ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ …

ଭୁବନେଶ୍ବର ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା…

Read More

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା !

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି…

Read More

ବୟସ୍କଙ୍କୁ ବଡ଼ ଦେଉଳ ଭ୍ରମଣ କଟକଣା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା

ପୁରୀ : ‘ ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁନି। ଅଯଥା ଭିଡ଼ରେ ଯନ୍ତ୍ରଣା ପାଆନ୍ତୁନି’। ବୋଲି ଦିନକ ପୂର୍ବରୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସାର୍ବଜନୀନ ନିବେଦନ କରିଥିଲେ। ବିଶେଷ ଭାବେ କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଶ୍ରୀମନ୍ଦିରରେ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ…

Read More

ପୁରୀ ବିଜେଡି ଟିକେଟ୍ ପାଇଁ ପାଞ୍ଚ ଦାବିଦାର…ହେଲେ କାହାର ସମ୍ଭାବନା ବେଶୀ..

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ପାଞ୍ଚ ଧର ବିଧାୟକ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ବିଭିନ୍ନ ରାଜନୈତିକ ଆଲୋଚନା ପ୍ରସଙ୍ଗ ଜୋର ଧରିଛି। ଏହା ମଧ୍ୟରୁ ଗୋଟିଏ ପ୍ରସଙ୍ଗ ହେଉଛି-ବିଜେଡି ପରବର୍ତ୍ତୀ ସାଧାରଣ ନିର୍ବାଚନରେ କାହାକୁ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିବ।  ମହେଶ୍ୱର ବାବୁଙ୍କ ନିଧନ ପରେ ବିଜେଡି ଏକାଧିକ ବିକଳ୍ପ ଉପରେ ପର୍ଯ୍ୟାଲୋଚନା କରୁଛି। ମାତ୍ର କୌଣସି ଗୋଟିଏ ବିକଳ୍ପ ନେଇ ଏଯାଏଁ ସ୍ଥିର ହୋଇନାହିଁ। ଏନେଇ…

Read More

ରାଜ୍ୟ ସରକାରଙ୍କ ଆୟୋଜନରେ ହବିଶ୍ୟାଳି ଖୁସି

ଭୁବନେଶ୍ୱର : ଦୁଇଦିନ ହେବା କାର୍ତ୍ତିକ ମାସ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନ ତଳେ  ଆଭାସୀ ମାଧ୍ୟମରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ହବିଶ୍ୟାଳି ଏବଂ ସେମାନଙ୍କ ବନ୍ଧୁ ପରିଜନ ବେଶ୍ ପ୍ରଶଂସା କରିଛନ୍ତି। ସାମଗ୍ରିକ ଭାବେ ରାଜ୍ୟ ସରକାର ଉନ୍ନତ ବ୍ୟବସ୍ଥା କରିଥିବାରୁ ସେମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।   ସାରା ରାଜ୍ୟରୁ ଏହି ଅବସରରେ…

Read More

ପ୍ରଥମ ଓଡ଼ିଆ ଭାବେ ଯୋଗ ଦେଲେ ପୂର୍ବତଟ ରେଳବାଇ ଶ୍ରମିକ ୟୁନିୟନ୍ ଜୋନାଲ ସଂଯୋଜକ ଅମ୍ରିତ ମିଶ୍ର

 ମୁମ୍ବାଇ : ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ମହା ସମ୍ମିଳନୀରେ ପ୍ରଥମ ଓଡ଼ିଆ ଭାବରେ ଅଲଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ/ପୂର୍ବତଟ ରେଲୱେ ଶ୍ରମିକ ୟୁନିଅନର ଜୋନାଲ ଯୁବ ସଂଯୋଜକ ତଥା ପୁରୀ ନିବାସୀ  ଅମ୍ରିତ ମିଶ୍ର ଭାରତକୁ ପ୍ରତିନିଧିତ୍ୱ କରିଥିଲେ…

Read More

କିଏ ପଠାଇଥିଲା କାଳି ମାଡ଼ କରିବାକୁ….ଭାସ୍କର କଲା କି ଖୁଲାସା….ଭି.କେଙ୍କ କାଳିକୁ ପଣତକାନିରେ ଫୋଛି ଦେଲେ ମିଶନ୍ ଶକ୍ତି ମା’…

ଭୁବନେଶ୍ୱର : ଆଜି ପୁରୀ ଜିଲ୍ଲା  ସତ୍ୟବାଦୀ ନିର୍ବାଚନମଣ୍ଡଳୀ ରେ ୫-‘ଟି ସଚିବ ଭି.କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ କରାଯାଇଛି।  ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ଭି. କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ମହୋଦୟଙ୍କ ମୁହଁରେ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର…

Read More

ପୁରୀ ବିଧାନସଭା ଆସନ : ପ୍ରାର୍ଥୀତ୍ୱ ନେଇ ବିଜେପି ଭିତରେ କସରତ

ପୁରୀ:  ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଶାସକ ଦଳ ବିଜେଡି ପାଇଁ ପୁରୀ ଜିଲ୍ଲା ବହୁତ ଗୁରୁତ୍ୱ ବହନ କରୁଛି। ଏହି ଜିଲ୍ଲାରେ ଗତଥର ବିଜେପି ଦୁଇଟି ବିଧାନସଭା ଆସନ ଜିତିଥିଲା। ସବୁ ସ୍ଥାନରେ କଡ଼ା ମୁକାବିଲା କରିବା ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା।  ବିଜେପି ନିଜର ପୁରୀ ଆସନରେ ପ୍ରାର୍ଥୀତ୍ୱକୁ ନେଇ ପ୍ଲାନ –ବି ପ୍ରସ୍ତୁତ କରିଛି। ବର୍ତ୍ତମାନର ବିଧାୟକ ଜୟନ୍ତ ଷଡଙ୍ଗୀ ବିଜେଡି ଯିବାର ପ୍ରବଳ ସମ୍ଭାବନା ରହିଛି। ତେଣୁ ଶ୍ରୀ…

Read More

ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି।…

Read More

ଅବଢ଼ା ପ୍ରିୟ ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ଆନନ୍ଦ ବଜାରରେ ଲାଗିବ ଦର ତାଲିକା

ପୁରୀ : ଦୀନବନ୍ଧୁ ଦଇତାରୀ, କୋଠ ଭୋଗଖିଆ, ଅନାଥଙ୍କ ନାଥ ଶ୍ରୀଜଗନ୍ନାଥ। ମାତ୍ର ମହାପ୍ରଭୁଙ୍କ ମହାପ୍ରସାଦ ଦର ଏତେ ଅଧିକ ରହୁଥିଲା ଯେ, ଦୀନବନ୍ଧୁ , କୋଠ ଭୋଗ ଆଶା ରଖିଥିବା ଲୋକ କି ଅନାଥ ଦୂରର କଥା, ନିମ୍ନ ମଧ୍ୟବିତ୍ତ ଭକ୍ତଟିଏ ମଧ୍ୟ ପର୍ଯ୍ୟାପ୍ତ ମହାପ୍ରସାଦ କିଣିପାରେ ନାହିଁ। ଏହାକୁ ନେଇ ଭକ୍ତ, ପୁରୀ ବାସିନ୍ଦା ଏବଂ ବିଭିନ୍ନ ବର୍ଗର ଅସନ୍ତୋଷ ରହିଥିଲା। ଅବଢାକୁ ନେଇ କେତେକ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ମଧ୍ୟ ଦେଖିବାକୁ…

Read More