ଜମୁଛି ରାଜନୈତିକ ର‍୍ୟାଲି ରାଜନୀତି.. ମୋଦି…ନବୀନ..ରାହୁଳ… କାହା କାର୍ଯ୍ୟକ୍ରମ ଥିଲା କେମିତି….?

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୨୪ ସରିବାର ବର୍ଷେ ପୂରିଲାଣି। ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଶାସକ ବିଜେପି ଏକାଧିକ ଥର ତାହାର ଶକ୍ତି ପ୍ରଦର୍ଶନ କରିସାରିଛି। ଅନୁରୂପ ଭାବେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। କଂଗ୍ରେସ ମଧ୍ୟ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଲାଣି। ତେବେ କାହାର କାର୍ଯ୍ୟକ୍ରମ କିପରି, ତାହାକୁ ନେଇ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଉଛି। ପ୍ରଥମେ ବିଜେପି କଥା ଆଲୋଚନା କରାଯାଉ। ବିଜେପି…

Read More

ଇନ୍ଦିରା ଗାନ୍ଧୀଙ୍କୁ କାହିଁକି ଜୟ ପ୍ରକାଶ ବୁଝେଇ ପାରିଲେନି ?

ନୂଆଦିଲ୍ଲୀ : (ବିଜୟ ସାହୁ)-ନେହରୁ ଓ ଜୟ ପ୍ରକାଶ ପରିବାର ଗୋଟିଏ ପରିବାର କହିଲେ ଭୁଲ ହେବ ନାହିଁ । ଜୟ ପ୍ରକାଶ ନେହେରୁଙ୍କୁ ବଡ଼ ଭାଇ ଭାବରେ ବିଚାର କରୁଥିଲେ , ତାଙ୍କର ପତ୍ନୀ ପ୍ରଭାବତୀ ଦେବୀ ନେହେରୁଙ୍କ ପତ୍ନୀ କମଳା ନେହରୁଙ୍କୁ ନିଜର ବଡ଼ ଭଉଣୀ ଭାବରେ ବିଚାର କରୁଥିଲେ ।ସେଇ ଦୃଷ୍ଟିରୁ ଦେଖିଲେ ଇନ୍ଦିରା ଗାନ୍ଧୀ ହେଉଛନ୍ତି ଜୟପ୍ରକାଶଙ୍କ ଝିଆରୀ । ଜୟ ପ୍ରକାଶ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଇନ୍ଦୁ ବୋଲି ଡାକୁଥିଲେ…

Read More

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍ କ୍ଷେତ୍ର ସମେତ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଗିନିଆ ଗଣରାଜ୍ୟକୁ ରପ୍ତାନି ପାଇଁ ମାରହୋରା ପ୍ଲାଣ୍ଟରେ ନିର୍ମିତ ଏକ ଅତ୍ୟାଧୁନିକ ଲୋକୋମୋଟିଭକୁ ପତାକା ଦେଖାଇ…

Read More

ପୁଣି ହାଇକୋର୍ଟରେ ସମାଜସେବୀ ରୋଜାଲିନ ହତ୍ୟା ମାମଲା , ଏସପିଙ୍କୁ ରିପୋର୍ଟ ତଲବ।

କେନ୍ଦୁଝର :(ଦିଲ୍ଲୀପ କୁମାର ସାହୁ) – ପୁଣି କେନ୍ଦୁଝରର ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା ଓଡ଼ିଶା ହାଇକୋର୍ଟରେ ଉଠିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନିଜେ ରୋଜାଲିନଙ୍କ ମାଆ ରେବତୀ ସାହୁଙ୍କ ପାଖରୁ ଅଭିଯୋଗପତ୍ର ଅଭିଯୋଗ ଶୁଣାଣିରେ ନେଇ ପୋଲିସ ଡ଼ିଜିଙ୍କ ପାଖକୁ ପଠାଇ ଥିଲେ। ହେଲେ ପୋଲିସ ହତ୍ୟା ଆରୋପୀଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ କିଛି ତଦନ୍ତ ହୋଇନଥିଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତର କଲାନି ବୋଲି ରେବତୀ ସାହୁ କ୍ଷୋଭର…

Read More

ସିଲିଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଲା

କେନ୍ଦୁଝର-୩୧/୧,( ଦିଲ୍ଲୀପ କୁମାର ସାହୁ)- କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକ ଅନ୍ତର୍ଗତ ସିଲଯୋଡା କାଳିମାଟି ଆଇରନ ଓ ମାଙ୍ଗାନିଜ ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ,ସର୍ବନିମ୍ନ ମଜୁରି ପ୍ରଦାନ, ଇପିଏଫ, ଇଏସ୍ଆଇ ,ବାର୍ଷିକ ବୋନସ ପ୍ରଦାନ ନ କରି ଶ୍ରମିକଙ୍କୁ ଶୋଷଣ କରୁଥିବା ସହ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ ଦାୟିତ୍ଵବୋଧ ନ ତୁଲାଇବାର ଅଭିଯୋଗ କରି ଶ୍ରମିକ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି, ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଖଣିରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ନିଜ ଅଧିକାରରୁ…

Read More

ଓଡ଼ିଶା ସରକାରଙ୍କ ମହମ୍ମଦ ବିଲ୍ ତୋଗଲକ କିଏ ? ରାଜ୍ୟ ଅମଲା ମୁଖିଆଙ୍କୁ ଦେଲେ ଦିଲ୍ଲୀରେ ଅତିରିକ୍ତ ନିଯୁକ୍ତି…

