ଅତନୁ ନିଜ ବହିରେ କାହା ବିଷୟରେ ଲେଖିଛନ୍ତି….. କଣ ରହିଛି ତୃତୀୟ ଅଧ୍ୟାୟରେ…

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ଆସୁଛି। ତାହା ପୁଣି ଖୁବ୍ ଅଳ୍ପଦିନ ଭିତରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକର୍ପଣ ହେବାକୁ ଯାଉଛି। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ୱଲା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ନିମନ୍ତ୍ରଣ ପତ୍ର ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ଅତନୁ ସବ୍ୟସାଚୀଙ୍କ ବନ୍ଧୁ ମଣ୍ଡଳୀ ନିକଟରେ ପହଞ୍ଚି ଗଲାଣି।…

Read More

ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…

Read More

ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ପାଣ୍ଡିଆନଙ୍କୁ ନେଇ ସିନେମା ଆଣୁଛନ୍ତି Gangs of Puri ଟିମ୍

ଭୁବନେଶ୍ୱର: ନିର୍ବାଚନ ସରିଗଲା। ବିଜେଡି ହାରିଗଲା। ବିରୋଧୀ ଦଳ ନେତା ହୋଇଗଲେ ନବୀନ ପଟ୍ଟନାୟକ। ପ୍ରତିଦିନ ଶହ ଶହ ଫଟୋ ଛାଡୁଥିବା ଭି.କେ ପାଣ୍ଡିଆନ ଅବସର ନେବା ନେଇ ମଧ୍ୟ ଘୋଷଣା କଲେ। ହେଲେ ଏହି ଘୋଷଣାକୁ ଧର୍ମକୁ ଆଖିଠାର ବୋଲି କୁହାଯାଇଛି। ନିଜକୁ ଦୂରେଇ ରଖିଥିଲେ ବି ରାଜ୍ୟ ରାଜ୍ୟନୀତିରୁ ନିଜକୁ ପ୍ରାସଙ୍ଗିକ କରି ରଖିଛନ୍ତି ପାଣ୍ଡିଆନ୍। ଏହା ତାଙ୍କ ଅନିଚ୍ଛାରେ ମାତ୍ର ପ୍ରାସଙ୍ଗିକ। ଆହୁରି ଏକ ବିଷୟ ତାଙ୍କ ବିଷୟରେ ଜାଣିବା ନେଇ ଉତ୍ସୁକତା…

Read More

ରାଜ୍ୟ ପୁଲିସ୍ ପ୍ରଶାସନରେ ବଡ଼ ଧରଣର ଅଦଳବଦଳକୁ ଅପେକ୍ଷା …

ଭୁବନେଶ୍ୱର : ବିଧାନସଭା ଅଧିବେଶନ ସରିଛି। ସମସ୍ତଙ୍କ ନଜର ପୁଣି ପ୍ରଶାସନ ମୁହାଁ ହୋଇଛି। ଆଇଏଏସ୍ ଅଦଳବଦଳ ପରେ ଏବେ ରାଜ୍ୟ ପ୍ରଶାସନରେ ଆଇପିଏସ୍ ଅଦଳବଦଳ ଉପରେ ସମସ୍ତଙ୍କ ନଜର ରହିଛି। ଖୁରାନିଆ ମହୋଦୟ ଡିଜି ଦାୟିତ୍ୱ ନେବା ପରେ ପୂର୍ବ ଡିଜି ଅରୁଣ ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର କଥା ଚିନ୍ତା କରୁଥିବା ପୁଲିସ୍ କରିଡରରେ ଚର୍ଚ୍ଚା ହେଉଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ଦ୍ୱୈତ ନଗର କମିଶନରରୁ ଅପସାରିତ କରି ଅନ୍ୟ ଏକ ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Read More

ଦିନକୁ ୨୭ ଟଙ୍କା ଦେଇ ମା-ଭଉଣୀଙ୍କୁ ବିଜେପି ସରକାର ଭଣ୍ଡାଇଦେଲା-ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟର ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହି ଯୋଜନାକୁ ଏକ ନିଆରା ଢଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାଲୋଚନା କରିଛନ୍ତି। ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବା ପୂର୍ବରୁ ଦ୍ୱିତୀୟ ବକ୍ତା ଭାବେ ଶ୍ରୀ କାଡାମ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ବିଭିନ୍ନ ମୌଳିକ ପ୍ରସଙ୍ଗକୁ 12ଟି ଭାଗରେ ବିଭକ୍ତ କରି ପ୍ରଶ୍ନ କରିଥିଲେ। ଏହା ମଧ୍ୟରେ ସାମାଜିକ ନ୍ୟାୟ, ଖଣି ପରିଚାଳନା ଓ ଅନ୍ୟ…

Read More

ଭଲକିନି ଚୂନା ଲଗେଇଥିଲେ ସର୍ଭେ ସଂସ୍ଥା, ଅତି ଚାଲାକିରୁ ବାଉଳା ହେଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ହାଲୁକା ଭାବେ ନେଇଥିବା ବିଜେଡି ପଦ୍ମପୁର ଉପନିର୍ବାଚନରୁ ସକ୍ରିୟ ହୋଇଥିଲା। ଏହି କ୍ରମରେ ବିଜେଡି ଦେଶର ଜଣାଶୁଣା ନିର୍ବାଚନ ପ୍ରକ୍ରିୟା ପରିଚାଳନା ସହଯୋଗୀ ପ୍ରଶାନ୍ତ ପାଣ୍ଡେ ଓରଫ୍ ପ୍ରଶାନ୍ତ କିଶୋରଙ୍କ ସହ ଯୋଗାଯୋଗ କରିଥିଲା। ବିଜେଡିର ନମ୍ବର ଦୁଇ କୁହାଯାଉଥିବା ତତ୍କାଳୀନ ଅଧିକାରୀ ତଥା ଭି.କେ ପାଣ୍ଡିଆନ ଏବଂ କେତେକ ବାବୁ ପ୍ରଶାନ୍ତଙ୍କ ସହ ଆଲୋଚନା କରୁଥିଲେ। ବିଜେଡି ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରୁଥିବା ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିଟିକାଲ୍…

Read More

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ, ଏଥର ଓଡ଼ିଶାକୁ ଠକିବାକୁ ଚାହିଁଲେନି..

ଭୁବନେଶ୍ୱର -(ରଙ୍ଗାଚରଣ ପ୍ରଧାନ) କେନ୍ଦ୍ର ସରକାର ୧୨ଟି ଶିଳ୍ପ ସ୍ମାର୍ଟ ସିଟି କରିବେ ବୋଲି ଘୋଷଣା କରିଛନ୍ତି। ସେଥିରେ ଓଡ଼ିଶାରେ ଗୋଟିଏ ବି ନାହିଁ। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। କାରଣ ସେ ଏଥର ଓଡ଼ିଶାକୁ ଆଉଥରେ ଠକିବାକୁ ଚାହିଁ ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ୧୦୦ ଟି ସ୍ମାର୍ଟ ସିଟି କରିବେ । ସେଥିପାଇଁ ଗୋଟିଏ ପ୍ରତିଯୋଗିତା ବି କରିଦେଲେ। ଭୁବନେଶ୍ୱର ସେ ପ୍ରତିଯୋଗିତାରେ ପ୍ରଥମ ଆସିଥିଲା। ନାଚଗୀତ ଚାଲିଲା…

Read More

ନିର୍ବାଚନୀ ଭେଳା ବୁଡିବା ପରେ ବିଜେଡିର ମନେ ପଡିଲେ ଆମ୍ବେଦକର …

ଭୁବନେଶ୍ୱର- ଦିନ ଥିଲା ନବୀନ ପଟ୍ଟନାୟକଙ୍କ କଥା ଛାଡନ୍ତୁ। ପାଣ୍ଡିଆନ୍ ଛିଙ୍କିଦେଲେ ଗଣମାଧ୍ୟମରେ ଖବର ହେଉଥିଲା। ହେଲେ ଏବେ ସେପରି ହେଉନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଲୁଚି ଯାଉଛି। ଗତ ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ନୈଶ୍ୟ ଭୋଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଇ ନ ଥିଲେ। ଏହା ରଘୁବର ଦାସଙ୍କ ପୁତ୍ର ଓ ସହଯୋଗୀଙ୍କ ଦ୍ୱାରା ଓଡ଼ିଆ ଏଏସଓ ମାଡ ଘଟଣାର ପ୍ରତିବାଦ ଥିଲା। ମାତ୍ର କେହି ଏହାକୁ ଖବରଟିଏ…

Read More