ସମଗ୍ର ବିଶ୍ଵର ଯୁଦ୍ଧ ଓ ଅସ୍ତ୍ର କାରବାର ରାଜନୀତିରେ କ’ଣ ରୋକ୍ ଲାଗିବ!!!
ନୂଆଦିଲ୍ଲୀ: (ବିଜୟ ସାହୁ)- Sydney Blumenthal ଜଣେ ଆମେରିକୀୟ ଲେଖକ । ସେ ଆବ୍ରାହାମ ଲିଙ୍କନଙ୍କ ଜୀବନୀ ଉପରେ ପାଞ୍ଚ ଖଣ୍ଡରେ 3ଟି ପୁସ୍ତକ ପ୍ରକାଶ କରିଛନ୍ତି । ପୁସ୍ତକଗୁଡିକ ହେଲା – A self made-man , Wrestling With His Angel and All The Powers Of Earth .
ସେ ଆମେରିକାରେ Guardian ପତ୍ରିକାର ସ୍ତମ୍ଭକାର । ପୂର୍ବରୁ ବିଲ କ୍ଲିଣ୍ଟନ ଓ ହିଲାରୀ କ୍ଲିଣ୍ଟନଙ୍କ ସିନିୟର ଉପଦେଷ୍ଟା ଥିଲେ ।
ମାସକ ତଳେ ଡୋନାଲଡ଼ ଟ୍ରମ୍ପଙ୍କ ଉପରେ ଗୋଟିଏ ଲେଖା ଲେଖିଥିଲେ । ଏହାର ଶୀର୍ଷକ ଥିଲା – Donald Trumph’s Hitlerite logic is no mistake .
ଲେଖକ ଟିପ୍ପଣୀ କରିଛନ୍ତି ,ଟ୍ରମ୍ଫ ବିଶ୍ୱାସ କରନ୍ତି ବଂଶାବଳୀ ଭାଗ୍ୟ ନିର୍ଦ୍ଧାରିତ ,ତେଣୁ ସବୁବେଳେ ଟ୍ରମ୍ଫ କହିଥାନ୍ତି ରକ୍ତରେ ପ୍ରବାହିତ ବିଷ ହିଁ ଜାତିଗୁଡିକର ( nations ) ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ । ଟ୍ରମ୍ପଙ୍କ ତର୍କଶାସ୍ତ୍ର ହେଲା ରକ୍ତ ହିଁ ସତ୍ୟ ଓ ଚୂଡାନ୍ତ ।
ହିଟଲର ଭଳି ଟ୍ରମ୍ଫ ଦେଶ ଓ ସେମାନଙ୍କ ଜନତାଙ୍କୁ ସେମାନଙ୍କ ଜନ୍ମଗତ Racial Character ର ବୈଶିଷ୍ଟ୍ୟ ଅନୁଯାୟୀ ଶ୍ରେଣୀ ବିଭାଜିତ କରିଥାନ୍ତି । ଏହି ବୈଶିଷ୍ଟ୍ୟ ଜାତିଗୁଡିକର ମୂଳପିଣ୍ଡ ଓ ଜାତିଗତ ପିରାମିଡ଼ରେ ନିରୁପିତ ହେଇଥାନ୍ତି । ବିଶୁଦ୍ଧ ଓ ଶ୍ୱେତକାୟ ଆର୍ଯ୍ୟମାନେ ଏହି ପିରାମିଡ଼ର ଶିଖରରେ ରୁହନ୍ତି ।
“Poison in the blood ” was the core of Hitler’s race doctrine as well . ହିଟଲର ବିଶ୍ୱାସ କରୁଥିଲା ,ସଭ୍ୟତାର ଉଦୟ ଓ ପତନକୁ ଏହି race doctrine ନିର୍ଣ୍ଣୟ କରି ଆସିଛି ।ହିଟଲର ଦର୍ଶନ ଥିଲା all the great cultures of the past perished only because the originally creative race died out from blood poisoning .ଟ୍ରମ୍ପଙ୍କ ମଧ୍ୟ ଏହା Fundamental trope ( ମୌଳିକ ବକ୍ରୋକ୍ତି ) .
