ଦୁବେ, ସାମସନ ଓ ଜୟସ୍ୱାଲ ଫେରିବା ପରେ ବଦଳି ଗଲା ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ…

ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ । ଏହା ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚ୍ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍କୁ ବରାବର ସ୍ଥିତିରେ ରଖିଛନ୍ତି । ସେହିପରି ଏହି ତୃତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ସୁଭମନ ଗିଲ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛନ୍ତି। ଜୟସ୍ଵାଲ , ଦୁବେ ଓ ସାମସନ ଫେରିବା ପରେ ଭାରତୀୟ ଦଳରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ଦେଖା ଦେଇଛି। କାରଣ ପ୍ରତମ ଦୁଇଟି ଟି-20 ରେ ବିଶ୍ବକପରେ ସାମିଲ ଥିବା ଜୟସୱାଲ , ସାମସନ ଓ ଦୁବେ ଉପଲବ୍ଧ ନଥିବାରୁ ସେମାନଙ୍କ ସ୍ଥାନରେ ସାଇ.ସୁଦର୍ଶନ , ଜିତେଷ ସର୍ମା ଓ ହର୍ଷିତ ରାଣାଙ୍କୁ ସ୍ଥାନ ଦିଆଯାଇଥିଲା । ଏହି ତିନି ଖେଳାଳି ଉପଲବ୍ଧ ଥିବାରୁ ଓପନିଂ ଓ ମଡିଲ୍ ଅର୍ଡରରେ ପରିବର୍ତ୍ତନ ଦେଖା ଦେଇଛି । ରୀୟନ ପରାଗ, ସାଇ ସୁଦର୍ଶନ ଓ ଧ୍ରୁବ ଜୁରେଲଙ୍କୁ ବାଦ୍ ଦିଆଯାଇ ଦଳରେ ଅନ୍ତିମ ଏକାଦଶରେ ଦୂବେ , ସାମସନ୍ ଓ ଜୟସ୍ୱାଲଙ୍କୁ ସ୍ଥାନ ମିଳିଛି। ଏହି ମ୍ୟାଚ୍ରେ ଭାରତ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ଭଲ ଖେଳିଥିବା ଜିମ୍ବାୱେ ଅଭିଷେକ ଶର୍ମାଙ୍କ ବ୍ୟାଟିଂରେ ଚିତ୍ପଟାଙ୍ଗ ମାରିଥିଲା। ଏହା ସତ୍ତ୍ବେ ଦଳ ଏହି ସିରିଜ୍କୁ ଫେରିବାର ଦକ୍ଷତା ରଖିଛି।
ଭାରତୀୟ ଏକାଦଶ; ଶୁଭମାନ ଗିଲ (c), ଯଶସ୍ୱୀ ଜସୱାଲ, ଅଭିଷେକ ଶର୍ମା, ରୁତୁରାଜ ଗାଇକୱାଡ, ସଞ୍ଜୁ ସାମସନ (wk), ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ରବି ବିସ୍ନୋଇ, ଆଭେଶ ଖାନ, ଖାଲିଲ ଅହମ୍ମଦ