ଟାଟା ସାମ୍ରାଜ୍ୟ ଓ ଓଡ଼ିଶାକୁ ନେଇ ଦୁଇଟି ଭିନ୍ନ ଏକ ଦୃଷ୍ଟିପାତ

ଭୁବନେଶ୍ୱର: (ପ୍ରଥମ ସ୍ତମ୍ଭ -ଭାଲଚନ୍ଦ୍ର ଷଡ଼ଙ୍ଗୀ/ ଦ୍ୱିତୀୟ ସ୍ତମ୍ଭ- ବିଜୟ ସାହୁ)-ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଶୋକ ପ୍ରକାଶ କରାଯାଉ, ଠିକ୍ ଅଛି । କିନ୍ତୁ ଶୋକ ପ୍ରକାଶ ନାଁରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏତେ ଦୂର ମହିମା ମଣ୍ଡନ କରାନଯାଊ, ଯାହା ସେ ବିଲକୁଲ ନଥିଲେ ! ରତନ ଟାଟାଙ୍କ ମୃତ୍ୟୁ ପରେ ମୁଖ୍ୟଧାରାର ମିଡ଼ିଆ ଓ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଜଣାଇଛନ୍ତି ସତେ ଯେପରି ସେ ଦେଶ ଓ ଦେଶବାସୀଙ୍କ ପାଇଁ ଶହୀଦ ଭଗତ୍ ସିଂ ଓ ନେତାଜୀ ସୁବାଷ ବୋଷଙ୍କ ଭଳି ନିଜର ସବୁକିଛି ତ୍ୟାଗ କରିଦେଇଥିଲେ । ସେ କୁଆଡେ ଜଣେ ମାନବବାଦୀ ଓ ଜନଦରଦୀ ବ୍ୟକ୍ତି ଥିଲେ । ଏଠାରେ କହି ରଖେ, ତାଙ୍କରି ପ୍ରତି ମୋର ନା କୌଣସି ବ୍ୟକ୍ତିଗତ ବିଦ୍ୱେଷ ରହିଛି ନା ତାଙ୍କୁ କୌଣସି ପ୍ରକାର ଅସମ୍ମାନ କରିବା ମୋର ଲକ୍ଷ୍ୟ ! କେବଳ ତାଙ୍କର ମୃତ୍ୟୁ ପରେ କରାଯାଉଥିବା ସୀମାହୀନ ମହିମା ମଣ୍ଡନ ପରିପ୍ରେକ୍ଷିରେ ମୁଁ ନିଜର ମତ ରଖିବାକୁ ଉଚିତ ମନେ କରୁଛି । ଏଠାରେ ଦୁଇଟି ଘଟଣାର ଉଲ୍ଲେଖ କରିବା ଠିକ୍ ହେବ ।
୨୦୦୬ ମସିହା ଜାନୁଆରି ୨ ତାରିଖରେ ଟାଟାର ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ କଳିଙ୍ଗନଗରରେ ଆଦିବାସୀଙ୍କ ଜମିକୁ ବଳପୂର୍ବକ ଛଡେଇବା କ୍ରମରେ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ? ଏହି ଲୋମହର୍ଷଣକାରୀ ଘଟଣାରେ ୧୪ ଜଣ ନିରୀହ ଆଦିବାସୀ ମୃତ୍ୟୁ ବରଣ କରିଥିଲେ ଓ ଅନେକ ଆଦିବାସୀ ଗୁରୁତ୍ତର ଭାବେ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଟାଟା କମ୍ପାନୀର କୌଣସି ମହାତ୍ମା ସେହି ମୃତ ଆଦିବାସୀଙ୍କ ପାଇଁ ଲୁହ ଟୋପାଏ ଝରାଇ ନଥିଲେ । ଏତେବଡ ନରସଂହାର ପରେ ମଧ୍ୟ କମ୍ପାନର ମୁଖ୍ୟ ଭାବେ ରତନ ଟାଟା ଘଟଣା ପାଇଁ ନିଜକୁ ଦାୟୀ କରିବା ଦୂରର କଥା, ସାମାନ୍ୟତମ ଦୁଃଖ ପ୍ରକାଶ କରିବାକୁ ବି ଆବଶ୍ୟକ ମନେ କରିନଥିଲେ କି ଆଦିବାସୀଙ୍କ ଭୟଙ୍କର ବିରୋଧର ସାମନା କରୁଥିବା