ରାଜଧାନୀରେ ଶୀର୍ଷରେ ଡେଙ୍ଗୁ, ସବୁ ସରିବା ପରେ ପୁଣି ଡ୍ରୋନ୍ ପୁରାଣ ପଢାଇଲେ ମେୟର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚରମସୀମାରେ ପହଞ୍ଚିଛି। ପ୍ରତିଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ୍ କରିବାକୁ ମନା କରି ଦେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ କିଛିଦିନର ଚିକିତ୍ସା ପରେ ଛାଡି ଦେଉଛନ୍ତି। ଏତେ ସବୁ ପରେ ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣାଧିନ ନାହିଁ। ଏନେଇ ସବୁ ମହଲରୁ ଭୁବନେଶ୍ୱର ମହାନଗର ନିଗମକୁ ସମାଲୋଚନା କରାଯାଇଛି। ଡେଙ୍ଗୁ ସମ୍ପର୍କରେ ମେୟର ସୁଲୋଚନା ଦାସ…