ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ମକର ସଂକ୍ରାନ୍ତି ଶୁଭେଚ୍ଛା ସହ ଭୋଜି ଖୁଆଇଲେ ରାଜ୍ୟପାଳ ରଘୁବର

ଭୁବନେଶ୍ୱର :  ମୋତେ ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେ। ଲୋକଙ୍କ ଭିତରକୁ ଯିବାକୁ ଭଲ ଲାଗେ। ସେମାନଙ୍କ ସମସ୍ୟା ଶୁଣିବା ହିଁ ମାର ପ୍ରାଥମିକତା। ଯେତେବେଳେ ମହାମହିମ ରାଜ୍ୟପାଳ ହେବାର ଶପଥ ନେଲି। ସେ ସମୟରେ ରାଜ୍ୟର ସେବା କରିବାର ମଧ୍ୟ ଶପଥ ନେଇଥିଲି। ଶ୍ରୀଜଗନ୍ନାଥ ଡାକିଲେ ବୋଲି ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସ୍ଥାନୀୟ ରାଜଭବନ ପରିସରରେ ଥିବା ଅଭିଷକ ହଲରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଭେଟି…

Read More

ଜଗତସିଂହପୁର ଜିଲ୍ଲା ବିଜେଡିରେ ଅସନ୍ତୋଷ ବାନ୍ଧୁଛି ଦାନା, ସହ ପ୍ରଭାରୀ,-ନିର୍ବାଚନମଣ୍ଡଳଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥିବା ଜଗତସିଂହପୁର ଜିଲ୍ଲାରେ ନିର୍ବାଚନମଣ୍ଡଳୀଓ୍ୱାରୀ ସହ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଉପରକୁ ସଙ୍ଗଠନ ଠିକ୍ ଠାକ୍ ଥିଲେ ବି ପୂର୍ବ ଭୋଟ ହାର ହ୍ରାସ ପାଇବାର ଆଶଙ୍କା ରହିଥିବା ବିଜେଡିର ସର୍ଭେକ୍ଷଣ ଟିମ୍ ରିପୋର୍ଟ ଦେଇଛି। ସବୁ ଆସନରେ ଏକାଧିକ ଆଶାୟୀ ଏବଂ ଅନ୍ୟ ଦଳରୁ ନେତା ଆମଦାନୀ ଚର୍ଚ୍ଚା ଜୋର ଧରିଛି। କେତେକ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ କେତେକ ବ୍ୟକ୍ତିଗତ କାରଣରୁ…

Read More

ନୂଆ ପ୍ରଭାରୀଙ୍କୁ ଭୂଆଁ ବୁଲାଇଲେଣି ଓଡ଼ିଶା କଂଗ୍ରେସ ନେତା, ଅଜୟ କହୁଛନ୍ତି ଗୋଟେ..ଛପୁଛି ଗୋଟେ..

ଭୁବନେଶ୍ୱର : ସ୍ଥାୟୀ ଶାସନ ସତ୍ତ୍ୱେ ଓଡ଼ିଶାର ସାମଗ୍ରିକ ବିକାଶ ଆଖି ଦୃଶିଆ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଆସୁଛି। ଓଡ଼ିଶାର ଖଣିଜ ସମ୍ପଦର ସୁବିନିଯୋଗ ସହ ସାମାଜିକ ନ୍ୟାୟର ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ଦ୍ୱାରା ରାଜ୍ୟର ପ୍ରକୃତ ରୂପାନ୍ତରଣ କରାଯାଇପାରିବ। ଏହି କଥା ଡେରିରେ ହେଉ ପଛେ ଏଆଇସିସି ବୁଝିବା ପାଇଁ ଚେଷ୍ଟା କରିଥିଲା। ସେଥିପାଇଁ ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଯତ୍ନଶୀଳ ଥିଲେ। ପ୍ରଥମ ଦିନର ଅଭିଭାଷଣରେ ଦୁଇ ଲକ୍ଷ କୋଟି ଖଣି ଦୁର୍ନୀତି…

