ନିର୍ବାଚନୀ ଭେଳା ବୁଡିବା ପରେ ବିଜେଡିର ମନେ ପଡିଲେ ଆମ୍ବେଦକର …

ଭୁବନେଶ୍ୱର- ଦିନ ଥିଲା ନବୀନ ପଟ୍ଟନାୟକଙ୍କ କଥା ଛାଡନ୍ତୁ। ପାଣ୍ଡିଆନ୍ ଛିଙ୍କିଦେଲେ ଗଣମାଧ୍ୟମରେ ଖବର ହେଉଥିଲା। ହେଲେ ଏବେ ସେପରି ହେଉନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଲୁଚି ଯାଉଛି। ଗତ ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ନୈଶ୍ୟ ଭୋଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଇ ନ ଥିଲେ। ଏହା ରଘୁବର ଦାସଙ୍କ ପୁତ୍ର ଓ ସହଯୋଗୀଙ୍କ ଦ୍ୱାରା ଓଡ଼ିଆ ଏଏସଓ ମାଡ ଘଟଣାର ପ୍ରତିବାଦ ଥିଲା। ମାତ୍ର କେହି ଏହାକୁ ଖବରଟିଏ…

Read More

ସାମାଜିକ ନ୍ୟାୟର କାର୍ଯ୍ୟସୂଚୀ ହିଁ ବିଜୟର ଚାବିକାଠି, ବିଜେଡି ଛାତ୍ର ସାମ୍ମୁଖ୍ୟ ମାନସମନ୍ଥନରେ ମନଖୋଲି କହିଲେ ସଭିଏଁ

ଭୁବନେଶ୍ୱର : ଓଡ଼ିଶାର ଜନସଂଖ୍ୟାର ଅଧା ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ଉନ୍ନତି ହିୱ ରାଜ୍ୟର ଭବିଷ୍ୟତକୁ ସୁଦୃଢ କରିବ। ଅତୀତରେ କଣ ହୋଇଛି ବା କଣ ନ ହୋଇଛି, ତାହା ପର କଥା। ଭବିଷ୍ୟତର ରଣନୀତି ନିର୍ଦ୍ଦାରଣ କରାଯିବା ଦରକାର। ପଛୁଆବର୍ଗଙ୍କ ପାଇଁ ଶିକ୍ଷାରେ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ। ଅନୁରୂପ ଭାବେ ଏସସି,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ…

Read More

ପଛୁଆବର୍ଗ ସଂରକ୍ଷଣ- କାନ୍ଦୁଛନ୍ତି ସମସ୍ତେ..ହେଲେ କାହା ଆଖିରେ ଲୁହ ନାହିଁ….

ଭୁବନେଶ୍ୱର : ଓଡ଼ିଶା ବିଧାନସଭା କିଛିଦିନ ହେବ ସାମାଜିକ ନ୍ୟାୟ ଓ ସଂରକ୍ଷଣ ପ୍ରସଙ୍ଗରେ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଦ୍ୱାରା ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମାତ୍ର ଚଳିତ ବର୍ଷ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହିଁ ଉପସ୍ଥାପିତ କରିଥିଲେ।  କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ କାଡାମଙ୍କ ସ୍ୱରରେ ଏକମତ ହୋଇଥିଲା। ବିଜେଡି ମଧ୍ୟ ଏହି…

Read More

ଇଡି ଅଫିସ୍ ଘେରାଉ ସହ ପଥପ୍ରାନ୍ତ ସଭା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଦେଶ କଂଗ୍ରେସ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି। ଇଡି ଅଫିସ ଆଗରେ ଘେରାଉ କରିବା ସହ ଏକ ମଧ୍ୟମ ଧରଣର ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି। ଷ୍ଟିଅରି କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଧାୟକ ଦଳ ଏହି ସଭାରେ ଉପସ୍ଥିତ ରହିଥିଲେ। କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଏହି କାର୍ଯ୍ୟକ୍ରମର ସଂଯୋଜକ ରହିଥିଲେ। କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଅଦାନୀ କମ୍ପାନୀ କିପରି ଦେଶର…

