କେମିତି କରିବେ ସମାଲୋଚନା, ବାଟ ଖୋଜୁଛନ୍ତି ବିଜେପି-କଂଗ୍ରେସ

ଭୁବନେଶ୍ୱର : ଭି.କେ ପାଣ୍ଡିଆନଙ୍କୁ ଆମେ ବିଧାନସଭାରେ ଆକ୍ରମଣ କରିବୁ। ତାଙ୍କୁ କଳା ପତାକା ଦେଖାଇବୁ। ଆମ ପିଲା କେସ୍ ଖାଇବେ। ଅଫିସର ହୋଇ ରାଜନୀତି କରିବେ କାହିଁକି ବୋଲି ପ୍ରଶ୍ନ କରିବୁ। ଯେତେବେଳେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ, ସେ ସମୟରେ ଆମ ଦଳ ଜାଣିପାରିଲେ ନାହିଁ କାହିଁକି। କେନ୍ଦ୍ରକୁ ଆବେଦନ ଗଲା। ଆମର ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ପୂର୍ବ ପ୍ରଶାସିକା କେମିତି ଟେର ପାଇଲେନି। ହଁ ଆଜ୍ଞା…

Read More

ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

 ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।   ପ୍ରତି ପଞ୍ଚାୟତ ପାଇବେ…

Read More

ରାଜ୍ୟରେ ବହୁଳ ଭାବେ ପ୍ରତିଷ୍ଠା ହେବ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ  ବୁଧବାର ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସାରା ରାଜ୍ୟରେ ଚେସକୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ୍-ଓଜୋଲା ଚେସକୁ  ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।…

Read More

 ମଲ୍ଲିକାର୍ଜୁନଙ୍କ ମନ କିମ୍ବା ମୁଣ୍ଡରେ ଓଡ଼ିଶା କଂଗ୍ରେସ ନାହିଁ, ତାଙ୍କୁ ଓଡ଼ିଶା ଆଣିବାରେ ବିଫଳ ନେତୃତ୍ୱ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ନଅ ବିଧାୟକ ଅଛନ୍ତି। ଆଗାମୀ ଦିନରେ ଏହା ନବେରେ ପହଞ୍ଚିବ। ବିଜେଡି-ବିଜେପି ଭାଇଭାଇ, କଂଗ୍ରେସ ହିଁ ବିକଳ୍ପ। ଏମିତି କିଛି ସ୍ଲୋଗାନବାଜି ଦେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବର୍ଷକରୁ ଉର୍ଦ୍ଧ୍ୱ ସମୟ ଧରି କହି ଆସୁଛନ୍ତି। ଇତି ମଧ୍ୟରେ ପିସିସି କମିଟି ଘୋଷଣା ହେବା ସହ ଏକାଧିକ ଛୋଟମୋଟ କାର୍ଯ୍ୟକ୍ରମ ନିଆଗଲାଣି। ଅନୁରୂପ ଭାବେ କେନ୍ଦ୍ରରେ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ଦାୟିତ୍ୱ ନେବାର ବର୍ଷେ ମଧ୍ୟ ପୂରିଗଲାଣି। ହେଲେ…

Read More

ଆଇଏଏସ୍ ଅଦଳବଦଳକୁ ଅପେକ୍ଷା, ନୂଆ ଭୂମିକାରେ ଆସିପାରନ୍ତି ଭିନିଲକ୍ରିଷ୍ଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକାଧିକ ଦାବିଦାର ରହିଛନ୍ତି। ହେଲେ ପା୍ୱାର କରିଡର ଚର୍ଚ୍ଚା ଅନୁଯାୟୀ ଏହି ଭୂମିକା ଆପାତତଃ ଭିନିଲ୍ କ୍ରିଷ୍ଣାଙ୍କୁ ପ୍ରଦାନ କରାଯିବ। ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ପୂର୍ବ ପ୍ରସ୍ତୁତି ଏବଂ ଭିନିଲଙ୍କ ଭୂମିକା…

Read More

ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ…

Read More

ବିକ୍ରମ ପଣ୍ଡାଙ୍କ ଆସନ ହେବ ପରିବର୍ତ୍ତନ, ଗଞ୍ଜାମ ଏହି ଆସନରୁ ଲଢିପାରନ୍ତି ପାଣ୍ଡିଆନ୍

ଭୁବନେଶ୍ୱର :  ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ସମୟରେ ଜିଲ୍ଲା ପାଇଁ ସେବହୁତ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତାଙ୍କର ସବୁ ନିର୍ବାଚନମଣ୍ଡଳୀରେ ପ୍ରଶଂସକ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳକୁ ସେ ବୁଲି ଦେଖିଛନ୍ତି।  ତେଣୁ ସେ ଗଞ୍ଜାମର ଯେ କୌଣସି ଆସନରୁ ବିଜେଡି ଟିକେଟରୁ ଜିତିଯିବାର ସମ୍ଭାବନା ରହିଛି। ସେ ଆସିବେ କି ନ ଆସିବେ, ତାହା ଭିନ୍ନ କଥା। ମାତ୍ର ଟିକେଟ୍ ଦଳର ହାଇକମାଣ୍ଡ ନବୀନ…

Read More

ପାଣ୍ଡିଆନଙ୍କ ଅବସର ପରେ କେଉଁ ସବୁ ବିକଳ୍ପ ନେଇ ଜାରି ରହିଛି ଚର୍ଚ୍ଚା

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇ ଆସୁଥିବା ଭି.କେ ପାଣ୍ଡିଆନ୍ ବର୍ତ୍ତମାନ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦିନକ ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସେବା ଚାକିରୀରୁ ଅବସର ଗ୍ରହଣ କରିବା ଘଟଣା ସାର୍ବଜନୀନ ହୋଇଛି। ଏହି ଖବରକୁ ମାତ୍ର ଚବିଶି ଘଣ୍ଟା ନ ପୁରୁଣୁ ଭି.କେ ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ଏଣିକି କେନ୍ଦ୍ର ସରକାରଙ୍କ ପ୍ରଶାସନିକ…

Read More

ଗଜପତିକୁ ଚାଲିଲା ୩୬ଟି ବସ୍, ଜିଲ୍ଲାର ୭ଟି ବ୍ଲକର ୧୨୬ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ଏହି ଅବସରରେ ଉଦ୍‌ବୋଧନ…

Read More

ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…

ନୂଆଦିଲ୍ଲୀ :  ‘ଭର୍ତ୍ତୃହରି ଜୀ ବକ୍ତ ହୋ ଚୁକା ହୈ। ଆପ୍ କମଲ ସେ ସଂସଦ ଆୟିୟେ। ଆପକେ ଜୈସା ଲୋକ କ୍ୟାବିନେଟ୍ ମୈ ନେହିଁ ତୋ  ସ୍ପିକର ହୋନା ଚାହିୟେ। ବିଜେଡି ଚ ଡୁବତେ ନୌୟା ହୈ।’ ଏମିତି କିଛି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କହିଥିବା ଦିଲ୍ଲୀ ସାମ୍ବାଦିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଏବଂ ଭର୍ତ୍ତୃହରିଙ୍କ ମଧ୍ୟରେ ପ୍ରାୟ ୩୫ରୁ୪୦ ମିନିଟ୍ ଆଲୋଚନା ହୋଇଥିବା ବିଭିନ୍ନ…

Read More