜ୍ୟ ବିଜେପି ମେଣ୍ଟ ପାଇଁ ରାଜି ହେଲାନି…ବିନା ମେଣ୍ଟରେ ପ୍ରଥମ ଥର ନିର୍ବାଚନକୁ ଯିବେ ମନମୋହନ..

ଭୁବନେଶ୍ୱର :  ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ଏକାକୀ ଲଢିବ । ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଅପରାହ୍ନରେ ଏହି ଘୋଷଣା କରିଛନ୍ତି। ଶ୍ରୀ ସାମଲ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାକୁ ଫେରିଛନ୍ତି।  କିଛି ଦିନ ମଧ୍ୟରେ ରାଜ୍ୟର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।  ଶ୍ରୀ ସାମଲ ନିଜର ସମସ୍ତ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର…

Read More

କୁଆଡେ ଗଲେ ବିଜେଡିର ଚିଲିକା ବିଧାୟକ ପ୍ରାର୍ଥୀ……

ପୁରୀ : ପୁରୀ ଜିଲ୍ଲାର ଚାରୋଟି, ଖୋରଧା ଜିଲ୍ଲାର ଗୋଟିଏ ଏବଂ ନୟାଗଡ଼ ଜିଲ୍ଲାର ଦୁଇଟି ଆସନକୁ ନେଇ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ। ବିଜେଡି ତାହାର ପ୍ରଥମ ନିର୍ବାଚନୀ ସମୀକ୍ଷାରେ ଆଶାୟୀ ପ୍ରାର୍ଥୀମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହି ଆଶାୟୀମାନେ ହେଉଛନ୍ତି-ପୁରୀ ସଦର-ସୁନୀଲ ମହାନ୍ତି, ସତ୍ୟବାଦୀରୁ ସଞ୍ଜୟ କୁମାର ଦାସବର୍ମା, ବ୍ରହ୍ମଗିରୀରୁ ଉମାକାନ୍ତ ସାମନ୍ତରାୟ, ପିପିଲିରୁ ରୁଦ୍ର ମହାରଥି, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ନୟାଗଡ଼ରୁ ଅରୁଣ ସାହୁ ଏବଂ ରଣପୁରରୁ ସତ୍ୟନାରାୟଣ ପ୍ରଧାନ।…

Read More

ବ୍ରହ୍ମପୁର ଲୋକସଭା କିମ୍ବା ଏହା ଅଧିନର କୌଣସି ବିଧାନସଭା ପାଇଁ ସ୍ପଷ୍ଟ ସଙ୍କେତ ଦେଲେନି ନବୀନ

ଭୁବନେଶ୍ୱର : ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ।  ସେ…

Read More

ମେଣ୍ଟ ଚର୍ଚ୍ଚାକୁ ଝୁଲାଇ ରଖିଲେ ଭି.କେ ପାଣ୍ଡିଆନ୍, ଅମିତ ଶାହାଙ୍କ ପରି କଥା ମୋଦି-ନବୀନଙ୍କ ଉପରେ ଛାଡିଲେ …

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ତୃତୀୟ ଥର କ୍ଷମତାକୁ ଆସିବା ନେଇ ମେଣ୍ଟ ଆବଶ୍ୟକ ନାହିଁ।  ମୋଦିଙ୍କୁ ବିଜେଡିର ସହଯୋଗ ଆବଶ୍ୟକ ନାହିଁ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ମେଣ୍ଟ ଦରକାର ନାହିଁ। ମେଣ୍ଟ ନେଇ ଯେଉଁ ଆଲୋଚନା ରହିଛି, ତାହା ସାଧାରଣ ରାଜନୈତିକ ଚର୍ଚ୍ଚାରୁ ଉର୍ଦ୍ଧ୍ୱରେ । ଦୁଇଜଣ ଉତ୍ତୃଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ଏକ ବୃହତର ସ୍ୱାର୍ଥ ପାଇଁ ପରସ୍ପରକୁ ସମ୍ମାନ କରନ୍ତି। ଏହା…

Read More

ମନମୋହନଙ୍କ କଥା ଆଉ ରାଜଧାନୀ ପାଗ..ଘଣ୍ଟାକୁ ଘଣ୍ଟା ବଦଳିଲା…General Election 2024

ନୂଆଦିଲ୍ଲୀ : ମାର୍ଚ୍ଚ ମାସ ୧୪ ତାରିଖ, ଗୁରୁବାର। ଭୁବନେଶ୍ୱରର ସକାଳୁଆ ପାଗ ହାଲକା ଖରା। ହେଲେ ସାମାନ୍ୟ ଗୁଳୁଗୁଳି। ମଧ୍ୟାହ୍ନରେ ଖରା ମଧ୍ୟମ ଧରଣର। ଗୁଳୁଗୁଳି ଟିକେ ବଢିଲା। ଗାଧୁଆ ବେଳ ସରି ଖାଇବା ବେଳକୁ ବର୍ଷା। ବରଷିଲା ହେଲେ ବେଶୀ ବରଷିଲା ନାହିଁ। ବର୍ଷା ପରେ ସାମନ୍ୟ ଶୀତଳତା ଲାଗିବା କଥା। ହେଲେ ସେତେ ଲାଗିଲା ନାହିଁ। ଘର ଭିତରେ ଓ ବାହାରେ ଗରମ ସେମିତି ଲାଗିକି ରହିଲା। ଇଏ ତ ଗଲା ମାତ୍ର…

Read More