
ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା
ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…