ଗତ ମାର୍ଚ୍ଚ ମାସରେ Fox News ରେ କହିଥିଲେ, We are poisoning the blood of our country , and you have people coming in, think of it,mental institutions all over the world are being emptied out into the United States . Jails and prisons are being emptied out to the United States . This is poisoning our country .ନିକଟରେ ଅଗଷ୍ଟ 31ରେ Moms For Liberty କୁ ସମ୍ବୋଧନ କରି ଆମେରିକାରେ ରକ୍ତ ବିଷାକ୍ତ ବିପଦ ପ୍ରସଙ୍ଗ ଉଠେଇ ଥିଲେ ।
18 ସେପ୍ଟେମ୍ବରରେ ଗୋଟିଏ ରାଲି ରେ ଟ୍ରମ୍ଫ ତାଙ୍କର କଥାକୁ ଆହୁରି ବିସ୍ତାରିତ କରି କହିଥିଲେ, କଙ୍ଗୋ, ଆଫ୍ରିକା, ମଧ୍ୟପ୍ରାଚ୍ୟ,ଏସିଆ ପ୍ରଭୃତି ଭୂଖଣ୍ଡରୁ ଆସୁଛନ୍ତି । ବହୁତ ଲୋକ ଏସିଆରୁ ଆସୁଛନ୍ତି । ଏହାଦ୍ବାରା ଆମେ ଦେଶର ଜୀବନ ଚରିତ୍ର ପରିବର୍ତ୍ତନ କରି ଦେଉଛେ । ଆଉ ଅଧିକ ନେଇ ହେବ ନାହିଁ , ତୁମମାନଙ୍କୁ ଏହି ଲୋକଙ୍କୁ ବହିଷ୍କାର କରିବାକୁ ପଡ଼ିବ ।
ନାଜୀ ଶାସନରେ ସରକାରୀ ସ୍ଲୋଗାନ ଥିଲା – Blut and Boden . ଅର୍ଥାତ ରକ୍ତ ଓ ମାଟି । ସେମାନଙ୍କ ଆଦର୍ଶ ଭିତରେ Authentic unity of Aryan blood . Ethnic blood ଭାଗିଦାର ହେଇଥିବା ଜନଗୋଷ୍ଠି ( Volksgemeinschaft ) ହିଁ ବିଶୁଦ୍ଧ ଆର୍ଯ୍ୟ ଗୋଷ୍ଠୀ । ଇହୁଦୀ,ସ୍ଲାଭସ,ପୋଲସ ଓ ରୋମା ମାନେ ହେଉଛନ୍ତି ରୋଗବିଜାଣୁ ବାହକ ପରଜୀବୀ, ପଶୁ, ଅପରାଧୀ । ଏମାନେ Existential threat ସୃଷ୍ଟି କରୁଛନ୍ତି । ଏହି ଗୋଷ୍ଠୀ ହେଉଛନ୍ତି Volksshadlinge .
ଇହୁଦୀ ମାନେ ହେଉଛନ୍ତି ପରଜୀବୀ ବା Heimatlos ଓ ସେମାନେ Heimat ବା ମୂଳ ବାସିନ୍ଦାଙ୍କ ଠାରୁ ଭିନ୍ନ । ସେମାନେ କେବଳ ପରଦେଶୀ ନୁହଁନ୍ତି, ସେମାନେ ଭିନ୍ନ ପ୍ରଜାତି । Although it has features similar to a human , they are subhuman lower