RSS@100 ଓଡ଼ିଶାରେ କେମିତି ହିନ୍ଦୁତ୍ୱ ରାଜନୀତି ପ୍ରବେଶ କଲା ?
ଭୁବନେଶ୍ୱର :(ବିଜୟ ସାହୁ)-ଇତିହାସ, ଲୋକକଥା ଓ ମାଦଳା ପାଞ୍ଜି ସୂତ୍ରରୁ ଜଣା ପଡେ ଓଡ଼ିଶାର ଦାଣ୍ଡମୁକୁନ୍ଦ ଗାଁର ବିଧବା ବ୍ରାହ୍ମଣୀ ଲଳିତା ହେଉଛନ୍ତି ପ୍ରଥମ ମୁସଲିମ ଓ ତାଙ୍କର ପୁତ୍ର ଲାଲ ବେଗଙ୍କ ପୁତ୍ର ହେଉଛନ୍ତି ସାଲବେଗ । ସେମିତି କଟକ ଜିଲ୍ଲାର ଜଣେ ବ୍ରାହ୍ମଣ ଗଙ୍ଗାଧର ଷଡଙ୍ଗୀ ହେଉଛନ୍ତି ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିୟାନ । ଉପରୋକ୍ତ ଦୁଇ ଧର୍ମାନ୍ତର ଘଟଣା ଯଥାକ୍ରମେ ସପ୍ତଦଶ ଶତାବ୍ଦୀ ଓ ଉନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ଵିତୀୟ ଦଶକରେ ଘଟିଥିଲା…
