ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି କିଏ ହେବ ?…ପୁରୁଣା ଆଶାୟୀଙ୍କ ସହ ଯୋଡି ହେଲେ ନୂଆ ଚେହେରା…..

ଭୁବନେଶ୍ୱର : ନିର୍ବାଚନୀ ସଫଳତା ପରେ ସଭାପତିରୁ ଅବ୍ୟାହତି ନେବେ ମନମୋହନ ! କିଛି ଦିନ ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଏହା ପରେ ପୂର୍ଣ୍ଣକାଳୀନ ଛଅ ବର୍ଷ ପାଇଁ ରାଜ୍ୟସଭା । ହେଲେ ଏଠି ପ୍ରଶ୍ନ,  ମନମୋହନଙ୍କ ପରେ କିଏ ହେବ ସଭାପତି ? ହୋଇଯାଇଛି କି ଅଙ୍କ କଷା?  ନିଷ୍ପତ୍ତି ନେଇ ସାରିଛି କି ଆରଏସଏସ? ସମ୍ମତି ଦେଇ ସାରିଛନ୍ତି କି ଓଡ଼ିଶାରେ ପୁଞ୍ଜି ନିବେଶ କରିଥିବା ଶିଳ୍ପପତି। ନାଗପୁର ଅନୁମୋଦନ ପରେ ଦିଲ୍ଲୀ…

Read More

କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଏହି ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ…….ଇଏ ରହିବେ ହେଲେ…ସେମାନେ ପଳେଇବେ… ହେଲେ କୁଆଡେ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି ସରକାର କରିବା ପରେ ଏକାଧିକ ପ୍ରଶାସନିକ ନିଷ୍ପତ୍ତି ନେଇଛି। ହେଲେ ଅଧିକାରୀ ସ୍ତରରେ ମଧ୍ୟ ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛି। ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଓ୍ୱାଇ.ବି ଖୁରାନିଆଙ୍କୁ ଦାୟିତ୍ୱ ଦେଇଛି। ଆଡଭୋକେଟ ଜେନେରାଲ ଭାବେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କରାଯାଇଛି। ଆଇଏଏସ୍ ସ୍ତରରେ ଅଦଳବଦଳ ମଧ୍ୟ ହୋଇଛି। ହେଲେ ହେମନ୍ତ ଶର୍ମା ପୂର୍ବଭଳି ଅଛନ୍ତି। ଏକଦା ବିଜେପି ଶ୍ରୀ ଶର୍ମାଙ୍କ…

Read More

ହରିୟାଣା ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଅପାରଗ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି…ପଣ୍ଡା, ସାମଲ, ଷଡଙ୍ଗୀ ଗୋଷ୍ଠୀ…..ମୁରୁକି ହସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର:  ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦଳୀୟ ନିର୍ବାଚନ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶରେ ନିଯୁକ୍ତ ହୋଇଥିଲା। ଏହା ପୂର୍ବରୁ ଜେପି ନଡ୍ଡା ଏବଂ ଅମିତ ଶାହା ଏହି ଦାୟିତ୍ୱରେ ରହିଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ ବଢିଲା ବୋଲି  ତାଙ୍କ ଟିଭି ଚ୍ୟାନେଲ ଏବଂ ସମର୍ଥକ ମାନେ କହି ବୋଲିଲେ। ଆଗାମୀ ଦିନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ବଢିବ ବୋଲି ଏକ ଧାରଣା କରାଗଲା। ଏମିତି…

Read More

କଲେଜ – କଲେଜ ଭିତରେ କଳି କରାଇବା ବୋଧେ ହୃଷିକେଶ ପଣ୍ଡାଙ୍କ ଉଦ୍ଦେଶ୍ୟ

କଟକ : ଭୁବନେଶ୍ୱର ବୈଠିକୀ ପରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଅର୍ଗସ ଟିଭି ସହ ସାମ୍ନାସାମ୍ନି ରେ ଶୁଣିଲି ସେ ଆଉ ଗୋଟିଏ ଏଜେଣ୍ଡା ଆଡେ ମୁହାଁଇଲେଣି  । କଥାଟି ହେଲା ରେଭେନ୍ସା କଲେଜ ଆଗରୁ ପାରଳା କଲେଜ । ରେଭେନ୍ସାଭିଆନମାନେ କେବେ ଏ ଭଳି ପ୍ରଶ୍ନ ଉଠେଇ ନାହାନ୍ତି । କୌଣସି ଅନୁଷ୍ଠାନର ଜନ୍ମ ତାରିଖ ଉଠେଇ ସେଇ ଅନୁଷ୍ଠାନର ଐତିହାସିକ ଐତିହ୍ୟ ଦାବି କରା ଯାଏ ନାହିଁ । ପୃଥିବୀ ସାରା ଓ ଆମ…

Read More

ଏଠି ବୋପା ପରେ ପୁଅ ନେତା ହୁଏନି….ଧର୍ମେନ୍ଦ୍ରଙ୍କୁ ବାଣ ମାରି ଚାଲି ଗଲେକି ନଡ୍ଡା….ଜିଲ୍ଲା ଗସ୍ତରେ ପରିବାରବାଦକୁ ମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର:  ଏକଦା କେନ୍ଦ୍ରୀୟ ବିଜେପି ନେତା ହୁଅନ୍ତୁ କି, ଭାରତ ସରକାରଙ୍କ କୌଣସି ମନ୍ତ୍ରୀ ଓଡ଼ିଶା ଆସିଲେ ଭାୟା ଧର୍ମେନ୍ଦ୍ର ପ୍ରଧାନ ଜାଣୁଥିଲେ। ମାତ୍ର କିଛିମାସ ହେବ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ମାତ୍ର ରାଜ୍ୟ ବିଜେପିର ଶକ୍ତି କେନ୍ଦ୍ର ହୋଇ ନାହାନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ତାଙ୍କ ଉପରେ ଭାରି ପଡୁଛନ୍ତି। ମନମୋହନ ସାମଲ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବେ ନା ପୂର୍ବପରି ରାଜ୍ୟ ସଭାପତି ପଦରେ ରହି…

Read More

ବିଜେଡିର ବହୁଜନ – ସାମାଜିକ ନ୍ୟାୟ ରାଜନୀତିକୁ ବବି ମାରିବେ ଜାବୁଡ଼ା …

ଭୁବନେଶ୍ୱର :  ଗତ ସାଧାରଣ ନିର୍ବାଚନରେ ବିଜେଡି ଲୋକସଭାରୁ ମୂଳପୋଛ ହୋଇଯାଇଛି। କୌଣସି  ବିଧାନସଭା ନିର୍ବାଚନରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ବିରୋଧୀ ଦଳକୁ ଆସିଛି। ଏହା ପୂର୍ବରୁ ଅଳ୍ପ ସମୟ 1998ରୁ 2000 ମସିହା ଯାଏଁ ବିଧାନସଭାରେ କ୍ଷୁଦ୍ର ଅବଧି ପାଇଁ ବିରୋଧୀ ଦଳରେ ରହିଥିଲା।  ଅଢେଇ ଦଶନ୍ଧି ମଧ୍ୟରେ ଦେଶ ଓ ରାଜ୍ୟର ରାଜନୀତି ବହୁତ  ପରିବର୍ତ୍ତନ ହୋଇଛି। ବିଜେପି ଓ କଂଗ୍ରେସ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଜାବୁଡି ଧରିଛନ୍ତି। ବିଜେପି ରାଷ୍ଟ୍ରପତି…

Read More

ବାରଣ ସତ୍ତ୍ୱେ ବସି ରହିଲେ ବବି….ମାଇକ୍ ଘୋଷଣା କରି ନୟାନ୍ତ ହେଲେ ଦେବୀ…….ନିଚ୍ଛକ ସତ କହିଦେଲେ ଅରୁଣ…

ଭୁବନେଶ୍ୱର :  ‘ବର୍ତ୍ତମାନ ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ବୈଠକ ହେବ। ଯେଉଁମାନେ ଏହି ତିନୋଟି କମିଟିର ସଦସ୍ୟ ନାହାନ୍ତି, ସେମାନେ ଦୟାକରି ବାହାରକୁ ଯାଆନ୍ତୁ। କାହାରିକୁ ବ୍ୟକ୍ତିଗତ ଭାବେ କହୁନାହିଁ, ଏହା ପାର୍ଟି କଥା। ପ୍ଲିଜ… କୋ ଅର୍ଡିନେଟ୍ ‘ ଏହା ଥିଲା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ କଥା। ଯାହା ଗତ ଦଳୀୟ ବୈଠକ ପୂର୍ବରୁ ସେ କହିଥିଲେ। ମାତ୍ର ତାଙ୍କ କଥାକୁ ବେଖାତିର…

Read More

ବବି ବିପର୍ଯ୍ୟୟର କାରଣ, କହିଲେ ସୁଜିତ କୁମାର …ମମିତା ମେହେର ହତ୍ୟାକାଣ୍ଡର ଆଉଥରେ ତଦନ୍ତ ହେବା ଦରକାର

ଭୁବନେଶ୍ୱର :  ଭୋଟ ସରିଲେ ମୋତେ ରାଜ୍ୟସଭାରୁ କାଢି ଦିଆଯିବ। ମୁଁ ଚାହେଁ କି ନ ଚାହେଁ, ମୋତେ ଇସ୍ତଫା ଦେବାକୁ ବାଧ୍ୟ କରାଯିବ। ଏକଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି କଳାହାଣ୍ଡିରେ କହିଥିଲେ। ଏହି କଥା କ୍ୟାପଟେନ୍ ଦିବ୍ୟ ଶଙ୍ଖର ମିଶ୍ରଙ୍କ ମାର୍ଫତରେ ଜିଲ୍ଲା ସାରା ବୁଲିଥିଲା। ଏକଥା ତାଙ୍କ କାନରେ ପଡିଥିଲା। ନିର୍ବାଚନ ଚାଲିଥିଲା। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଜଣାଇପାରି…

Read More

ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନା ଖୋଳତାଡ଼…କ’ଣ ହେବାକୁ ଯାଉଛି ୨୭ ତାରିଖ ବିଜେଡି ବୈଠକରେ……….

ଭୁବନେଶ୍ୱର :  ଅଫିସରରାଜ୍ ଅଧିକ ହୋଇ ଯାଇଥିଲା। ଭି.କେ ପାଣ୍ଡିଆନଙ୍କ ଉପରେ ଦଳ ଓ ଦଳ ବାହାର ଲୋକଙ୍କ ରାଗ ଥିଲା। ତେଣୁ  ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଭୋଟର ପାନେ ଦେଲେ। ଏହାର ନୈତିକ ଦାୟିତ୍ୱ ନେଇ ଭି.କେ ପାଣ୍ଡିଆନ୍ ଭିଡିଓ ଛାଡି ରାଜନୀତିରୁ ସନ୍ୟାସ ନେବା ଘୋଷଣା କଲେ। ସେହି ସନ୍ୟାସକୁ ଆଜି ଯାଏଁ କେହି ବୁଝି ପାରୁନାହାନ୍ତି। କୁଆଡେ ସେ ଏବେ ବି ମଙ୍ଗୁଆଳ। ତାଙ୍କ ପରେ ଦଳର ସର୍ବେସର୍ବା ଥିଲେ ପ୍ରଣବ…

Read More

ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି  ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…

Read More