than animals on the spiritual and pshycological scale . ଗତ ମାର୍ଚ୍ଚ ମାସରେ ନାଜୀମାନଙ୍କର ଏଭଳି ଦର୍ଶନକୁ ଉଲ୍ଲେଖ କରି ଟ୍ରମ୍ପ କହିଥିଲେ, ମୋତେ ଅବଶ୍ୟ ଏଭଳି କଥା କହିବାକୁ Radical Left ମାନେ ସୁଯୋଗ ଦେଉ ନାହାନ୍ତି । କାରଣ ଏହା କୁଆଡ଼େ ଭୟଙ୍କର କଥା ।ତେଣୁ ମୁଁ ଏକଥା ଉଠେଇବି ନାହିଁ । କିନ୍ତୁ ସେମାନଙ୍କୁ ଯେତେବେଳେ ବହିଷ୍କାର କରାଯିବ ସେତେବେଳେ ଏହା ଏକ Bloody Story ହେବ ।
ସବୁଠାରୁ ବିଡମ୍ବନାର କଥା ହେଲା ଡୋନାଲଡ଼ ଟ୍ରମ୍ପଙ୍କ ଜେଜେ ଫ୍ରେଡେରିକ ଟ୍ରମ୍ଫଙ୍କୁ ମାତୃଭୂମି
ବାଭାରିଆରୁ Undesirable ଭାବରେ ଘୋଷଣା ହେଇ ଦେଶାନ୍ତର କରା ଯାଇଥିଲା । 1905ରେ ତାଙ୍କର ଜର୍ମାନୀ ନାଗରିକତ୍ୱକୁ ପ୍ରତ୍ୟାହାର କରା ଯାଇଥିଲା । 1885ରେ ବାଧ୍ୟତାମୂଳକ ସାମରିକ ଟ୍ରେନିଂକୁ ସେ ଚକମା ଦେଖେଇ 1885ରେ ଆମେରିକାକୁ ଇମିଗ୍ରେଟ କରିଥିଲେ ।
ବର୍ତ୍ତମାନ ଡୋନାଲଡ଼ ଟ୍ରମ୍ଫ ଇମିଗ୍ରାଟମାନଙ୍କ ଯୋଗୁଁ ଆମେରିକା ସଂସ୍କୃତି ଓ ରକ୍ତ ବିଷାକ୍ତ ହେଉଛି ବୋଲି ଭାଷଣ ଦେଉଛନ୍ତି । ଏହା ହେଲେ କୁଆଡ଼େ ଆମେରିକା ତାର ଅପହୃତ Great World Power
ପୁନର୍ଜନ କରିବ ।
ଡୋନାଲଡ଼ ଟ୍ରମ୍ଫ ପ୍ରେସିଡେଣ୍ଟ -ନିର୍ବାଚିତ ଭାବରେ ଘୋଷଣା ହେବା ପରେ ଦଳାଚକଟା ହେଇ ତାଙ୍କୁ ବିଶ୍ୱ ନେତା ଅଭିନନ୍ଦନ ଜଣେଇଲେ । ଏଥିରେ ନିଃସନ୍ଦେହ ଭାବରେ ଉଦେଶ୍ୟ ରହିଛି ଆଧୁନିକ ସାମ୍ରାଜ୍ୟର ନୂଆ ସାମ୍ରାଟଙ୍କ ନିକଟରୁ କିଛି ଅଧିକା ଅନୁକମ୍ପା ହାସଲ କରିବେ । ଏଥିରୁ ଗୋଟିଏ ଧାରଣା ବଳବତ୍ତର ହେଉଛି ଯେ ଆମେରିକା ପୁଞ୍ଜିବାଦୀ ଅର୍ଥନୈତିକ -ସାମାଜିକ -ରାଜନୈତିକ ବ୍ୟବସ୍ଥାର ସହଜାତ ସଙ୍କଟ ଭିତରେ ଯଦିଓ ଧୀର ଓ ନିରନ୍ତର ଭାବରେ ଅବକ୍ଷୟ ଅଭିମୁଖୀ ହେଉଛି, ତଥାପି ଏହା ପ୍ରମୁଖ ମହାଶକ୍ତି ଭାବରେ ବିଶ୍ୱରେ ନିଜର ଆଧିପତ୍ୟ ବଜାୟ ରଖିଛି ।
ରାଷ୍ଟ୍ରପତି -ନିର୍ବାଚିତ ଡୋନାଲଡ଼ ଟ୍ରମ୍ଫ ରୋମାନ ସାମ୍ରାଟଙ୍କ ସଦୃଶ ବିଶ୍ୱକୁ ପ୍ରଭାବିତ କରିବା ସନ୍ଧାନରେ ଅଛନ୍ତି ।
