
ଟି- ୨୦ରେ ସମସ୍ତଙ୍କୁ ପଛରେ ପକାଇଦେଲେ ରବି ବିଷ୍ଣୋଇ
ନୂଆଦିଲ୍ଲୀ : ଲେଗ୍ ସ୍ପିନର୍ ରବି ବିଷ୍ଣୋଇ ତାଙ୍କ କ୍ରିକେଟ୍ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର୍ ରସିଦ୍ ଖାନ୍ଙ୍କୁ ଗାଦିଚ୍ୟୁତ କରି ସେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ରେଟିଂ ପଏଣ୍ଟରେ ରସିଦ୍ ୬୯୨ରେ ଥିବାବେଳେ ବିଷ୍ଣୋଇ ୬୯୯ରେ ପହଞ୍ଚିଯାଇଛନ୍ତି। ୫ଟି ସ୍ଥାନ ଉପରକୁ ଉଠି ବିଷ୍ଣୋଇ…