Read More

ଉତ୍ତର ଓଡ଼ିଶାର ବିଭିନ୍ନ ଆସନର ପ୍ରାର୍ଥୀ ଚିନ୍ତା ବିଜେଡିକୁ ଘାରୁଛି, ବିଦ୍ରୋହ ଦମନ ନେତୃତ୍ୱ ପାଇଁ ଆହ୍ୱାନ

ଭୁବନେଶ୍ୱର : ଫେବୃୟାରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଓ ବିଜ୍ଞପ୍ତି ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ବ୍ୟାପକ ପ୍ରସ୍ତୁତି ଜାରି ରଖିଛି। ଏହି କ୍ରମରେ ଉତ୍ତର ଓଡ଼ିଶା ପାଇଁ ଦଳ ସ୍ୱତନ୍ତ୍ର ଯୋଜନା କରୁଛି। ମୟୂରଭଞ୍ଜ, କେନ୍ଦୁଝର ଏବଂ ଅବିଭକ୍ତ ବାଲେଶ୍ୱର ଜିଲ୍ଲାକୁ ଉତ୍ତର ଜୋନ୍ ଭାବେ ବିଜେଡି ଚିହ୍ନିତ କରିଛି। ଏହି ଜୋନ୍ ମଧ୍ୟରେ ଆସୁଥିବା ମୟୂରଭଞ୍ଜ ଲୋକସଭା ଆସନ ଜିତିବା…

Read More

ଗୋପାଳପୁରରେ ଗୋପବନ୍ଧୁଙ୍କୁ ଖୋଜା ଚାଲିଛି…କ’ଣ ପାଇଁ ଏ ନୀରବତା..

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏବେ ଗୋପବନ୍ଧୁ ଦାଶଙ୍କ ଖୋଜା ପଡ଼ିଛି। ଗତ ଅକ୍ଟୋବର ପ୍ରଥମ ସପ୍ତାହ ପରଠୁ ଆଉ ତାଙ୍କୁ ଦେଖିବାକୁ ମିଳୁନି। ଏକଦା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସର୍ବେସର୍ବା ହୋଇଥିବା ଗୋପବନ୍ଧୁ ହଠାତ୍‌ ଉଭାନ ହୋଇଯିବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ଏପରିକି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ କିମ୍ବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ ବେଳେ ମଧ୍ୟ ଗୋପବନ୍ଧୁ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ବ୍ରହ୍ମପୁରର ନେତାମାନେ ଗୋପାଳପୁରରେ…

Read More

ସାଲେପୁର ପାଇଁ ନୂଆ ପ୍ରାର୍ଥୀ ଖୋଜିଲାଣି ବିଜେଡି, ଯୁବ ଚେହେରା ଚିନ୍ମୟ ସାହୁଙ୍କୁ ନେଇ କ’ଣ ଆସିଛି ସର୍ଭେ ରିପୋର୍ଟ

କଟକ : ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ସର୍ଭେକ୍ଷଣରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ପ୍ରତି ନିର୍ବାଚନମଣ୍ଡଳୀରେ ୪୦ରୁ ୫୦ ହଜାର ସ୍ୱତନ୍ତ୍ର ଭୋଟ ରହିଥିବା ଜଣାପଡିଛି। ରାଜ୍ୟରେ ଏମିତି ବହୁ ଆସନ ରହିଛି, ଯେଉଁଠି ସାମାନ୍ୟ ବିଜେଡି ଟିକେଟ୍ ହିଁ ବିଜୟ ସୁନିଶ୍ଚିତ…

Read More

ପ୍ରଦେଶ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ପୂର୍ବରୁ ସମ୍ଭାବନା ହ୍ରାସ ହୋଇ ଯାଇ ନ ଥିବ ତ……

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ବିଜେଡିର ନିର୍ବାଚନ ପ୍ରସ୍ତୁତି ବିରୋଧି ବିଜେପି ଏବଂ କଂଗ୍ରେସ ଠାରୁ ଢେର ଅଧିକ ରହିଛି। କଂଗ୍ରେସର ପ୍ରସ୍ତୁତି ଅପେକ୍ଷାକୃତ କମ୍ ରହିଛି।  ଗତ ନିର୍ବାଚନ ପରେ କଂଗ୍ରେସର ଶୀର୍ଷ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଇତି ମଧ୍ୟରେ ତିନି ଜଣ ପ୍ରଭାରୀ ଓଡ଼ିଶା କଂଗ୍ରେସ ଦେଖି ସାରିଲେଣି। ଏମାନେ ହେଉଛନ୍ତି- ଜିତେନ୍ଦ୍ର ସିଂ, ଚେଲ୍ଲା କୁମାର ଏବଂ ଅଜୟ କୁମାର। ଫେବୃୟାରୀ…

Read More

ଓଡ଼ିଶା ଆସୁଛନ୍ତି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱତ୍ ମନ୍, ପରବର୍ତ୍ତୀ ସମୟରେ ଆସିବେ ରାଘବ ଚଢା

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ ଆସିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗଓ୍ୱତ୍ ମନ୍। କେବଳ ମନ୍ ନୁହଁନ୍ତି ଆପ୍ ରାଜ୍ୟସଭା ନେତା ରାଘବ ଚଢା ମଧ୍ୟ ଓଡ଼ିଶା ଆସିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଏନେଇ ଉଭୟ ଚଢା ଏବଂ ମନ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଗଓ୍ୱତ୍ ମନ ଆସିବାର ସଙ୍କେତ ରାଜ୍ୟ କର୍ମକର୍ତ୍ତାଙ୍କୁ ମିଳିସାରିଛି। ରାଘବ ଚଢାଙ୍କ ଗସ୍ତ ନେଇ ସ୍ପଷ୍ଟ ଚିତ୍ର ଏଯାବତ ଆସିନାହିଁ। ଚଳିତ ସପ୍ତାହ…

Read More

ବର୍ଷ ଆରମ୍ଭରୁ ସତର୍କ ବିଜେଡି, କୌଣସି ପ୍ରକାର ବିଷମ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁନି ତୃତୀୟ ମହଲା…ସବକା ସାଥ୍ ନୀତିରେ ରଣନୀତି..

ଭୁବନେଶ୍ୱର :  ୨୦୨୪ ବର୍ଷ ଆସୁ ଆସୁ ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏହି ଉତ୍କଣ୍ଠା ଆହୁରି ଅଧିକ ରହୁଛି। ଦେଶର ସାଧାରଣ ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେଡି ଅଢେଇ ଦଶନ୍ଧି ଧରି କ୍ଷମତାରେ ରହିଛି। ତେଣୁ ଶାସକ ଦଳ ବିଜେଡି ନିର୍ବାଚନକୁ ନେଇ ଅଧିକ ସତର୍କ ରହୁଥିବା ଜଣାପଡିଛି। ଦଳ କୌଣସି ପରିସ୍ଥିତିରେ  କିଛି ଅଡ଼ୁଆ ପରିସ୍ଥିତି…

Read More

କିଏ ହେବ ପୁରୀ ଜିଲ୍ଲା ବିଜେଡି ସଭାପତି, ତର୍ଜମା ଜାରି ରଖିଛି ତୃତୀୟ ମହଲା

ଭୁବନେଶ୍ୱର :  ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁୟାରୀ ତୃତୀୟ ସପ୍ତାହରେ ଲୋକର୍ପଣ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜାତୀୟସ୍ତରରେ ଶ୍ରୀରାମ କୈନ୍ଦ୍ରିକ ଧାର୍ମିକ ରାଜନୀତି ଜୋର ଧରିଥିବା ବେଳେ ଓଡ଼ିଶାରେ ଶ୍ରୀଜଗନ୍ନାଥ କୈନ୍ଦ୍ରିକ କାର୍ଯ୍ୟକ୍ରମ କରାଯାଉଛି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଜାତୀୟସ୍ତରରେ ରାମ-ମନ୍ଦିର ପ୍ରତିଷ୍ଠା ଏବଂ ରାଜ୍ୟରେ ପରିକ୍ରମା ଲୋକାର୍ପଣ ଉତ୍ସବ ଉପରେ ସମସ୍ତଙ୍କ ନଜର ରହିବ। ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି…

Read More