
ରଙ୍ଗ ବଦଳାଇଦେଲେ କଂଗ୍ରେସ ନେତା ନରସିଂହ ମିଶ୍ର, ସେତେବେଳେ କରୁଥିଲେ ବିରୋଧି, ଏବେ ସପକ୍ଷରେ କହିଲେଣି
ଭୁବନେଶ୍ୱର : ସାରା ଦେଶରେ ମଣ୍ଡଳ କମିସନ ଲାଗୁ ହେବା ପାଇଁ ପ୍ରସ୍ତୁତ ଲାଗି ରହିଥାଏ। ମାତ୍ର ଓଡ଼ିଶା ସରକାର ମଣ୍ଡଳ କମିସନ ସୁପାରିସ୍ ବିରୋଧରେ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସୁପ୍ରିମକୋର୍ଟରେ ମଣ୍ଡଳ କମିସନ ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ନରସିଂହ ମିଶ୍ର ଛିଡ଼ା ହୋଇଥିଲେ। ଏହା ହେଉଛି ନବେ ଦଶକର କଥା। ରାଜ୍ୟରେ ପଛୁଆବର୍ଗଙ୍କୁ ଯେପରି ସଂରକ୍ଷଣରୁ ବଞ୍ଚିତ କରାଯିବ, ସେ ନେଇ ନରସିଂହ ସବୁ ପ୍ରକାର ଚେଷ୍ଟା କରୁଥିଲେ। ଏଥିରେ…