ୱାଶିଙ୍ଗଟନ ଡିସି ଓ ରୋମ ମଧ୍ୟରେ ଯଦି ସାଦୃଶ୍ୟ ରେଖାଙ୍କିତ କରାଯାଏ ତାହେଲେ ଶକ୍ତି ସମାହାର, ବୈଭବ ଓ କୂଟନୀତି କ୍ଷେତ୍ରରେ ସ୍ପଷ୍ଟତା ପରିଲକ୍ଷିତ ହେଉଛି । ପ୍ରାଚୀନ ରୋମ ଭଳି ୱାଶିଙ୍ଗଟନ ଡିସି ହେଉଛି କ୍ଷମତାର ଶକ୍ତିପୀଠ । ଏଠାକୁ ବିଶ୍ଵ ନେତାମାନେ ପହଞ୍ଚି ଟ୍ରମ୍ଫଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି ।
ପ୍ରାଚୀନ କାଳରେ ବ୍ରିଟାନିଆର ଅପହଞ୍ଚ କୋଣରୁ ଆରମ୍ଭ କରି ଇଜିପ୍ଟର ମରୁଭୂମି ଭୂଖଣ୍ଡର ରାଷ୍ଟ୍ରଦୂତମାନେ ରୋମରେ ପହଞ୍ଚି ରୋମାନ ସାମ୍ରାଟଙ୍କ ଗୌରବ ଆଭା ମଣ୍ଡଳୀରୁ କିଞ୍ଚିତ ଅନୁକମ୍ପା ଅର୍ଜନ କରି ନିଜକୁ ଗୌରବ ମଣ୍ଡିତ କରିବା ଅଭିପ୍ସା ରଖୁଥିଲେ ।
ନିଜ ରାସ୍ତାରେ ୱାଶିଙ୍ଗଟନ ଡିସି ସେଇ ରୋମାନ ସାମ୍ରାଜ୍ୟର ବୈଭବ ର ଉତ୍ତରାଧିକାରୀ ଭାବରେ ପ୍ରଦର୍ଶନ କରୁଛି । ବିଶ୍ୱର କୂଟନୈତିଜ୍ଞ, ରାଷ୍ଟ୍ରମୁଖ୍ୟ ଓ ଗଣମାନ୍ୟ ଅତିଥି ଆମେରିକା ଶକ୍ତିର ଅଳନ୍ଦୀ ସହ ନିଜକୁ ସାମିଲ କରିବା ପାଇଁ ସମବେତ ହେଉଛନ୍ତି ।
ଏକଥା ମଧ୍ୟ ସତ୍ୟ ଯେ ୱାଶିଙ୍ଗଟନ ଡି ସି ର ଅନେକ ଫେଡେରାଲ ପ୍ରାସାଦ ରୋମାନ ନିର୍ମାଣ କଳାର ପ୍ରତୀକ ଭାବରେ ପ୍ରତିଭାତ ହେଉଛି ଓ ଗଣତନ୍ତ୍ରରଭାବନା ,ଲିବର୍ଟି ଏବଂ ଐଶ୍ଚର୍ଯ୍ୟର ଝଲକ ପ୍ରଦର୍ଶନ କରୁଛି ।
ଥୋମାସ ଜେଫରସନ ଆମେରିକାର ଅନ୍ୟତମ Founding Father ରୋମାନ ରିପ୍ଲବିକର ଆଦର୍ଶ ଓ ନାନ୍ଦନିକ ଦିଗରୁ ପ୍ରେରଣା ନେଇଥିଲେ । ସେ ରୋମାନ ରିପ୍ଲବିକର ନାଗରିକ ମୂଲ୍ୟବୋଧ,ରିପ୍ଲବିକ ତତ୍ତ୍ୱ ଓ ଚିରସ୍ଥାୟୀ ( enduring ) ନିର୍ମାଣ କଳାକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଜେଫରସନ ମଧ୍ୟ ୟୁ ଏସ କ୍ୟାପିଟଲ ,ସୁପ୍ରିମକୋର୍ଟ ପ୍ରାସାଦ ନିର୍ମାଣ କଳାରେ ରୋମାନ କ୍ଲାସିକାଲ ବୈଭବକୁ ମିଶ୍ରଣ କରାଇ ଥିଲେ । ଏହା ଆମେରିକାର ପ୍ରତିଷ୍ଠା କାଳୀନ ଭିଜନକୁ ପ୍ରତିଫଳିତ କରିଥିଲା ।