ପ୍ରକଳ୍ପଟିକୁ ବନ୍ଦ କରିବାକୁ ଆଗେଇ ଆସିନଥିଲେ । ରତନ ଟାଟାଙ୍କ କଥା ଛାଡ଼ନ୍ତୁ, ସେହି ଅନାଥ ଆଦିବାସୀ ପରିବାରଗୁଡିର ଲୁହ ପୋଛିବାକୁ କିମ୍ବା ସେମାନଙ୍କ ଦୁର୍ଦ୍ଦିନରେ ଆର୍ଥିକ ସାହାଯ୍ୟ କରିବାକୁ ବି କମ୍ପାନୀର କେହି ଆଗେଇ ଆସି ନଥିଲେ ! ବରଂ ସେଠାକାର ଆଦିବାସୀଙ୍କୁ ଗୁଳିକାଣ୍ଡ ପରେ ବର୍ଷ ବର୍ଷ ଧରି ଟାଟା ପକ୍ଷରୁ ପୋଲିସ ଲଗାଇ ଆଦିବାସୀଙ୍କ ଉପରେ ଭୟଙ୍କର ଦମନ ଓ ଅତ୍ୟାଚାର କରି ସେମାନଙ୍କ ଜମିରୁ ବଳପୂର୍ବକ ହଟାଯାଇଥିଲା ଏବଂ ଶେଷରେ କାରଖାନା ସ୍ଥାପନ କରାଯାଇଥିଲା । ଆଜି ବି ସେଠାକାର ଶହ ଶହ ଆଦିବାସୀଙ୍କ ନାଁରେ ଶତାଧିକ ମିଥ୍ୟା ମକଦ୍ଦମା ଅବ୍ୟାହତ ରହିଛି ! ସେମାନଙ୍କ ଏକମାତ୍ର ଅପରାଧ ଥିଲା, ସେମାନେ ଟାଟାକୁ ନିଜର ଜମି ନଛାଡି ଭିଟାମାଟିରୁ ନିଜର ବଳପୂର୍ବକ ବିସ୍ଥାପନକୁ ବିରୋଧ କରିବା ।
ଦ୍ବିତୀୟ ଘଟଣାଟି ୧୯୯୩-୯୬ ବେଳର । ଟାଟା କମ୍ପାନୀ ନିଜର ଏକ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ନାଁରେ ଗଞ୍ଜାମର ଛତ୍ରପୁର – ଚମାଖଣ୍ଡି ଅଞ୍ଚଳର ଗରିବ ଚାଷୀମାନଙ୍କ ଠାରୁ ସେମାନଙ୍କ ଚାରି ହଜାର ଏକରରୁ ଊର୍ଦ୍ଧ୍ୱ ଉର୍ବର ଜମିକୁ ଛଡେଇ ନେଇଥିଲା । ହଜାର ହଜାର ଲୋକଙ୍କୁ ପ୍ରଲୋଭନ ଓ ଦମନ ଦେଖାଇ ସେମାନଙ୍କ ଭିଟାମାଟି ଓ ଜୀବନ ଜୀବିକାକୁ ଛଡେଇ ନିଆଯାଇଥିଲା । ସେତେବେଳେ କମ୍ପନୀ ପକ୍ଷରୁ ପ୍ରତି ବିସ୍ଥାପିତ ପରିବାରର ଜଣକୁ ଲେଖାଏଁ କମ୍ପାନୀରେ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଜମି ନେବାର ଦୀର୍ଘ ତିନି ଦଶକ ପରେ ମଧ୍ୟ ସେଠାରେ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମୁତାବକ ନା ଇସ୍ପାତ ପ୍ରକଳ୍ପ କରଗଲା ନା ନା ସେଠାକାର ବିସ୍ତାପିତ ପରିବାର ଗୁଡିକୁ ନିଯୁକ୍ତି ଦିଆଗଲା ? ବରଂ ଲୋକଙ୍କୁ ପ୍ରତାରିତ କରି କମ୍ପାନୀ ଏଯାଏଁ ସେହି ମୂଲ୍ୟବାନ ଜମିକୁ ନିଜ ପାଖରେ ହିଁ ରଖିଛି ? ଯଦି କମ୍ପାନୀର ଶୀର୍ଷ ନେତୃତ୍ଵ ଏତେ ବ୍ୟବସାୟିକ ନୈତିକତାରେ ବିଶ୍ଵାସ କରୁଥିଲେ, ତାହେଲେ କମ୍ପାନୀ ପକ୍ଷରୁ ଏସବୁ ଅନୈତିକ କାମ କିପରି ସମ୍ଭବ ହୋଇପାରୁଥିଲା ?
ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନରେ ନିରାଡମ୍ବର କିମ୍ବା ଅମାୟିକ ହୋଇପାରେ । କିନ୍ତୁ ସେ ଯେଉଁ କମ୍ପାନୀର ନେତୃତ୍ଵ ନେଉଥିଲେ, ତାହାର କାର୍ଯ୍ୟକଳାପ କଦାପି ସମାଲୋଚନାରୁ ଉର୍ଦ୍ଧରେ ହୋଇନପାରେ । ଅନ୍ୟାନ୍ୟ କର୍ପୋରେଟ୍ କମ୍ପାନୀମାନଙ୍କ ଭଳି ରତନ ଟାଟାଙ୍କ ନେତୃତ୍ୱରେ ଟାଟା କମ୍ପାନୀ ବି ସେ ସମସ୍ତ କୌଶଳ ଅବଲମ୍ବନ କରିଛି ଯାହାକୁ ଅନ୍ୟ କମ୍ପାନୀମାନେ ମଧ୍ୟ କରି ସଫଳତା ପାଇଥାନ୍ତି । ବିଭିନ୍ନ ଦଳର ସରକାରମାନଙ୍କୁ ପ୍ରଭାବିତ କରି ଦେଶର ମୂଲ୍ୟବାନ ଖଣି ଖାଦାନକୁ ଶାଗମାଛ ଦରରେ ହାତେଇବା ଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ଓ ଭଡାଟିଆ ଗୁଣ୍ଡାଙ୍କୁ ବ୍ୟବହାର କରି ସାଧାରଣ ଲୋକଙ୍କ ଠାରୁ ବଳପୂର୍ବକ ସେମାନଙ୍କ ଜମି ଓ ଜଙ୍ଗଲକୁ ଛଡେଇ ନେବା ପର୍ଯ୍ୟନ୍ତ ସବୁକିଛି ସେମାନେ କରିଆସିଛନ୍ତି । ଅତଏବ ରତନ ଟାଟା ଓ ତାଙ୍କ କମ୍ପାନୀର ତଥାକଥିତ ସଫଳତାକୁ ନେଇ ଅତିରଞ୍ଜିତ ପ୍ରଚାର କରୁଥିବା ମିଡିଆ, ଏହି ସଫଳତାର ଆଢ଼ୁଆଳରେ ଲୁଚି ରହିଥିବା କଳଙ୍କିତ ସତ୍ୟକୁ ଖୋଜିବାକୁ ପ୍ରସ୍ତୁତ ନୁହଁନ୍ତି ।
_-_-_-_-_- __+—–_+
*ଦ୍ୱିତୀୟ ସ୍ତମ୍ଭ -ରତନ ଟାଟା ମୃତ୍ୟୁ ଓ ଶୋକ*
ବିଜୟ ସାହୁ – ରତନ ଟାଟା ମୃତ୍ୟୁ ପରେ ଗଣ ମାଧ୍ୟମରେ ଯେଭଳି ପ୍ରଚାର ଚାଲିଛି ଆମର ଅନେକ ବନ୍ଧୁ ବିଗିଡି ଗଲେଣି ।
କିନ୍ତୁ ଅନେକେ ଗାନ୍ଧୀ, ନେହେରୁ, ପଟେଲ, ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ,ଅଟଳ ବିହାରୀ ବାଜପେୟୀ,ବିଜୁବାବୁ, ଜାନକୀ ବାବୁ, ଜ୍ୟୋତି ,ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଏବି ବର୍ଦ୍ଧନ,ସିତାରାମ ୟେଚୁରୀ ପ୍ରମୁଖଙ୍କ ମଧ୍ୟ ସମାନ ପରିମାଣରେ ଜୟଗାନ କରିଥାନ୍ତି ।
ଭବିଷ୍ୟତରେ ମନମୋହନ ସିଂହଙ୍କ କ୍ଷେତ୍ରରେ ମଧ୍ୟ ସେୟା କରିବେ ।
ପ୍ରୋକ୍ତ ନାମଗୁଡ଼ିକ ମଧ୍ୟରୁ ଅନେକେ ପୁଞ୍ଜିଜୀବାଦଘୃଣାକୁ Internalize କରି ଯାଇଛନ୍ତି ,ଅବଶ୍ୟ କେହି Openly, Clearly and Vocally if and buts ନ ରଖି ଘୃଣା କରି ନାହାନ୍ତି ।
ମୁଁ ନିମ୍ନରେ ଗୋଟିଏ ଲେଖାର ସାରମର୍ମକୁ ସ୍ଥାନିତ କରିବି ଯାହା ଜାମସେଟ ଜୀ ଟାଟାଙ୍କର ଶତବର୍ଷ ଉପଲକ୍ଷେ ” Mahatma and founders of Tata group from Satyagraha to Swaraj ” ଶୀର୍ଷକରେ ପ୍ରକାଶିତ ହେଇଥିଲା ।
