ଚାମ୍ପିୟନ୍ସ ଟ୍ରଫିର କବାଟ ଇଂଲଣ୍ଡ ପାଇଁ ହୋଇପାରେ ବନ୍ଦ୍ ଜାଣନ୍ତୁ କେମିତି…
ବିଶ୍ୱକପରେ ଇଂଲଣ୍ଡ ଦଳର ଯାତ୍ରା ପ୍ରାୟ ଶେଷ ହୋଇଛି। ଜୋସ୍ ବଟଲରଙ୍କ ନେତୃତ୍ବାଧୀନ ଇଂଲଣ୍ଡ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି। ଇଂଲଣ୍ଡ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟିରେ ପରାଜୟର ସମୁଖୀନ ହୋଇଛି। ଫଳରେ ଇଂଲଣ୍ଡ ୬ ମ୍ୟାଚ୍ ରୁ ୨ ପଏଣ୍ଟ ପାଇଛି। ସେହିପରି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଇଂଲଣ୍ଡର ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାସ୍ତବରେ ଯେଉଁ ସମୀକରଣ ରହିଛି, ଇଂଲଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବା ଅତ୍ୟନ୍ତ କଷ୍ଟକର। ଇଂଲଣ୍ଡ ପାଖରେ ସୁଯୋଗ ଥିଲେ ମଧ୍ୟ ଏହି ଦଳ ନିଜ ପ୍ରଦର୍ଶନ ବ୍ୟତୀତ ସେମାନଙ୍କୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।
ବିଶ୍ୱକପରେ ଇଂଲଣ୍ଡର ୩ଟି ମ୍ୟାଚ୍ ବାକି ରହିଛି। ଅଷ୍ଟ୍ରେଲିଆ ବ୍ୟତୀତ ଏହି ଦଳ ନେଦରଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ୩ଟି ମ୍ୟାଚ୍ ରୁ ଇଂଲଣ୍ଡ ଦଳକୁ ଅତି କମରେ ୨ଟି ମ୍ୟାଚ୍ ଜିତିବାକୁ ପଡ଼ିବ। କିନ୍ତୁ ଏହା ପରେ ମଧ୍ୟ ବାକି ଦଳର ଫଳାଫଳ ଉପରେ ନିର୍ଭର କରିବାକୁ କରିବାକୁ ପଡିବ ।