ଆମେରିକାର ଆଦ୍ୟ ରାଷ୍ଟ୍ରପତିମାନେ ପ୍ରାଚୀନ ଗ୍ରୀକ ଓ ରୋମାନ ପରମ୍ପରା ସହ ନିଜକୁ ସ୍ଥାନିତ କରିଥିଲେ । ପ୍ରାଚୀନ ଗ୍ରୀକ ଓ ରୋମାନର ଭାଇବ୍ରାଣ୍ଟ ସମାଜ ଓ ନାଗରିକଙ୍କ ସର୍ବସାଧାରଣରେ ତର୍କ, ଆଇନର ଶାସନ, ଲିବର୍ଟି ଓ ନ୍ୟାୟ ନୀତି ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହେଇଥିଲେ ।
ଗ୍ରୀକ-ରୋମାନ ସାମ୍ରାଟ
ଆମେରିକା ପ୍ରେସିଡେଣ୍ଟ –
ରୋମାନ ସାମ୍ରାଟମାନେ ମହାଦେଶ ବ୍ୟାପି ସାମରିକ ଓ ସାଂସ୍କୃତିକ ଶକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଜର ସାମର୍ଥ୍ୟ ନିମନ୍ତେ ପ୍ରସିଦ୍ଧି ହାସଲ କରିଥିଲେ । ବର୍ତ୍ତମାନର ଆମେରିକା ପ୍ରେସିଡେନ୍ସି ଭିତରେ ସେଇ ଲିଗାସିର ପ୍ରତିଧ୍ୱନୀ ରହିଛି ।
ରୋମର ପ୍ରଥମ ସମ୍ରାଟ ଅଗଷ୍ଟସ ସମଗ୍ର ସାମ୍ରାଜ୍ୟରେ ସ୍ଥାୟୀତ୍ୱ ପ୍ରତିଷ୍ଠା କରିଥିଲେ ଓ ରୋମ ନଗରୀକୁ ରାଜାଧିରାଜ ହୁକୁମନାମାର ( imperial order ) ଏକ ପ୍ରତୀକ କରିଥିଲେ । ଆମେରିକା ରାଷ୍ଟ୍ରପତି ଜର୍ଜ ୱାଶିଙ୍ଗଟନଙ୍କ ଲିଗାସୀ ମଧ୍ୟରେ ସେଇ ପ୍ରତିଫଳିନ ଥିଲା । ସେ ପୂର୍ଵ ଅନୁଭବ ହୀନ ଯୁକ୍ତ ରାଷ୍ଟ୍ର ଆମେରିକାକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ନିର୍ମାଣ କରି ଏହାର ସ୍ଥାୟୀତ୍ୱ ପ୍ରତିଷ୍ଠା କରିଥିଲେ ।
ଅନ୍ୟଜଣେ ରୋମାନ ଯୋଦ୍ଧା ଟ୍ରାଜନ ରୋମାନ ସାମ୍ରାଜ୍ୟର ସର୍ବ ବୃହତ କାୟା ସମ୍ପ୍ରସାରଣ କରିଥିଲେ ଓ ଏଥିପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପ୍ରୋଜେକ୍ଟ ଶୁଭ ପକେଇ ଥିଲେ ।
ଅନୁରୂପ ଭାବରେ ଥିଓଡୋର ରୁଜଭେଲଟ ସେଇ ଭଳି ଦୃଷ୍ଟିଭଙ୍ଗୀ ରଖି ଆମେରିକାର ପ୍ରଭାବ ବିସ୍ତାର କରିଥିଲେ ଓ ଅଧିକାଂଶ ଜାତୀୟ ଉଦ୍ୟୋଗ ନକ୍ସା ପ୍ରସ୍ତୁତ କରିଥିଲେ ।
ରୋମାନ ସମ୍ରାଟ କନଷ୍ଟାଇନ ଦି ଗ୍ରେଟ ସାମ୍ରାଜ୍ୟର ଭୌଗଳିକ ଓ ସାଂସ୍କୃତିକ ପରିଦୃଶ୍ୟ ( land scape )କୁ ଏକୀକରଣ କରିଥିଲେ ।
