ପଶ୍ଚିମ ଓଡ଼ିଶା ବହୁ ବିଧାନସଭା ଆସନରେ ବିଜେଡ଼ିର ଭୋଟ ହ୍ରାସ ପାଉଛି

ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। କିଛି ଦିନ ତଳେ ପ୍ରକାଶ ପାଇଥିବା ଛତିଶଗଡ ନିର୍ବାଚନ ଫଳାଫଳ ରାଜ୍ୟ ବିଜେପିକୁ ମନସ୍ତ୍ୱାତ୍ତିକ ଫାଇଦା ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜୟ ପରେ ଦଳର ଦୁଇ ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଅନୁମେୟ। ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡିକୁ ହଜମ ହୋଇନାହିଁ କଂଗ୍ରେସର ଛତିଶଗଡ଼ ପରାଜୟ। ତେଣୁ ଦଳ କଂଗ୍ରେସ ସହ ଭିତିରିଆ ମେଣ୍ଟ କରି ପଶ୍ଚିମ ଓଡ଼ିଶାର ଆସନ…

Read More

ରେବନ୍ତଙ୍କୁ କଂଗ୍ରେସ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ନେତା

ଭୁବନେଶ୍ୱର:  ତେଲେଙ୍ଗାନାର ଦ୍ୱିତୀୟ ତଥା କଂଗ୍ରେସ ପାର୍ଟିର ପ୍ରଥମ ରାଜନେତା ଭାବେ ରେବନ୍ତ ରେଡ୍ଡି ଗୁରୁବାର ଶପଥ ନେବାକୁ ଚାହୁଁଛନ୍ତି। ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପରବର୍ତ୍ତୀ ସମୟରେ ତେଲେଙ୍ଗାନା ରାଷ୍ଟ୍ର ସମିତି ପୁଣି ତେଲୁଗୁ ଦେଶମ ପାର୍ଟି ହୋଇ କଂଗ୍ରେସରେ ଯୋଗ ଦେଇଥିଲେ ରେବନ୍ତ। ମାତ୍ର ଟିଡିପି ଛାଡି କଂଗ୍ରେସ ଆସିବା ପାଇଁ ସମୟ ନେଇଥିଲେ ରେବନ୍ତ। ଏଆଇସିସି, ରାହୁଲ ଗାନ୍ଧୀଙ୍କୁ ମନାଇ ତାଙ୍କୁ କଂଗ୍ରେସ ଆଣିବା ଏବଂ ପରବର୍ତ୍ତୀ ସମୟରେ ଦାୟିତ୍ୱ…

Read More

ବଦଳୁଛି ରାଜ୍ୟ ବିଜେପି ରଣନୀତି, ବୈଜୟନ୍ତଙ୍କ ପ୍ରୟାସ-ବିଜୟଙ୍କ ନିର୍ଣ୍ଣାୟକ ଲଢେଇର ଅୟଃ ଆରମ୍ଭ…

ଭୁବନେଶ୍ୱର- ରାଜନୀତିରେ କେତେବେଳେ କ’ଣ ଘଟିବ, ତାହା ତାତ୍କାଳିକ ପରିସ୍ଥିତି ଉପରେ ନିର୍ଭର କରେ। ଏହି କ୍ରମରେ ଦୁଇ ଦିନ ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। ସ୍ୱାଭାବିକ ଭାବେ ଏହା ଓଡ଼ିଶା ବିଜେପିର ମନସ୍ତତ୍ତ୍ୱ ଉପରେ ଭଲ ପ୍ରଭାବ ପକାଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଗତ ସୋମବାର ବିଜୟ ଶୋଭାଯାତ୍ରା କରାଯାଇଛି। ରାଜଧାନୀରେ ମଧ୍ୟ ଏପରି ଏକ କାର୍ଯ୍ୟକ୍ରମ…

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ…

Read More

କଳାହାଣ୍ଡି-ମୟୁରଭଞ୍ଜ ଜିଲ୍ଲା ପାଇଁ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ପ୍ରକଳ୍ପ ଦୁଇଟି ହେଉଛି –  କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀଗର୍ଭ ଜଳାଶୟ ପ୍ରକଳ୍ପ। ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କଳାହାଣ୍ଡି ମୁରଲୀଝର…

Read More

ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

ଭୁବନେଶ୍ୱର :  ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ  ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ  ଗତକାଲି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସର ମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର…

Read More

ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାର ବ୍ୟବଚ୍ଛେଦ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହରକୁ ବାହାର କରାଯାଇଛି। ‘ରାଟ୍‌-ହୋଲ୍‌ ମାଇନର୍ସ’ର ଉଦ୍ଧାରକାରୀମାନେ ଡ୍ରିଲ କରିବା ସମୟରେ ହିରୋ ଭାବରେ ଉଭା ହୋଇଥିଲେ। ଉଦ୍ଧାର ପରେ ଫସି ରହିଥିବା ଶ୍ରମିକଙ୍କ ମୁହଁରେ ଥିବା ହସ ସେମାନଙ୍କର ସମସ୍ତ ପରିଶ୍ରମକୁ ସାର୍ଥକ କରିଥିଲେ। ମାତ୍ର ଏହି ଉଦ୍ଧାର କାର୍ଯ୍ୟକ୍ରମକୁ ସାବାସି ଦେବା ଆଳରେ କାହିଁକି ଏପରି ଘଟିଲା , ତାହାର ପର୍ଯ୍ୟାଲୋଚନା ହେଉ ବୋଲି ସ୍ୱର ଉଠିଲାଣି।…

Read More

ଓଡ଼ିଆ-ଅଣ ଓଡ଼ିଆ ବିବାଦରେ ସାମାଜିକ ଗଣମାଧ୍ୟମ ସରଗରମ

ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଦିନ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ବିଜୁ ଜନତା ଦଳରେ ବିଧିବଦ୍ଧ ଯୋଗଦାନ କରିଛନ୍ତି। ତାଙ୍କ ଜନ୍ମସ୍ଥାନ ଓଡ଼ିଶା ନୁହେଁ, ସେ ତାମିଲ ଜନ୍ମିତ। ମାତ୍ର ଦୀର୍ଘ ଅଢେଇ ଦଶନ୍ଧିରୁ ସାମାନ୍ୟ କମ୍ ସମୟ ସେ ଓଡ଼ିଶାରେ ବିତାଇଛନ୍ତି। ତାଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା। ପାଣ୍ଡିଆନଙ୍କ ଯୋଗଦାନ ପରେ ଓଡ଼ିଆ-ଅଣ ଓଡ଼ିଆ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଆମେ ଏଠାରେ କହିରଖିବାକୁ ଚାହୁଁ ଯେ,…

Read More

ମନମୋହନଙ୍କୁ ବିଦେଶୀ କହି ଗୋଟିଏ ଗୁଳିରେ ଦୁଇଟି ଶୀକାର କଲେ ବ୍ୟୋମକେଶ(ବାପି)

ଭଦ୍ରକ : “ବିଦେଶୀ ହଟାଓ, ଚାନ୍ଦବାଲି ବଞ୍ଚାଅ”।  ଏହି ଟ୍ୟାଗ ସହ ହାତରେ ପ୍ଲାକାର୍ଡ ଧରି ଗତ ରବିବାର ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାନ୍ଦବାଲି ବିଜୁ ଛାତ୍ର ଓ ଯୁବ ଜନତା ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହାର ଦୁଇଦିନ ପୂର୍ବରୁ ଅର୍ଥାତ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସାମନାରେ ଜନ ଆକ୍ରୋଶ ସମାବେଶ ଓ  ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟର  ହୋଇଥିବା ଭଙ୍ଗାରୁଜା ଘଟଣାର…

Read More