ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି, ୪ % ମହଙ୍ଗା ଭତ୍ତା ବୃଦ୍ଧି କଲେ ଓଡ଼ିଶା ସରକାର
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଛି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ପାଇଛି। ଗତ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ ବୋଲି ଜଣାପଡିଛି । ଏହା ସହିତ ପେନସନଭୋଗୀଙ୍କ…