
ଯାଜପୁରରୁ ଯାଉଛି ସର୍ବାଧିକ ଲଘୁ ଖଣିଜ ସମ୍ପଦ
ଭୁବନେଶ୍ୱର : ଓଡ଼ିଶାରେ ୧୪୦୫ଟି ଲାଇସେନ୍ସପ୍ରାପ୍ତ ଖଣି ଖନନ ଚାଲିଛି। ଏଥିରୁ ସର୍ବାଧିକ ୨୫୭ଟି ଖଣି ଯାଜପୁର ଜିଲ୍ଲାରେ ରହିଛି। ଏକ ସରକାରୀ ତଥ୍ୟରୁ ଏହା ସାମନାକୁ ଆସିଛି। ଖଣି ଖନନ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ବାଲି ଖନନ ରାଜ୍ୟରେ ଏକ ପ୍ରମୁଖ ଖଣି କାର୍ଯ୍ୟ ହୋଇଥିବାବେଳେ ଏହା ବ୍ୟତୀତ ପଥର ଖଣି, କୋଇଲା ଏବଂ ଚୂନପଥର ଖଣି କାର୍ଯ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହୋଇଥାଏ ।…