ମହାତ୍ମା ଗାନ୍ଧୀ ନିଜର ପବ୍ଲିକ ସେବା ପର୍ଯ୍ୟାୟରେ ପୁଞ୍ଜି ବିରୁଦ୍ଧରେ ଥିଲେ । କେବଳ ଟାଟା ଓ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଇଥିଲା ।
ଜାମସେଟ ଜୀ ଙ୍କ କାଳଖଣ୍ଡରେ ଗାନ୍ଧୀ ଜୀ ଟାଟା ସମୂହ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ । ଗାନ୍ଧୀଙ୍କ ଭାଷାରେ “ଟାଟା ଯାହା କରୁଥିଲେ, କେବେ ନିଜର ଆତ୍ମସ୍ୱାର୍ଥ ଆଡକୁ ଦୃଷ୍ଟି ଦେଇ ନଥିଲେ । 1905ରେ ଗାନ୍ଧୀ ଜୀ Indian Opinion ଖବର କାଗଜରେ ଲେଖିଥିଲେ , ସେ କେବେ ସରକାରଙ୍କ ଠାରୁ କୌଣସି ପଦବୀ ଆଶା କରି ନଥିଲେ , କିମ୍ବା Caste or Race ମଧ୍ୟରେ ପ୍ରଭେଦ ରଖି ନଥିଲେ । ପାର୍ସୀ, ମୁସଲିମ , ହିନ୍ଦୁ ସମସ୍ତେ ତାଙ୍କ ବିଚାରରେ ସମାନ ଥିଲେ । ସମସ୍ତଙ୍କ ମାତ୍ର ଗୋଟିଏ ପରିଚୟ – ସମସ୍ତେ ଭାରତୀୟ । ଯଦିଓ ତାଙ୍କର ଅମାପ ସମ୍ପତ୍ତି ଥିଲା, ତଥାପି ସେ ନିଜର ଆମୋଦ ପାଇଁ କିଛି ବିନିଯୋଗ କରି ନଥିଲେ । ତାଙ୍କର ସରଳତା ଅନନ୍ୟ । ଭାରତ ଏତାଦୃଶ ଅନେକ ଟାଟା ସୃଷ୍ଟି କରୁ ।”
ସେତେବେଳେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମରେ ଲିପ୍ତ ଥିଲେ । ଏହି ସତ୍ୟାଗ୍ରହ ବେଳେ ଜାମସେଟ ଜୀ ଙ୍କ ସାନ ପୁତ୍ର ସାର୍ ରତନ ଟାଟାଙ୍କ ରାଜସୀ ଯୋଗଦାନ ( princely contribution )ର ବଡ଼ ଅବଦାନ ଥିଲା ।
ଗାନ୍ଧୀ ଜୀ ଲେଖିଛନ୍ତି ,ତୃତୀୟ କିସ୍ତିରେ 25000 ଦାନ ପରେ ‘ he has made the lot of passive registers ‘ and ‘fact that there are at the back of the struggle such distinguished Indians ,encourages those who are engaged in it , and probably brings them nearer their goal ‘.
He also separately acknowledged the paper which served as the mouthpiece of the movement , had “never been in a position to pay its way” and would have been “in dire straits if Mr Tata’s generous help had not been drawn upon to meet its needs “
ଏହି ସମ୍ପର୍କ ଯୋଗୁଁ ଗାନ୍ଧୀ ଜୀ 1925ରେ ଜାମସେଦପୁର ଗସ୍ତ କରି ଟାଟା ଶ୍ରମିକ ସମସ୍ୟାକୁ ସମାଧାନ କରିବା ପାଇଁ ଏକ ଶ୍ରମିକ ସମାବେଶରେ ଭାଷଣ ଦେଇଥିଲେ ।
TISCO Institute ( now the United Club ) ରେ 20000 ଶ୍ରମିକ / ଜନତା ସେଦିନ ଉପସ୍ଥିତ ଥିଲେ ।
ସେ ଭାଷଣରେ କହିଥିଲେ, ” believe me ,throughout my public service of 35 years , though I have been obliged to range myself seemingly against Capital .. I may say that I have come here also as a friend of the capitalists – a friend of Tatas .”
ପୁଣି ଲେଖିଥିଲେ , ” And here it would be ungrateful on my part if I do not give little anecdote about my connection to the Tatas began .
ମୁଁ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସହ ମିଶି ନିଜର ଆତ୍ମସମ୍ମାନ ଓ ପ୍ରତିଷ୍ଠା ରକ୍ଷା ପାଇଁ ସଂଗ୍ରାମ କରୁଥିଲି, ସେତେବେଳେ ସ୍ବର୍ଗତ ସାର୍ ରତନ ଟାଟା ଆମକୁ ପ୍ରଥମେ ସହାୟତା କରିଥିଲେ । ସେଇ ସମୟରୁ ଟାଟା ପରିବାର ସହ ମୋର ସଂପର୍କର ଜୀବନ୍ତ ସ୍ମୃତି ରହିଛି । ମୁଁ ଏହି ମହାନ ଭାରତୀୟ ପ୍ରତିଷ୍ଠାନର ସକଳ ସମୃଦ୍ଧି କାମାନା କରୁଛି , ଏହି ମହାନ ପ୍ରତିଷ୍ଠାନ ସମସ୍ତ ପ୍ରକାର ସଫଳତା ଅର୍ଜନ କରୁ ।”
Gandhiji viewed Tata Steel as a ‘great Indian firm ‘ and so convinced that its success could herald ‘ a miniature swaraj ‘ that he travelled to Jamasedpur in 1925 to resolve labour problems . Jamsedpur ,in turn supported Gandhiji in 1934, when he stopped there during his travels for Harijan Movement . He stayed at the TISSCO institute ,addressed a large meeting and raised funds for Harijan Rally . His final and third visit to the city was a pitstop in 1940 on his way back from Ramgarh Congress .
ତାଜମହଲ ପାଲେସ ହୋଟେଲ –
1915 ଡିସେମ୍ବର ଅଲ ଇଣ୍ଡିଆ ମୁସଲିମ ସେଶନର ବିଫଳତା ପରେ ଜାନୁଆରୀ 1, 1916 ରେ ପୁନର୍ବାର ତାଜ ହୋଟେଲରେ ଅନୁଷ୍ଠିତ ହେଇଥିଲା ।
In June1931 , when ” Mahatma slipped into the Taj clad only into a dhoti and chappals” to address a secret dinner of young Europeans. Considering it essential that the discussions remain confidential, Gandhi obtained a pledge from all those present that not a single word of their deliberations -said to have been prolonged but friendly -should be made public .”
BJ Padshah –
ଜାମସେଟ ଜୀ ଟାଟାଙ୍କ ବିଶ୍ୱସ୍ତ ସହଯୋଗୀ ବି ଜେ ପଡ଼ସାହାଙ୍କ ସହ ଗାନ୍ଧୀଙ୍କ ସମ୍ପର୍କ ଯୋଗୁଁ ଗାନ୍ଧୀ ଜୀ ଟାଟା ପରିବାର ସହ ଘନିଷ୍ଠତା ହେଇଥିଲା ।
ପଡ଼ ସାହା ଉଭୟ ଗାନ୍ଧୀ ଓ ଗାନ୍ଧୀଙ୍କ ରାଜନୈତିକ ପଥ ପ୍ରଦର୍ଶକ ଗୋପାଳ କୃଷ୍ଣ ଗୋଖଲେଙ୍କ ବନ୍ଧୁ ଥିଲେ । ପଡ଼ ସାହା ଜାମସେଦ ଜୀ ଟାଟାଙ୍କ ସହ ଯୋଗ ଦେବା ପୂର୍ବରୁ ଗୋଖଲେଙ୍କ ଭାରତ ସେବକ ସଙ୍ଘରେ ସାମିଲ ହେବାକୁ ସ୍ଥିର କରିଥିଲେ । ସେ ମଧ୍ୟ ସାର୍ ରତନ ଟାଟାଙ୍କ ପରାମର୍ଶ ଦାତା ଥିଲେ । ତାଙ୍କର ପରାମର୍ଶ କ୍ରମେ ରତନ ଟାଟା ପ୍ରଥମ ଭାରତୀୟ ଭାବରେ ଗାନ୍ଧୀଙ୍କ ଆନ୍ଦୋଳନକୁ ଆର୍ଥିକ ସହାୟତା ଯୋଗାଇ ଥିଲେ । ଗାନ୍ଧୀ ଓ ପଡ଼ ସାହାଙ୍କ ମଧ୍ୟରେ ପତ୍ର ବିନିମୟ ଗୁଡିକରୁ ଅନେକ ଟାଟା ସେଣ୍ଟ୍ରାଲ ଅଭିଲେଖଗାରରେ ସଂରକ୍ଷିତ ରହିଛି ।
ଏହି ଚିଠି ଭିତରେ ଗାନ୍ଧୀଙ୍କ ଅହିଂସା ଓ ଅସହଯୋଗ ଦର୍ଶନକୁ ପଡ଼ ସାହା ଉଲ୍ଲେଖ କରିଛନ୍ତି ।
ସାର୍ ରତନ ଟାଟା ଙ୍କ 1909 ରୁ ଆରମ୍ଭ ହେଇଥିବା ଦାନ played a crucial role in the survival of Gandhi’s Phonix Settlement ,the birth place of Satyagraha, the Tolstoy Farm ,and the Indian Opinion , the mouth piece of Gandhi’s Satyagraha in South Africa . ଗାନ୍ଧୀ ଯେତେବେଳେ ଇଂଲଣ୍ଡ ଭ୍ରମଣ କରିଥିଲେ ସେତେବେଳେ ରତନ ଟାଟା ତାଙ୍କର York House ରେ ଗାନ୍ଧୀଙ୍କ ଆଶ୍ରୟ ବ୍ୟବସ୍ଥା କରିଥିଲେ ।
Lady Meherbai Tata –
ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଲେଡି ମେହେରବାଇଙ୍କ ସହାୟତା ମାଧ୍ୟମରେ ଟାଟା ପରିବାର ସହ ସମ୍ପର୍କ ଦୃଢ଼ୀଭୂତ ହେଇଥିଲା । 1913ରେ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ବିରୋଧୀ ଆନ୍ଦୋଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଥିଲେ ।
In 1917 she visited Viceroy of India with a deputation of prominent women to rally support for Gandhi’s fight against indentured emigration to South Africa . This Semi-slavery stopped same year ,more than two decades after Gandhi had drafted the first petition against it .