Read More

AICC କେତେ ସିରିୟସ୍ ପିସିସି ସଭାପତି ଚୟନ ଓ ପ୍ରସଙ୍ଗ ଆଭିମୁଖ୍ୟରୁ ଜଣାପଡିବ

ଭୁବନେଶ୍ୱର : ସବୁ ସମୟରେ ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ନିର୍ବାଚନୀ ସଫଳତା ପାଇ ନ ଥାଏ। କୌଣସି ପ୍ରସଙ୍ଗକୁ ଆୟୁଧ କରି ହିଁ ରାଜନୀତି ନିର୍ଦ୍ଦାରଣ ହୋଇଥାଏ। ଯାହା ଗତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଛି। କେନ୍ଦ୍ରରେ ସମ୍ବିଧାନ ବଞ୍ଚାଅ-ସଂରକ୍ଷଣ ବଞ୍ଚାଅ ସ୍ଲୋଗାନ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତାରୁ ଦୂରେଇ ରଖିଥିଲା। ଅନୁରୂପ ଭାବେ ଓଡ଼ିଶାରେ ଓଡ଼ିଆ ଅସ୍ମିତା କଥା ବିଜେପିକୁ ସଫଳତା ଆଣିଦେଲା। ବର୍ତ୍ତମାନ ସମୟରେ ଏହି ଦୁଇ ପ୍ରସଙ୍ଗ ପୁରୁଣା ହେବାକୁ ବସିଥିଲା। ହେଲେ ଲାଟେରାଲ ଏଣ୍ଟ୍ରି…

Read More

ପାଣ୍ଡିଆନଙ୍କୁ ପ୍ରତି କଥାରେ ପ୍ରୋତ୍ସାହନ ଦେଇଥିବା ନବୀନ କାହିଁକି ତଦନ୍ତ ପରିସରଭୁକ୍ତ ହେବେ ନାହିଁ…………ବିଜେପି ନବୀନଙ୍କ ଉପରେ ଦୟା ଦେଖାଉଛି କି…

ଭୁବନେଶ୍ୱର : ଭିକେ ପାଣ୍ଡିଆନ ବିଜେଡିକୁ ବୁଡେଇ ଦେଲେ। ତାଙ୍କ ଯୋଗୁ ବିଜେଡି ନିର୍ବାଚନ ହାରିଲା। ତାଙ୍କ ଉପସ୍ଥିତି ଏବେ ବି ନବୀନ ନିବାସରେ ରହିଛି। ପରାଜୟର ବ୍ୟବଚ୍ଛେଦ ନ କରି ଅପେକ୍ଷାକୃତ ଦୁର୍ବଳ ଷ୍ଟିଅରିଂ କମିଟି ପଛରେ ଭିକେ ପାଣ୍ଡିଆନଙ୍କ ହାତ ରହିଛି ବୋଲି କୁହାଯାଉଛି। ସେହିପରି ସେ ବେଆଇନ ଭାବେ ବିମାନରେ ଉଡି ବୁଲିଛନ୍ତି। ଏହାର ତଦନ୍ତ ହେବ, ଏପରି ଏକ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ହେଲେ ପାଣ୍ଡିଆନ ବୁଲିବା…

Read More

ଶେଷ ମୁହୂର୍ତ୍ତରେ ନଡ୍ଡା, ଧର୍ମେନ୍ଦ୍ର ଓହରିଲେ..ଆଗରୁ ନିଷ୍ପତ୍ତି ନେଇଥିଲେ ପରିପକ୍ୱ ପରିଚୟ ମିଳିଥାଆନ୍ତା…

ଭୁବନେଶ୍ୱର : ଏହି ଆଲେଖ୍ୟଟି ଲେଖା ହେଲା ବେଳକୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବଦଳି ଯାଇଥିବା କୁହାଯାଉଛି। ମାତ୍ର ପୂର୍ବପରି କଂଗ୍ରେସ ଓ ବିଜେଡି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ଘୋଷଣା କରିସାରିଛନ୍ତି। ଘଟଣାଟି ଏହି ପରି ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଧାୟକମାନଙ୍କ ଏକ କର୍ମଶାଳା ଓଡ଼ିଶା ବିଧାନସଭାରେ ହେବାର ରହିଥିଲା। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରୀ ଦଳ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି…

Read More

କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା…

Read More

ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ…

Read More

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ…

Read More