
ରାତିରେ କେମିତି ଜୀବନ ବିତାନ୍ତି ବନ୍ୟଜନ୍ତୁ…ତାକୁ ଜାଣିବା ପାଇଁ ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ
ଭୁବନେଶ୍ୱର : ବନ୍ୟପ୍ରାଣୀ ବିଭାଗର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୁଶାନ୍ତ ନନ୍ଦ ଓଡ଼ିଶାର ବନ୍ୟଜନ୍ତୁମାନଙ୍କୁ କିପରି ଆକର୍ଷଣୀୟ କରାଯାଇପାରିବ ସେ ନେଇ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ବନ୍ୟପ୍ରାଣୀ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ଏକାଧିକ ପଦକ୍ଷେପ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ନିକଟରେ ଶ୍ରୀ ନନ୍ଦଙ୍କ ନେତୃତ୍ୱରେ ବନ୍ୟଜନ୍ତୁଙ୍କ ନାଇଟ୍ ଲାଇଫ୍ ବିଷୟରେ ଲୋକଙ୍କୁ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ…