ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା
ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ବକ୍ତବ୍ୟ…