
ମୂଳ ପର୍ଯ୍ୟବେକ୍ଷକ ଜିଲ୍ଲା ଯାଉ ନାହାନ୍ତି, ପ୍ରକ୍ସି ତଥା କା’ ନେତାଙ୍କ କାର୍ଯ୍ୟ କର୍ମୀ ମହଲରେ ଆଣୁଛି ଅସନ୍ତୋଷ, ଅଭିଯୋଗରୁ ବାଦ୍ ନାହାନ୍ତି ସାଙ୍ଗଠନିକ ସମ୍ପାଦକ ବବି
ଭୁବନେଶ୍ୱର : ୨୦୨୩ ସରି ଆସୁଥାଏ। ୨୦୨୪ ହେବାକୁ ବସିଥାଏ। ଏହି ସମୟରେ ସମସ୍ତେ ନିଜ ନିଜର ସ୍ମୃତି ସାମାଜିକ ଗଣମାଧ୍ୟମରେ ସାଉଁଟୁ ଥାଆନ୍ତି। ଏହା ମଧ୍ୟରେ ଗୋଟିଏ ଫେସବୁକ୍ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଏହା ଥିଲା ଯେ, ରାଜ୍ୟରେ ଜଣେ ଛାୟା ମୁଖ୍ୟମନ୍ତ୍ରୀ, ଜଣେ ଅବସର ସମୟ ଅତିକ୍ରାନ୍ତ କରୁଥିବା ମୁଖ୍ୟ ଶାସନ ସଚିବ ଏବଂ କାମଚଳା ଭାରାପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକରେ ଚାଲୁଛି। ଇଏତ ଗଲା ଶାସନ ବ୍ୟବସ୍ଥା କଥା। ରାଜ୍ୟର ପ୍ରମୁଖ…