ODI World Cup 2023; ବିଶ୍ଵକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଚହଲ ଓ ଅଶ୍ୱିନଙ୍କୁ ମିଳିଲାନି ସ୍ଥାନ

ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରେ ଆରମ୍ଭ ହୋବାକୁ ଥିବାବେଳ ଫାଇନାଲ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ | ତେବେ ବିଶ୍ୱକପ ପାଇଁ ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଦଳର ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ବିସିସିଆଇ ପକ୍ଷରୁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଦିଆ ଯାଇଛି। ଯେଉଁ ଥିରେ ବେଶୀ କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଏସିଆ କପରେ ସ୍ଥାନ ପାଇ ଥିବା ପ୍ରାୟ ଖେଳାଳି ବିଶ୍ୱକପ ପାଇଁ ମନୋନୀତ ହୋଇଛନ୍ତି। ସବୁ ବିଶ୍ଵକପ ପରି ପୁଣି ଏଥର ଚାହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ରବିଚନ୍ଦ୍ର ଆଶ୍ୱିନ ଓ ସଞ୍ଜୁ ସମାସନ ମଧ୍ୟ ବିଶ୍ବକପ୍ ଦଳରୁ ବାହାରେ ଅଛନ୍ତି।
ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆର ଦଳ: ରୋହିତ ଶର୍ମା (କ୍ୟାପଟେନ୍), ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ୍ ଆୟର, ରବିନ୍ଦ୍ର ଜାଡେଜା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ମୋହମଦ୍ ସିରାଜ, ମୋହମଦ୍ ଶାମି, ଅକ୍ଷର ପଟେଲ ଏବଂ ଶାର୍ଦ୍ଦୁଲ ଠାକୁର |