ଭୁବନେଶ୍ୱର : ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ପ୍ରଶାସନ ତଥା ଅମଲାଙ୍କ ସେ ମୁଖିଆ। ତାଙ୍କ ପଦର ଗାରିମା ରକ୍ଷା କରିବା ସରକାରଙ୍କ କାମ। ହେଲେ ସେଥିରେ ଏକ ଖରାପ ପରମ୍ପରା ଯୋଡି ହୋଇଯାଇଛି। ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ତାଙ୍କୁ ଅତିରିକ୍ତ ଭାବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଆବାସିକ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟ ଶାସନ ସଚିବ…

Read More

ଗୋଲକ ଏହି ଜିଲ୍ଲା ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ନାହିଁ କାହିଁକି…

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉତ୍ତରାଧିକାରୀ ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟ ଗୁଡିକର ସଭାପତିଙ୍କ ନାମ ଘୋଷଣା କରାଯିବ। ରାଜ୍ୟ ସଭାପତି ଗୁଡିକ ଘୋଷଣା ପୂର୍ବରୁ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ। ଏହି କ୍ରମରେ ଓଡ଼ିଶାରେ ପ୍ରାୟ 37 ସାଙ୍ଗଠନିକ ଜିଲ୍ଲା ରହିଛି। ଯାହାର ସଭାପତିମାନଙ୍କ ନାମ ପ୍ରଥମେ ଘୋଷଣା କରାଯିବ। ଏହି କ୍ରମରେ ଦୁଇଦିନ ପୂର୍ବରୁ ବିଜେପି ୨୩ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି।…

Read More

ରାଜ୍ୟ ବିଜେପିରେ ପ୍ରକୃତରେ କାହା ପାଇଁ ଷଡ଼ଯନ୍ତ୍ର….ମୋହନ ..ନା…ଧର୍ମେନ୍ଦ୍ର….ନା .. ଗୋପରେ ବଢୁଛି ….କଳା କହ୍ନେଇ…

ଭୁବନେଶ୍ୱର : ରାଜ୍ୟ ବିଜେପି କ୍ଷମତାକୁ ଆସିଛି ସତ। ହେଲେ ପୂର୍ଣ୍ଣ ମାତ୍ରାରେ ରାଜ୍ୟର ଶାସନ କଳ ଓ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିପାରିନାହିଁ। ଯାହା ଫଳରେ କେତେକ କାର୍ଯ୍ୟର ସମନ୍ବୟ ଅଭାବ କଥା ସ୍ପଷ୍ଟ ବାରି ହୋଇ ପଡୁଛି। କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାରେ ନିଜ ମନପସନ୍ଦ ଲବିକୁ ଏକମାତ୍ର କ୍ଷମତାକେନ୍ଦ୍ର କରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହାର ଏକାଧିକ ଉଦାହରଣ ଗତ ସାତ ମାସରେ ଆମକୁ ବହୁତ ଦେଖିବାକୁ ମିଳିଲାଣି। ନିକଟରେ ପ୍ରବାସୀ ଭାରତୀୟ…

Read More

PHOTO WAR : ଧର୍ମେନ୍ଦ୍ରଙ୍କ ଚେର କାଟିବାକୁ ହାତ ମିଳେଇ ଦେଲେଣି କି ମୋହନ-ମନମୋହନ…

ଭୁବନେଶ୍ୱର : କଳା, ସାମ୍ବାଦିକତା ଦୁନିଆରେ ଗୋଟିଏ କଥା ଅଛି। ଛବି କଥା କୁହେ। ଖାଲି ସେତକ ନୁହେଁ। ହଜାରେ ଶବ୍ଦକୁ ନେଇ ଗୋଟିଏ ଛବି ହୁଏ। ଛବି ବହୁତ ପ୍ରଭାବୀ। ତାହାର ପ୍ରଭାବ ଜନମାନସ ଉପରେ ମଧ୍ୟ ପଡେ। ଫଟୋ ଥରେ ଉଠେ। ହେଲେ କାଳକାଳକୁ ରହିଯାଏ। ଓଡ଼ିଶା କ୍ଷମତା ରାଜନୀତିରେ ବର୍ତ୍ତମାନ ବିଜେପି। ତେଣୁ ବିଜେପି ଶିବିର ଫଟୋକୁ ନେଇ ଚର୍ଚ୍ଚା ଜୋର। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିଯାଇଛି। ହେଲେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

Read More

ଧର୍ମେନ୍ଦ୍ର-ମନମୋହନ ଛକାପଞ୍ଝା…..ମନମୋହନଙ୍କ ପଛରେ ସାଂସଦ ଲବି…..ଗୋଲକଙ୍କୁ ମାର୍କେଟକୁ ଛାଡି…ଘାଣ୍ଟୁଛନ୍ତି ମୁକୁ…

ଭୁବନେଶ୍ୱର – ସରିଛି ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ, ସରିଛି ପ୍ରବାସୀ ଭାରତୀୟ ଦିବସ। ଏଥର ଉତ୍ସବ କୈନ୍ଦ୍ରିକ ବିଜେପି ଇକୋ ସିଷ୍ଟମ ହେବ ଦଳ ମୁହାଁ। ନଜର ରହିବ ସଙ୍ଗଠନ ହାତଉଛି କିଏ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ ନା ବୈଜୟନ୍ତ-ପ୍ରତାପ-ଅପରାଜିତା ଷଡଙ୍ଗୀ-ଜୁଏଲ ସମର୍ଥନ ଥିବା ମନମୋହନ ସାମଲଙ୍କ କ୍ୟାମ୍ପ। ଉତ୍ସବର ଭିଡ ଭିତରେ ସାମାନ୍ୟ ଶିଥିଳ ହୋଇଯାଇଛି ବିଜେପିର ସଭାପତି ବଛା ଖବର। ଦିନ କେଇଟା ପରେ ପରବର୍ତ୍ତୀ ସଭାପତି ଉପରୁ…

Read More