ଆସେସ୍ ଶୃଙ୍ଖାଳାର ପ୍ରଥମ ମ୍ୟାଚ୍ ଜିତି ୧୮ ବର୍ଷର ପ୍ରତିଶୋଧ ନେଲା କଙ୍ଗାରୁ ଦଳ

ଏଜ୍‌ବାଷ୍ଟନ୍‌ (ବର୍ମିଂହାମ): ଆସେସ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ବିଶ୍ବ ବିଜେତା ଅଷ୍ଟ୍ରେଲିଆ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ଜିତି ନେଇଛି। ବର୍ମିଂହାମର ଏଜ୍‌ବାଷ୍ଟନ୍‌ରେ ଖେଳାଯାଇଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା ଘରୋଇ ଇଂଲଣ୍ଡ । ଉସମାନ ଖୱାଜାଙ୍କ ବ୍ୟତୀତ କଙ୍ଗାରୁ ଦଳ ପାଇଁ କେହି ଲମ୍ବା ପାରି ଖେଳି ପାରିନଥିଲେ। ବିଜୟ ପାଇଁ ଆହୁରି ୫୪ ରନ୍‌ ଆବଶ୍ୟକ ଥିବାବେଳେ ଅଷ୍ଟ୍ରେଲିଆ ଅଷ୍ଟମ ୱିକେଟ୍ ହରାଇଥିଲା। କିନ୍ତୁ ଅଧିନାୟକ ପ୍ୟାଟ୍ କମିନ୍ସ (୭୩ ବଲ୍‌ରୁ ୪୪* ରନ୍) ଏବଂ ନାଥନ୍ ଲାୟନ୍ (୨୮ ବଲରୁ ୧୬* ରନ୍‌) ନବମ ୱିକେଟ୍ ପାଇଁ ୧୨ ଓଭରରୁ ୫୫* ରନ୍‌ ଯୋଡ଼ି ଇଂଲଣ୍ଡ ହାତାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ରବିନସନଙ୍କୁ ଥାର୍ଡ ମ୍ୟାନ୍‌ ଅଞ୍ଚଳକୁ ଚୌକା (ମିସ୍‌ଫିଲ୍ଡ) ମାରି କମିନ୍ସ ମଧ୍ୟ ଏହି ସ୍ମରଣୀୟ ବିଜୟ ଅଷ୍ଟ୍ରେଲିଆକୁ ଭେଟି ଦେଇଥିଲେ । ଏଥି ସହ ଅଷ୍ଟ୍ରେଲିଆ  ୧୮ ବର୍ଷ ତଳେ ସମାନ ପରିସ୍ଥିତିରେ ୨୮୨ ରନ୍‌କୁ ପିଛା କରିଥିବା ଅଷ୍ଟ୍ରେଲିଆ ୨ ରନ୍‌ରେ ହାରିଯାଇଥିଲା।କିନ୍ତୁ ଏହି ମ୍ୟାଚକୁ ଜିତି 18 ବର୍ଷ ପରେ ପରାଜୟର ପ୍ରତିଶୋଧ ନେଇଛି କଙ୍ଗାରୁ ଦଳ ।

Leave a Reply

Your email address will not be published. Required fields are marked *