ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର ପସିଲା ଚେତା , ଦ୍ୱିତୀୟ ଟେଷ୍ଟ ପାଈଁ ସରଫରାଜଙ୍କୁ ଦଳରେ କଲା ସାମିଲ୍

ବିସିସିଆଇ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ପରିଶେଷରେ ସରଫରାଜ ଖାନଙ୍କୁ ଦଳରେ ସାମିଲ କରିଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦେଖାଦେଇଛି ପରିବର୍ତ୍ତନ । ଘରୋଇ କ୍ରିକେଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଥିବା ସରଫରାଜ ଖାନଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ କେଏଲ ରାହୁଲ ଆହତ କାରଣରୁ ଏହି ମ୍ୟାଚ ପାଇଁ ବାଦ୍ ପଡିଛନ୍ତି । ସହିପରି ଅନେକ ଦିନର ଅପେକ୍ଷା ପରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସରଫରାଜ । ସରଫରାଜଙ୍କ ବିଷୟରେ କହିବାକୁ ଗଲେ ଘରୋଇ ମ୍ୟାଚ୍‌ରେ ତାଙ୍କର ଭଲ ରେକର୍ଡ ରହିଛି । ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରଥମ ଶ୍ରେଣୀ ମ୍ୟାଚର ୬୬ ଇନିଂସରେ ୩୯୧୨ ରନ୍ ସଂଗ୍ରହ କରିଛନ୍ତି । ଏହି ଅବଧି ମଧ୍ୟରେ ସେ ୧୪ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମଧ୍ୟ ଏହି ଫର୍ମାଟରେ ଏକ ଟ୍ରିପଲ ସେଂଜୁରି ସ୍କୋର କରିଛନ୍ତି । ୩୦୧ ରନ୍ ତାଙ୍କର ସର୍ବଶ୍ରଷ୍ଠ ସ୍କୋର ।

Leave a Reply

Your email address will not be published. Required fields are marked *