ଦୋମାରାଜୁ ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ୫ କୋଟିର ପୁରସ୍କାର

ଚେନ୍ନାଇ: ଚେସ ମାଷ୍ଟର ଗୁକେଶଙ୍କୁ ତାମିଲନାଡୁ ସରକାରଙ୍କ ବଡ ଭେଟି। ବିଶ୍ଵର ସର୍ବକନିଷ୍ଠ ଚେସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିବା ଦୋମାରାଜୁ ଗୁକେଶଙ୍କ ପାଇଁ ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଷ୍ଟାଲିନ ସରକାର। ଗୁରୁବାର ଖେଳାଯାଇଥିବା ବିଶ୍ଵ ଚେସ ଚାମ୍ପିଅନସିପର ଅନ୍ତିମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଗୁକେଶ ଗତବର୍ଷର ଚାମ୍ପିଅନ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବିଶ୍ଵ ରେକର୍ଡ ସ୍ଥାପନ କରିଛନ୍ତି। ଏହି ୧୪ ରାଉଣ୍ଡର ମୁକାବିଲାକୁ ଗୁକେଶ ୭.୫-୬.୫ ପଏଣ୍ଟ ବ୍ୟବଧାନରେ ଜିତି ନେଇଥିଲେ। ଗୁକେଶଙ୍କ ଐତିହାସିକ ବିଜୟ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ତାଙ୍କୁ ବହୁ ପ୍ରଶଂସା କରିଥିଲେ। ତାଙ୍କର ବିଜୟ ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ, କେ ଷ୍ଟାଲିନ ।

Leave a Reply

Your email address will not be published. Required fields are marked *