ଉପନିର୍ବାଚନ ଫଳ ପରେ ଜାତୀୟ ରଣନୀତି ପରିବର୍ତ୍ତନର ଆଭାସ ଦେଲା ବିଜେଡି, ପଛଦ୍ୱାର ଦେଇ ଇଣ୍ଡିଆ ମେଣ୍ଟ ସହ କଲା ଆଲୋଚନା

ନୂଆଦିଲ୍ଲୀ : ଜି-୨୦ ଏବଂ ଭାରତ-ପାକିସ୍ଥାନ କ୍ରିକେଟ୍ ମ୍ୟାଚର ଖବର ଗହଳି ମଧ୍ୟରେ ଆଉ ଏକ ଖବର ଲୁଚି ଯାଉଛି। ଏହି ଖବରଟି ଜାତୀୟ ଏବଂ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ନିକଟରେ ୟୁପି ଏବଂ ଝାଡଖଣ୍ଡରେ ହୋଇଥିବା ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜୟୀ ହୋଇଥିଲେ। ଏପରିକି ପଶ୍ଚିମବଙ୍ଗରେ ମଧ୍ୟ ଇଣ୍ଡିଆ ମେଣ୍ଟର ବିଜୟୀ ହୋଇଥିଲା। ବିଜେପି ବିରୋଧି ଶକ୍ତି ଏକାଠି ହୋଇ ଲଢିଲେ ବିଜୟ ସମ୍ଭାବନା ଅଧିକ, ତାହା ୟୁପି ଘୋସୀ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ମିଳୁନାହିଁ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ। ବିଜେଡ଼ିକୁ ଦୁଇ ଚାରି ଜଣ ଆଇଏଏସ୍ ଅଫିସର କାହିଁକି ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ମୁଁ ଚେଷ୍ଟା କରିଛି। ହେଲେ ସୁଯୋଗ ମିଳିନାହିଁ ବୋଲି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଶକ୍ତି ମନ୍ତ୍ରୀ ପ୍ରତାପଦେବ ଦଳୀୟ ଫୋରମରେ ନ ରହି ସମ୍ପାଦକୀୟ ଲେଖିବା ଉଚିତ ବୋଲି କହିଥିଲେ। ସୌମ୍ୟ ପୁଣି କହିଛନ୍ତି ଯେ, ମୁଁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଲେଖୁଛି।…

Read More

ଅତନୁ ଓ ଅରୁଣଙ୍କୁ କଟାକ୍ଷ କଲେ ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର : ନୟାଗଡ ବିଧାୟକ ଅରୁଣ ସାହୁଙ୍କ ମନ୍ତ୍ରୀ ପଦ ଚାଲିଯାଇଛି। ତେଣୁ ଆଗାମୀ ଦିନରେ ମନ୍ତ୍ରୀ ପଦ ପାଇବାକୁ ପଡିବ। ତେଣୁ ସେ ମୋ ବିରୋଧରେ କହୁଛନ୍ତି। ସମାନ ଅବସ୍ଥା ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତ୍ରୀ ପଦ ଚାଲିଯିବାର ଭୟ ରହୁଛି। ତେଣୁ ସେମାନେ ପ୍ରାୟ ଦୁଇ ସପ୍ତାହ ପରେ କାହା ନିର୍ଦ୍ଦେଶରେ ମୋ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ପାଟକୁରା ଗାନ୍ଧୀଙ୍କ ପୁଅ ହୋଇ କାହିଁକି ଏପରି କହୁଛନ୍ତି, ତାହା ବୁଝା ପଡୁନାହିଁ ବୋଲି ଖଣ୍ଡପଡା…

Read More

ନିର୍ବାଚନ ଋତୁ : ଖୁବ୍ ଶୀଘ୍ର ଆରମ୍ଭ ହେବ ଚାକିରୀ ଛଡ଼ା ପର୍ବ

ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ନିର୍ବାଚନ ହେଲେ ଆହୁରି  ସାତ ମାସ ସମୟ ରହିଛି। ଆଗୁଆ ନିର୍ବାଚନ ହେଲେ ହାତରେ ତିନିରୁ ଚାରିମାସ ସମୟ ରହିଛି। ଓଡ଼ିଶାରେ ଆଶାୟୀ ପ୍ରାର୍ଥୀମାନେ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବିଶେଷ କରି ଶାସକ ଦଳ ପକ୍ଷରୁ ବହୁ  ଅଧିକାରୀଙ୍କୁ ରାଜନୀତି ମଇଦାନରେ ଦେଖିବାକୁ ମିଳିପାରେ। ଭାରତୀୟ ପ୍ରଶାସନିକ ସେବା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥାରେ ଉଚ୍ଚ ବେତନରେ କାମ କରୁଥିବା ବହୁ ଆଶାୟୀ ବିଜେଡି ଟିକେଟ୍ ଆଶାୟୀ ଅଛନ୍ତି। ସେପ୍ଟେମ୍ବର…

