ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ
ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।
ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ ବଳେ ବାଂଲାଦେଶ ସହିତ ଖେଳୁଥିବା ବେଳେ ସେ ଗୋଡରେ ଆଘାତ କାରଣରୁ ବିଶ୍ବକପରୁ ବାଦ୍ ପଡ଼ିଥିଲେ। ପରେ ସେ ଭାରତୀୟ ଦଳ ସହିତ ଯୋଡି ହୋଇ ନଥିଲେ । କିନ୍ତୁ ଏବେ ଆଇପିଏଲ ପୂର୍ବରୁ ସେ ଫିଟ୍ ହୋଇଯାଇଛନ୍ତି। ଆଗକୁ ଆଇପିଏଲ ଥିବାବେଳେ ସେ ସୁସ୍ଥ ହେବା ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।
୬ମାସ କ୍ରିକେଟରୁ ଦୂରରେ ଥିବା ହାର୍ଦ୍ଦିକ ଟିମ୍ ଇଣ୍ଡିଆ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳି ପାରି ନାହାନ୍ତି। ତାଙ୍କର ଆଇପିଏଲକୁ ଫେରିବା ନେଇ ପୂର୍ବତନ ପେସ୍ ବୋଲର ପ୍ରବୀଣ କୁମାର କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ହାର୍ଦ୍ଦିକ ଠିକ୍ ଆଇପିଏଲ ପୂର୍ବରୁ କିଭଳି ସୁସ୍ଥ ହୋଇଗଲେ। ସେହିପରି ଯଦି ଦେଖାଯାଏ ହାର୍ଦ୍ଦିକ ରଣଜିରେ ମଧ୍ଯ ବରୋଦା ପାଇଁ ଖେଳି ନଥିଲେ। କିନ୍ତୁ ଠିକ୍ ଆଇପିଏଲ ସମୟରେ ସେ କେମିତି ଫିଟ୍ ହୋଇ ଯାଉଛନ୍ତି। ଯଦି ଦେଖାଯାଏ ଆଇପିଏଲ ପରେ ପୁଣି ଟି-୨୦ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି। ଆଇପିଏଲରେ ଯଦି ପାଣ୍ଡ୍ୟା ପୁଣି ଆହତ ହୁଅନ୍ତି ତେବେ ବିସିସିଆଇର ସବୁ ଯୋଜନା ବିଫଳ ହୋଇଯିବ । କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାର ବାର୍ଷିକ ଚୁକ୍ତିରେ ପାଣ୍ଡ୍ୟାଙ୍କୁ ଗ୍ରେଡ A ରେ ରଖିଛି। ତେବେ ଏଠି କୁହା ଯାଇପାରିବ ଯଦି ପାଣ୍ଡ୍ୟା ନିଜକୁ ସମ୍ପୂର୍ଣ ସୁସ୍ଥ ଘୋଷଣା କରିଛନ୍ତି କେବଳ ଆଇପିଏଲର ପଇସା ପାଇଁ।