ଆବ୍ରହାମ ଲିଙ୍କନଙ୍କୁ କନଷ୍ଟାଇନ ଦି ଗ୍ରେଟଙ୍କ ପ୍ରତିରୂପ ଭାବରେ ବିଚାର କରିବା । ଆମେରିକାର ଗଭୀର ଜାତୀୟ ବିଭାଜିତ ଅବସ୍ଥାକୁ ଏକତ୍ରିକରଣ କରାଇଥିଲେ ଓ ଆମେରିକାର Moral Core କୁ Redefine କରିଥିଲେ । ଆବ୍ରହାମ ଲିଙ୍କନଙ୍କ ବିରଳ ବ୍ୟକ୍ତିତ୍ୱ ଇମ୍ପେରିଆଲ ଲେଗାସୀ ଭିତରେ ଆମେରିକାର ଗଣତାନ୍ତ୍ରିକ ଢାଞ୍ଚାକୁ ସମୃଦ୍ଧ କଲେ ।
ଡୋନାଲଡ଼ ଟ୍ରମ୍ପଙ୍କ ସ୍ଥାନ ଆମେରିକାର ଇତିହାସରେ ରୋମ ସମ୍ରାଟ ନିରୋଙ୍କ ପ୍ରତିବିମ୍ବ ହେଇପାରେ । ନିରୋ ଯେମିତି ତାଙ୍କର ଉଚ୍ଚାକାଂକ୍ଷା, ବିବାଦୀୟ ବ୍ୟକ୍ତିତ୍ୱ, ଆତ୍ମପ୍ରଚାର ପାଇଁ କୁଖ୍ୟାତ ଥିଲେ ,ସେମିତି ଡୋନାଲଡ଼ ଟ୍ରମ୍ଫ ନିଜର ଆମେରିକା ପ୍ରଥମ, ବହୁଳ ପ୍ରଚାରିତ ବ୍ୟଭିଚାର ତାଙ୍କୁ ନିରୋଙ୍କ ଚରିତ୍ର ସହ ସମକକ୍ଷ କରିବ କି ନୁହେଁ ଇତିହାସ ତାର ତର୍ଜମା କରିବ । ନିରୋଙ୍କ ପଛରେ ଦୃଢ଼ ଆନୁଗତ୍ୟ ଭିତ୍ତିଭୂମି ଥିଲା, ଯଦିଓ ତାଙ୍କର ଶାସନ କାଳରେ ସମ୍ଭ୍ରାନ୍ତ ଓ ସାଧାରଣ ବର୍ଗ ଭିତରେ ତୀବ୍ର ବିଭାଜନ ଓ ବିବାଦ ଆରମ୍ଭ ହେଇଥିଲା । ନିରୋଙ୍କ ଆତ୍ମ ବିଶ୍ୱାସୀ ଶୈଳୀ , କ୍ରମାଗତ ବଦନାମୀ କ୍ରିୟା ପ୍ରଶଂସା ଓ ନିନ୍ଦା ଉଭୟ ଦିଗରୁ ଚର୍ଚ୍ଚାର ଵିଷୟ ଥିଲା ।
ଟ୍ରମ୍ପଙ୍କ ଦର୍ପଣ ପ୍ରତିବିମ୍ବରେ ଅବିକଳ ଛାପ ରହିଛି ।
ଡୋନାଲଡ଼ ଟ୍ରମ୍ପଙ୍କ ଚରିତ୍ର ମଧ୍ୟରେ ଅଳ୍ପ ପରିଚିତ ରୋମାନ ସମ୍ରାଟ କାଲିଗୁଲାଙ୍କ ସାମଞ୍ଜସ୍ୟ ମଧ୍ୟ ରହିଛି ।Caligula challenged norms ,defied Rome’s elite and persued his vision regardless of tradition .
ଟ୍ରମ୍ପଙ୍କ କ୍ଷେତ୍ରରେ ସେଇ ଧରଣର ଦୃଢତା ରହିଛି । ଟ୍ରମ୍ଫଙ୍କ ୱାଶିଙ୍ଗଟନ କନଭେନସନ ଓ ଡିପ ଷ୍ଟେଟ ଓ ପ୍ରକ୍ରିୟା ପ୍ରତି ତାତ୍ସଲ୍ୟ ଭାବ ରହିଛି , ଯାହା କାଲିଗୁଲାଙ୍କ କ୍ଷେତ୍ରରେ ଥିଲା ।
ଉଭୟ ବ୍ୟକ୍ତିତ୍ୱ ହେଉଛି ନିଜର ସମାଜକୁ ପଣବନ୍ଦୀ କରି ଅସ୍ଥିର କରିବା ଭଳି ବିଘ୍ନକାରୀ ।