1919 ରେ ଲେଡି ମେହେରବାଇ ଚରଖା ଶିଖି ଗାନ୍ଧୀଙ୍କ ସ୍ବଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଥିଲେ ।
ମେହେର ବାଇ 1927ରେ ଆମେରିକାର Battle Creek College ରେ ଭାଷଣ ଦେଇ ଗାନ୍ଧୀଙ୍କ Global Platformକୁ ପ୍ରୋତ୍ସାହନ ଦେଇଥିଲେ ।
R D Tata –
1926 ରେ ଗାନ୍ଧୀଙ୍କୁ ଏକ ଲକ୍ଷ ସ୍ପିଣ୍ଡଲ ଓ ଅନ୍ୟାନ୍ୟ ସାମଗ୍ରୀ ଦାନ କରି ସ୍ବଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହନ କରିଥିଲେ ।
JRD TATA –
ଗାନ୍ଧୀ ଓ ଜେ ଆର ଡି ମଧ୍ୟରେ ସର୍ବଦା ସହମତି ନ ଥିଲେ ମଧ୍ୟ ଉଭୟ ପରସ୍ପରକୁ ସମ୍ମାନ କରୁଥିଲେ ।
1945 ରେ ଯେତେବେଳେ ଜେଆରଡି ଭାରତୀୟ ବଣିକ ପ୍ରତିନିଧିରେ ଇଂଲଣ୍ଡ ଓ ଆମେରିକା ଯାଇଥିଲେ, ସେତେବେଳେ ଗାନ୍ଧୀ ଜୀ ଏକ ପ୍ରେସ ବିବୃତି ଜାରୀକରି ଲେଖିଥିଲେ – Freedom will come only after big business forgo crumbs from Indo-British Loot .
An unhappy JRD had written to Gandhi ,saying the purpose of the trip was to gain knowledge and experience to help India’s economic development and that India couldnot afford to standstill while other nations forged ahead .
It mattered because JRD considered Gandhi ” most extraordinary human being .” ” he inspired in me, as in most people ,a mixture of awe , admiration and affection combined with some sceptism about his economic philosophy despite which one would follow or support him to the end , come what may .”
ଗାନ୍ଧୀ ଯେତେବେଳେ 1948ରେ ମୃତ୍ୟୁ ବରଣ କଲେ JRD ଟାଟା କର୍ମଚାରୀଙ୍କୁ ଗୋଟିଏ ବୁଲେଟିନ ରେ ଲେଖିଥିଲେ , ” Gandhi did morethan lead his countrymen to Freedom .He revived millions people ,here and abroad , the conciousness of the prime virtues taught by every great moral leaders of history -love, truth, faith and charity . The best memorial to Mahatma Gandhi would undoubtedly be to live upto the great ideas set by him .
