ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି,କାଳବୈଶାଖୀ ନେଈ ଆଶଙ୍କା

ପଙ୍ଖା କାମ କରିବା ବନ୍ଦ କରିଦେଲାଣି । ଦେହରୁ ବାହାରୁଛି ଗମ୍ ଗମ୍ ଝାଳ । ବିନା ଏସିରେ ଶୋଇବା ହୋଇପଡିଛି କଷ୍ଟ ସାଧ୍ୟ । ନା ବାହାରକୁ ବାହାରିବା ପାଇଁ ଇଛା ହେଉଛି ନା ଘରେ ଶାନ୍ତିରେ ରହିହେଉଛି । ଦିନ କୁ ଦିନ ତାତି ବଢ଼ି ବଢ଼ି ଚାଲିଛି। ମାର୍ଚ୍ଚ ମାସର ଗରମକୁ ଅନୁଭବ କରି ଆଗକୁ ସାରା ରାଜ୍ୟରେ ହେବାକୁ ଥିବା ନିଆଁ ବର୍ଷା କଥା ଅନୁମାନ କରାଯାଉଛି । ମଝିରେ ୨ ଦିନ ଧରି ହୋଇଥିବା ଲଘୁଚାପ ଧରାପୃଷ୍ଠକୁ ଶାନ୍ତ କରିଦେଇଥିଲା । କିନ୍ତୁ ଠିକ ଏହାର ୧ ଦିନ ଛାଡି ପୁଣି ଆରମ୍ଭ ହୋଇଯାଇଛି ଗରମ, ଗୁଳୁଗୁଳି ଏବଂ ଅସହ୍ୟ ତାତି ।

ଏନେଇ ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗର ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ଆଗାମୀ ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ପାଖାପାଖି ୩୬ ରୁ ୩୭ ବୃଦ୍ଧି ପାଇବ । ଏବଂ ଯେହେତୁ ତାପମାତ୍ରା ବୃଦ୍ଧି ପାଉଛି ତେବେ କାଳ ବୈଶାଖୀର ସମ୍ଭାବନା ଦେଖାଯାଉଛି । ମୁଖ୍ୟତଃ ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର ଜିଲ୍ଲା ଆଦି ମାନଙ୍କରେ କାଳ ବୈଶାଖୀର ସମ୍ଭାବନା ଦେଖାଯାଉଛି ।

Leave a Reply

Your email address will not be published. Required fields are marked *