ଆକର୍ଷଣୀୟ ବିଷୟ ହେଉଛି ରୋମାନ ସାମ୍ରାଜ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାର ନିଜ ନିଜର କାଳଖଣ୍ଡ ରେ ଟାଇଟାନିକ ଅବସ୍ଥାନ । ପ୍ରତ୍ୟେକ ନିଜ କାଳରେ ରାଜନୀତି, ସଂସ୍କୃତି ଓ ଆଦର୍ଶକୁ ପ୍ରଭାବିତ କରିବା ଓ ପ୍ରାଧାନ୍ୟ ବିସ୍ତାର କରିବା କ୍ଷେତ୍ରରେ ଅତୁଲ୍ୟ ଶକ୍ତି ।
ରୋମର ପ୍ରଭୁତ୍ୱ ଆଇନ ଓ ପ୍ରଶାସନ ରୋମ ସଭ୍ୟତାକୁ ଶହ ଶହ ବର୍ଷ ଧରି ରୂପ ଦେଇଛି, ଲହର ସୃଷ୍ଟି କରିଛି । ଆଜି ମଧ୍ୟ ପଶ୍ଚିମ ସଭ୍ୟତାରେ ପ୍ରତିଧ୍ୱନିତ୍ୱ ହେଉଛି ।
ଅନୁରୂପ ଭାବରେ ଆମେରିକାର ସାଂସ୍କୃତିକ ଓ ଆର୍ଥିକ ପହଞ୍ଚ ବିଶ୍ୱ ବ୍ୟାପୀ ହେଇଛି । ହଲିଉଡ଼ ଫିଲ୍ମ ଠୁଁ ଆରମ୍ଭ କରି ସିଲିକନ ଭ୍ୟାଲି ର ନୂତନ ରୂପ ସୁଦୂର ଦେଶ ଗୁଡିକୁ ପ୍ରଭାବିତ କରି ଆମେରିକା ସହ ସଂଯୋଗର ସେତୁ ନିର୍ମାଣ କରିଛି ।
ରୋମ ସାମ୍ରାଜ୍ୟ ଗୋଟିଏ ଦିନରେ ନିର୍ମାଣ ହେଇ ନଥିଲା କି ଗୋଟିଏ ରାତିରେ ଭୁଶୁଡ଼ି ପଡି ନଥିଲା । ଏହା ଥିଲା ସୁଦୀର୍ଘ ତାନାତାନି ( drawn-out ) ଘଟଣା ପ୍ରବାହ । Overreach, moral decadence,corruption and a heavy reliance on military mighty ଏହି ଘଟଣା ପ୍ରବାହକୁ ଶୀର୍ଷରେ ପହଞ୍ଚାଇ ଥିଲା । ଏହି ଧାରାରେ ଧରାକୁ ରୋମାନ ସାମ୍ରାଜ୍ୟ ସରା କଳ୍ପନା କରିଥିଲା ।
ଏହା ଶହ ଶହ ବର୍ଷ ଧରି ରୋମ ସାମ୍ରାଜ୍ୟରେ ଚାଲିଥିଲା ।
ରୋମ ସାମ୍ରାଜ୍ୟର ପତନ ଏକ ସତର୍କତାମୂଳକ ଇତିହାସ କାହାଣୀ ।
ଯୁକ୍ତରାଷ୍ଟ୍ର ଆମେରିକା ସେଇ ପରିଣତି ଭୋଗ କରିବ କି ଆମେରିକା ଜନତା ଭିନ୍ନ ମାର୍ଗରେ ଏହାର ମୋଡ଼ ବଦଳାଇବେ ତାହା ଭବିଷ୍ୟତ ଘଟଣା କ୍ରମର ଇତିହାସ ଲେଖିବ ।