( ପ୍ରୋକ୍ତ ତଥ୍ୟ ଗୁଡ଼ିକ ମୋନାଲୀ ସରକାରଙ୍କ ଲେଖା ଆଧାରିତ )
ଆଜି ଆମେ ସମସ୍ତେ ଗାନ୍ଧୀ ତୁମେ ଫେରିଆସ କହୁଛେ , ପ୍ରୋକ୍ତ ଜାତୀୟ ନେତାମାନେ ସମସ୍ତେ ଗାନ୍ଧୀ ଜୀ ଙ୍କୁ ଭାବପୂର୍ଣ ଶ୍ରଦ୍ଧା ନିବେଦନ କରି ଆସିଛନ୍ତି । ଗାନ୍ଧୀ ଜୀ ଟାଟା ପରିବାର ସହ କିପରି ଜଡ଼ିତ ଥିଲେ ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ପ୍ରୋକ୍ତ ତଥ୍ୟ ଗୁଡିକ ସୂଚନା ଦେଉଛି । ଗାନ୍ଧୀ ଜୀ ପୁଞ୍ଜିବାଦ ର ବିରୋଧୀ ନ ଥିଲେ କି ପୁଞ୍ଜିପତିଙ୍କ ବିରୋଧୀ ନ ଥିଲେ ।
Trusteeship ଉଭୟ ଗାନ୍ଧୀ ଓ ଟାଟା ପରିବାରର ଅର୍ଥନୈତିକ ଦର୍ଶନ ଥିଲା ।
ଭାରତୀୟ ସମ୍ବିଧାନର ମୂଳ ଆଧାର ପୁଞ୍ଜିବାଦ । ଭାରତୀୟ ସମ୍ବିଧାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଯେମିତି ରାଷ୍ଟ୍ରଦ୍ରୋହ ଅପରାଧ ସେମିତି ପୁଞ୍ଜିବାଦକୁ ଉତ୍ପାଟନ କରିବାକୁ ସ୍ୱର ଉତ୍ତୋଳନ କରିବା ସେମିତି ରାଷ୍ଟ୍ରଦ୍ରୋହ ଅପରାଧ । ଗୋଟିଏ ମୁଦ୍ରା ର ଦୁଇପାର୍ଶ୍ୱ ଓ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଏହି ବ୍ୟବସ୍ଥାର ପରିଚାଳକ । ଏହି ପରିଚାଳନା ପାଇଁ ସମସ୍ତ ପ୍ରୋକ୍ତ ନେତୃମଣ୍ଡଳୀ ସଂଗ୍ରାମ କରିଛନ୍ତି ଓ କରୁଛନ୍ତି ମଧ୍ୟ । ଜନତା ସେମାନଙ୍କ ଦଳମାନଙ୍କ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ।
ଅର୍ଥାତ କେହି ପୁଞ୍ଜିବାଦ ବା ପୁଞ୍ଜିପତିଙ୍କ ବିରୋଧୀ ନୁହଁନ୍ତି , କେବଳ ଭାଷଣରେ ଯାହା ପାର୍ଥକ୍ୟ ।
Thus Some one rightly said –
Don’t internalize your hadred of Capitalism
Hate it openly ,clearly and vocally .
I simply corroborate the views expressed by two prominent columnists. If Ratan Tata incuding Tata group were so phylanthropist than what prompted ex chief minister Biju Patnaik who recommended and pressured central govt. to divest 2/3rd of Sukinda chomite mines lease enjoyed by Tata grp since 100 years? The truth was that despite sheer exploitation of natural wealth TATAs done nothing for the mining affected people either in Sukinda or mining rich Joda region of Keonjhar.
ଆପଣ ଙ୍କ ସନ୍ଦର୍ଭ ଟି ଅତ୍ୟନ୍ତ ଶିକ୍ଷ ଣୀୟ ଓ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ l ଉପସ୍ଥାପନା ପାଇଁ ଧନ୍ୟବାଦ 🙏🏽🙏🏽🙏🏽