
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସୁଯୋଗ ମିଳୁନାହିଁ : ସୌମ୍ୟ ରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର : ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ। ବିଜେଡ଼ିକୁ ଦୁଇ ଚାରି ଜଣ ଆଇଏଏସ୍ ଅଫିସର କାହିଁକି ପରିଚାଳନା କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ମୁଁ ଚେଷ୍ଟା କରିଛି। ହେଲେ ସୁଯୋଗ ମିଳିନାହିଁ ବୋଲି ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଶକ୍ତି ମନ୍ତ୍ରୀ ପ୍ରତାପଦେବ ଦଳୀୟ ଫୋରମରେ ନ ରହି ସମ୍ପାଦକୀୟ ଲେଖିବା ଉଚିତ ବୋଲି କହିଥିଲେ। ସୌମ୍ୟ ପୁଣି କହିଛନ୍ତି ଯେ, ମୁଁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଲେଖୁଛି।…