
ଗିରଫ ହେଲେ ଟୁଟୁ ନାୟକ, ମନୋଜଙ୍କ ନାଁ ପୋଷ୍ଟର ଚିରା ଅଭିଯୋଗ
ଭୁବନେଶ୍ୱର : ଇଟିଭି ଭାରତର ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି। ଶନିବାର ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ପକ୍ଷରୁ ଦେବସ୍ମିତାଙ୍କ ଏତଲା ଆଧାରରେ ଗିରଫ କରାଯାଇଛି। ଏହି ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଜୋନ୍-୧ ଏସିପି ମାନସ ଗଡ଼ନାୟକ। ତାଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ…