ସୁପର -୮ ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

ଚଳିତ ଟି-୨୦ ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ଆଜି ଠାରୁ ତା’ର ସୁପର-୮ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ମେନ୍ ଇନ୍ ବ୍ଲୁ ସୁପର- ୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ୩ଟି ଯାକ ମ୍ୟାଚ୍‌ ଭାରତ ୱେଷ୍ଟ ଇଣ୍ଡିଯରେ ଖେଳିବ। ଆମେରିକାରୁ ଆସି ନୂଆ ପରିବେଶରେ ଭାରତ ଖାପ ଖୁଆଇ ସୁପର-୮ରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଯଦି ଦୁଇ ଦଳର ଖେଳାଳି ମାନଙ୍କୁ ସମୀକ୍ଷା କରାଯିବ ତେବେ ଭାରତୀୟ ଖେଳାଳି ମାନେ ଆଫଗାନିସ୍ଥାନ ଖେଳାଳିଙ୍କ ଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ଅଛନ୍ତି।
ତେବେ ପୂର୍ବରୁ ନ୍ୟୁୟର୍କରେ ମ୍ୟାଚ ଖେଳାଯାଇଥିଲା ଯାହା ଫଳରେ ବ୍ୟାଟର ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଆଜି ହାଇସ୍କୋର ମ୍ୟାଚ ହେବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *