
ଲୋକସଭା ଅପେକ୍ଷା ବିଧାନସଭା ଲଢିବାକୁ ବିଜେପି ନେତାଙ୍କ ବଢୁଛି ଆଗ୍ରହ
ଭୁବନେଶ୍ୱର : ମଧ୍ୟପ୍ରଦେଶ , ଛତିଶଗଡ଼ ଏବଂ ରାଜସ୍ଥାନ ବିଜୟ ସହ ତେଲେଙ୍ଗାନାରେ ଭୋଟ ପ୍ରତିଶତ ବଢିବା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକରେ ନିଆଯାଇଥିବା କିଛି ରାଜନୈତିକ କୌଶଳ ଓଡ଼ିଶାରେ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ଏନେଇ ପ୍ରଭାରୀ ସୁନୀଲ ବଂଶଲ ଏବଂ ଟିମ୍ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶ, ରାଜସ୍ଥାନ ଆଦିରେ ଯେପରି କେତେକ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ , ସାଂସଦମାନଙ୍କୁ ବିଧାନସଭା ଲଢିବାକୁ…