National Sports Day ; ଆଜି ଜାତୀୟ କ୍ରୀଡା ଦିବସ , ହକିର ଯାଦୁକର ଧ୍ୟାନ ସିଂ ରୁ କେମିତି ହେଲେ ଧ୍ୟାନଚାନ୍ଦ ଜାଣନ୍ତୁ …

ଆଜି ଜାତୀୟ କ୍ରୀଡା ଦିବସ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ ।

କ୍ରିକେଟରେ ଡନ୍ ବ୍ରାଡମ୍ୟାନ୍ ଏବଂ ଫୁଟବଲରେ ପେଲେଙ୍କ ଭଳି ଧାନଚାନ୍ଦ ହକିରେ ସମାନ ସ୍ଥିତି ହାସଲ କରିଛନ୍ତି । ଅଗଷ୍ଟ ୨୯, ୧୯୦୫ ରେ ଆହ୍ଲାବାଦରେ ଜନ୍ମ ହୋଇଥିବା ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଦେଶରେ କ୍ରୀଡା ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଭାରତର ଏହି ମହାନ ଖେଳାଳିଙ୍କ ବିଷୟରେ କିଛି ରୋଚକ କଥା ଜାଣିବା-

ଭାରତର ଏହି ମହାନ ହକି ଖେଳାଳି ଭାରତ ପାଇଁ ତିନୋଟି ଅଲମ୍ପିକ୍ସରେ ପ୍ରତିନିଧିତ୍ଵ କରିଥିଲେ ।୧୯୨୮,୧୯୩୨,୧୯୩୬ ଓଲୋମ୍ପିକରେ ତାଙ୍କ ଉପସ୍ଥିତିରେ ଭାରତ ଭଲ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥଲା ।

ଆଜିର ଦିନରେ ହକିର ଯାଦୁକର କୁହାଯାଉଥିବା ମେଜର ଧ୍ୟାନଚାନ୍ଦଙ୍କର ୧୧୮ତମ ଜନ୍ମ ବାର୍ଷିକ। ଏହି ମହାନ ଖେଳାଳି ମାତ୍ର ୧୬ ବର୍ଷ ବୟସରେ ଭାରତୀୟ ସେନାରେ ଭର୍ତି ହେଇଥିଲେ । ମାତ୍ରା ଭର୍ତି ହେବାର କିଛି ଦିନ ପରେ ସେ ହକି ଖେଳିବା ଆରମ୍ଭ କରିଥିଲେ। ସେ ସେତେବେଳ ବହୁତ ଅଭ୍ୟାସ କରିଥିଲେ । ରାତିରେ ତାଙ୍କର ଅଭ୍ୟାସ ସେସନ ଚନ୍ଦ୍ରର ଉଦୟ ସହିତ ଜଡିତ ଥିଲା । ସେଥିପାଇଁ ତାଙ୍କ ସାଥୀ ଖେଳାଳିମାନେ ତାଙ୍କ ନାମ ଆଗରେ ‘ଚାନ୍ଦ’ ରଖିଥିଲେ । ବାସ୍ତବରେ ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଥିଲା ଧ୍ୟାନ ସିଂ ।

୧୯୨୮ ମସିହାରେ ନେଦରଲ୍ୟାଣ୍ଡର ଆମଷ୍ଟରଡାମରେ ଅନୁଷ୍ଠିତ ଅଲିମ୍ପିକ୍ ଗେମ୍ସରେ ସେ ଭାରତ ପାଇଁ ସର୍ବାଧିକ ଗୋଲ ସ୍କୋରର ଆଣିଥିଲେ । ସେହି ଟୁର୍ଣ୍ଣାମେଣ୍ଟରେ ଧାନଚାନ୍ଦ ୧୪ଟି ଗୋଲ୍ ସ୍କୋର କରିଥିଲେ । ସେତେବେଳେ ଏକ ସ୍ଥାନୀୟ ଖବରକାଗଜ ପ୍ରକାଶ ପାଇଥିଲା ଯେ, ‘ଏହା ହକି ନୁହେଁ ବରଂ ଯାଦୁ ଏବଂ ଧ୍ୟାନଚାନ୍ଦ ହକିର ଯାଦୁକର ଅଟନ୍ତି’ ।

ଧ୍ୟାନଚାନ୍ଦ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ଏମିତି ଗୋଟେ ମ୍ୟାଚ୍ ଥିଲା ଯାହାକୁ ସେ ଅଧିକ ପସନ୍ଦ କରୁଥିଲେ । ୧୯୩୩ ମସିହାରେ କଲିକତା କଷ୍ଟମ୍ସ ଏବଂ ଝାନ୍ସି ହିରୋଙ୍କ ମଧ୍ୟରେ ଖେଳାଯାଇଥିବା ବିଗଟନ୍ କ୍ଲବ ଫାଇନାଲ୍ ତାଙ୍କର ସବୁଠୁ ପସନ୍ଦର ମ୍ୟାଚ୍ ଥିଲା ।

୧୯୩୨ ଅଲିମ୍ପିକ୍ ଫାଇନାଲରେ ଭାରତ ଆମେରିକାକୁ ୨୪-୧ରେ ପରାସ୍ତ କରିଥିଲା । ସେହି ମ୍ୟାଚରେ ଧ୍ୟାନଚାନ୍ଦ ଆଠଟି ଗୋଲ୍ ସ୍କୋର କରିଥିବା ବେଳେ ତାଙ୍କ ଭାଇ ରୂପ ସିଂ ୧୦ ଟି ଗୋଲ ସ୍କୋର କରିଥିଲେ।

ଧ୍ୟାନଚାନ୍ଦ ହକିକୁ ଏତେ ଭଲ ପାଉଥିଲେ ଯେ ସେ ଏକ ଗଛରୁ କାଠ କାଟି ସେଥିରୁ ହକି ଷ୍ଟିକ୍ ବନାଇ ତା ସହିତ ଖେଳିବା ଆରମ୍ଭ କରିଥିଲେ । ସେ ରାତିସାରା ହକି ଖେଳୁଥିଲେ । ତାଙ୍କର ହକି ବ୍ୟତୀତ ଅନ୍ୟ କିଛିରେ ମନ ଲାଗୁନଥିଲା । ସେ ହକି ପାଇଁ ପଢା ମଧ୍ଯ ଭୁଲି ଯାଉଥିଲେ । ଏକଦା ତାଙ୍କ ପ୍ରଶଂସାରେ କ୍ରିକେଟର ଡନ ବ୍ରାଡମ୍ୟାନ ପ୍ରଭାବିତ ହୋଇ କହିଥିଲେ ‘ଧାନଚାନ୍ଦ କ୍ରିକେଟରେ ରନ୍ କଲାପରି ଗୋଲ୍ କରୁଛନ୍ତି’।

Leave a Reply

Your email address will not be published. Required fields are marked *