Read More

ପିସିସିକୁ ଚକମା ଦେଇ ପୁଅଙ୍କ ବିଜେଡ଼ି ଟିକେଟ୍ ଫାଇନାଲ କରିଦେଲେ ସୁର…ଅସୁବିଧା ହେଲେ ବିଜେପି ଦ୍ୱାର ବି ଖୋଲା..

ଭୁବନେଶ୍ୱର:କଂଗ୍ରେସ ନେତା ସୁର ରାଉତରାୟ ନିଜ ଯୋଜନାରେ ସଫଳ ହେଲେ। ବର୍ତ୍ତମାନ ରାଉତରାୟ ପରିବାରରେ ଖୁସି ଖେଳି ଯାଇଛି। କଂଗ୍ରେସରେ ରହି ପୁଅର ବିଜେଡି ଟିକେଟ୍ ନିଶ୍ଚିତ କରାଇଦେଲେ। ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ମନ୍ମଥଙ୍କୁ ନିଲମ୍ବନ ପରେ ଏହା ସ୍ପଷ୍ଟ ହୋଇଯାଇଛି। ସୁରଙ୍କ ନିକଟ ସମ୍ପର୍କୀୟଙ୍କ କହିବାନୁଯାୟୀ, ରାଜନୀତି ଅପେକ୍ଷା ସୁର ରାଉତରାୟ ବ୍ୟବସାୟକୁ ଗୁରୁତ୍ୱ ଦେଇଥାନ୍ତି। କାରଣ ବାଣିଜ୍ୟେ ବସତେ ଲକ୍ଷ୍ମୀ। କଂଗ୍ରେସ ସରକାର ସମୟରେ କରିଥିବା ସଂସ୍ଥାକୁ ନିୟମିତ ଚଳାଇବା ପାଇଁ ସରକାରଙ୍କ…

Read More

ରାଜ୍ୟ କଂଗ୍ରେସର ବୌଦ୍ଧିକ ଦେବାଳିଆ ପଣ ଇଣ୍ଡିଆକୁ ଓଡ଼ିଶାରେ କରିଦେଇପାରେ ଦୁର୍ବଳ… ହେଲେ ଜନତାଙ୍କ ପାଖରେ ବିକଳ୍ପ ବିଚାର କ’ଣ….

ଭୁବନେଶ୍ୱର : ଜାତୀୟସ୍ତରରେ ବିରୋଧି ମାନେ ଇଣ୍ଡିଆ ମେଣ୍ଟରେ ଏକାଠି ହୋଇ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏହି କ୍ରମରେ ଓଡ଼ିଶାରେ କଂଗ୍ରେସ ଆବାହକତ୍ୱରେ ଦୁଇଥର ମେଣ୍ଟ ବୈଠକ ବସିସାରିଲାଣି। ଜାତୀୟସ୍ତର ବୈଠକରେ ପ୍ରତି ବୈଠକରେ ନୂଆ ନୂଆ ରାଜନୈତିକ ସୂଚୀ ଧିରେ ଧିରେ ସାମନାକୁ ଆସୁଛି। ହେଲେ ରାଜ୍ୟରେ ଥିବା ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ଭଞ୍ଜ ଭୂମି ବାରିପଦାରେ ଅଣ ବିଜେପି-ଅଣ ବିଜେଡି ଦଳର ସାମାଜିକ ନ୍ୟାୟକୁ ନେଇ ମେଳି ଆଉ…

Read More

କେନ୍ଦ୍ରୀୟ ବିଜ୍ଞାପନରୁ ସମାଜ, ରାଜ୍ୟ ସରକାରଙ୍କ ବିଜ୍ଞାପନରୁ ସମ୍ବାଦ ବାଦ୍…

ଭୁବନେଶ୍ୱର : ରାଜ୍ୟର ବହୁଳ ପ୍ରସାରିତ ଦୁଇଟି ଖବର କାଗଜକୁ ବିଜ୍ଞାପନ ପ୍ରଦାନ କରାଯାଉନାହିଁ। ସମାଜକୁ କେନ୍ଦ୍ରୀୟ ସଂସ୍ଥା ଡିଏଭିପି ବିଜ୍ଞାପନ ପ୍ରଦାନ କରୁନାହିଁ। ପ୍ରାୟ ମାସେ ହେବ ସମାଜକୁ ବିଜ୍ଞାପନ ମିଳୁନାହିଁ। ଏକଥା ଟୁପୁରଟାପୁରରେ ଥିଲା। ମାତ୍ର ଏହି ଖବର କାଗଜର ପୂର୍ବତନ ସମ୍ପାଦକ ବାମପଦ ତ୍ରିପାଠୀ ଫେସବୁକରେ ଲେଖି ସାର୍ବଜନୀନ କରିଛନ୍ତି। ଅନୁରୂପ ଭାବେ ପ୍ରାୟ ସପ୍ତାହେ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦିତ ସମ୍ବାଦକୁ ରାଜ୍ୟ ସରକାର ବିଜ୍ଞାପନ ଦେଉନାହାନ୍ତି। ଏକଥା ସମ୍ବାଦର…

Read More

ବିଜେଡିର ଆକାର ବଢୁଛି, ହେଲେ ଓଜନ…..ନିର୍ବାଚନୀ ପ୍ରସଙ୍ଗ ଜୁଟାଇ ପାରୁନି ଦଳ….ସମାନ ପ୍ରସଙ୍ଗରେ ପିନାକୀ-ଦେବୀ କହିଲେ ଅଲଗା କଥା…

ଭୁବନେଶ୍ୱର :  କଂଗ୍ରେସକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିଲା। ତେଣୁ କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଆମେ କେମିତି ସମର୍ଥନ କରିବୁ। ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆମର ବହୁ ଦାବି ଓ୍ୱିଶ୍ ଲିଷ୍ଟ(ଦାବି) ପୂରଣ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆମେ ରହିବୁ। ଏକଥା ବିଜେପି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କହିଥିଲେ।  ମଣିପୁର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ଯୁକ୍ତି…

Read More

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସବୁ ପରିସ୍ଥିତିରେ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ..

ଭୁବନେଶ୍ୱର :  ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇ ସାରିଥିଲେ। ହେଲେ ହଠାତ୍ ସଂସଦର ବିଶେଷ ଅଧିବେଶନ ଡକାଯାଇଛି। କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ତେଣୁ ଆମକୁ ସଦା ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଜେଡି ପରିଚାଳନା କରୁଥିବା ଜଣେ ବ୍ୟକ୍ତି ଦଳୀୟ ନେତା ମାନଙ୍କୁ କହିଛନ୍ତି। ନବୀନ ନିବାସରେ ସୋମବାର ଅପରାହ୍ନରେ ଆୟୋଜିତ ବୈଠକରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ରାଜ୍ୟ ବୁଲା…

Read More

ଜଳିଗଲା ଆଦିବାସୀ ଯୁବକ, ଘଟଣାକୁ ଚାପି ଦେଲେ ସେ ସମୟର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକ..ଜାଣନ୍ତୁ ସେ ହୃଦୟ ବିଦାରକ ଇତିହାସ…

ଭୁବନେଶ୍ୱର : ଅଳ୍ପ ବିଦ୍ୟା ଭୟଙ୍କର। ଏହି କଥା ଯଥାର୍ଥତା କେତେ, ତାହା ଜାଣିବାକୁ ପ୍ରାୟ ତିନି ଦଶନ୍ଧି ତଳକୁ ଚାଲିଯିବା। ମଣ୍ଡଳ କମିସନଙ୍କ ସୁପାରିସ୍ ଦ୍ୱାରା ରାଜ୍ୟର ୯୪ ପ୍ରତିଶତ ଲୋକ ଉପକୃତ ହେବାର ରାସ୍ତା ଫିଟାଯାଇଥିଲା। ହେଲେ ଯେଉଁମାନେ ଏହାର ଫାଇଦା ପାଇବେ, ସେହିମାନଙ୍କୁ ଅନ୍ଧାରରେ ରଖି ମଣ୍ଡଳ କମିସନ୍ ବିରୋଧରେ ସେମାନଙ୍କୁ ମତା ଯାଇଥିଲା। ଯାହାର ଫଳ ଆଜି ବି ଓଡ଼ିଶା ଭୋଗୁଛି। ରାଜ୍ୟର ଅଧା ଜନସଂଖ୍ୟା ସେମାନଙ୍କ ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାରୀ…

Read More