ପ୍ରାଚୀନ ରୋମ ସାମ୍ରାଜ୍ୟ ଭଳି ଯୁକ୍ତରାଷ୍ଟ୍ର କିଛି ଦଶକ ଧରି ବିଶ୍ଵ ଶକ୍ତି ଭାବରେ ନିଜକୁ ସ୍ଥାନିତ କରିଛି । ନିଜର ବାହୁବଳ, ଅର୍ଥ ବଳ, ସାମରିକ ବଳ ଓ ସାଂସ୍କୃତିକ ବଳ ଯୋଗୁଁ ଏକ ମହାଶକ୍ତିରେ ପରିଣତ ହେଇଛି । ବିଶେଷ କରି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଓ ସୋଭିଏତ ୟୁନିୟନ ଓ ପୂର୍ବ ଇଉରୋପୀୟ ସମାଜବାଦୀ ରାଷ୍ଟ୍ରଗୁଡିକ ଖଣ୍ଡ ବିଖଣ୍ଡିତ ହେବା ପରେ ୱାଶିଙ୍ଗଟନ ଡିସି ର ପ୍ରଭାବ ବିଶ୍ୱର କୋଣ ଅନୁକୋଣକୁ ବିସ୍ତାରିତ ହେଇଛି ।
କିନ୍ତୁ ଏହି ମହାଶକ୍ତିର ପୃଷ୍ଠରେ ଫାଟ ସୃଷ୍ଟି ହେବାକୁ ଲାଗିଲାଣି ।
ଏହାର ସାମରିକ ବ୍ୟୟ ଦେଉଳର ମୁଖଶାଳାକୁ ଟପିବାକୁ ଲାଗିଲାଣି ।
ଯୁକ୍ତରାଷ୍ଟ୍ର ଏହାର ସାମରିକ ପ୍ରଭାବ ୟୁରୋପର ନାଟୋ ଘାଟି ଗୁଡିକରୁ ବିଶ୍ୱର 700 ସାମରିକ ସ୍ଥଳକୁ ସମ୍ପ୍ରସାରଣ କଲାଣି । ଫଳରେ ଏହାର ସାମରିକ ବଜେଟର 40% ଯୁକ୍ତରାଷ୍ଟ୍ର ବାହାରେ ବ୍ୟୟ କରିବାକୁ ପଡୁଛି । 2023 ସୁଦ୍ଧା ଏହାର ପ୍ରତିରକ୍ଷା ବଜେଟ $ 916 ବିଲିୟନରେ ପହଞ୍ଚି ସାରିଛି ।
ସରଳ ଭାବରେ କହିଲେ ଚୀନ,ରୁଷିଆ, ଭାରତ ସମେତ 9ଟି ବୃହତ ଦେଶର ପ୍ରତିରକ୍ଷା ବ୍ୟୟ ଠାରୁ ଟପି ଗଲାଣି । ଏହି ସାମରିକ ବ୍ୟୟ ଦ୍ୱାରା ଆପାତଃ ଯଦିଓ ଆମେରିକା ନିଜକୁ ନିୟନ୍ତ୍ରଣ ଭିତରେ ରଖିଛି, ବିଶ୍ୱକୁ ସାମରିକ ଶକ୍ତିର ପ୍ରଭୁତ୍ୱ ମାଧ୍ୟମରେ ଦୀର୍ଘକାଳ ସମ୍ଭାଳିବା ସମ୍ଭବ ନୁହେଁ । ବ୍ୟବସାୟୀ ଟ୍ରମ୍ଫ ବୁଶ ଓ କ୍ଲିଣ୍ଟନଙ୍କ ଅପେକ୍ଷା ଏକଥା ଭଲ ବୁଝନ୍ତି ।
ରୋମାନ ସାମ୍ରାଜ୍ୟରେ ରାଜନୈତିକ ଅସ୍ଥିରତା ରହିଥିଲା । ଆଭ୍ୟନ୍ତରୀଣ କନ୍ଦଳ, ଭ୍ରଷ୍ଟାଚାର ଓ ଆତ୍ମ ସେବୀ ସମ୍ଭ୍ରାନ୍ତବର୍ଗ ସାମ୍ରାଜ୍ୟକୁ ଆଚ୍ଛାଦିତ କରିଥିଲେ । ସାମ୍ରାଜ୍ୟର ଅନ୍ତିମ କାଳଖଣ୍ଡରେ ସାମ୍ରାଟମାନେ ପ୍ରାକୃତିକ ମୃତ୍ୟୁ ଅପେକ୍ଷା ହତ୍ୟା କିମ୍ବା ସିଂହ୍ନାସନ ଚ୍ୟୁତ ହେଇ ଅଧିକ ମୃତ୍ୟୁ ବରଣ କରିଥିଲେ ।
ଆମେରିକାରେ ସେଇ ପ୍ରକାର ଅରାଜକତା ନାହିଁ । ମାତ୍ର
ୱାଶିଙ୍ଗଟନରେ କ୍ରମବର୍ଦ୍ଧମାନ ଧ୍ରୁବୀକରଣ ସବୁ ସ୍ତରରେ ବିଦ୍ୟମାନ । ଯୁକ୍ତରାଷ୍ଟ୍ର ସମାଜ ଉପରୁ ତଳ ପର୍ଯ୍ୟନ୍ତ ବିଭାଜିତ । ମଧ୍ୟମ ମାର୍ଗ ଦ୍ରୁତ ହ୍ରାସ ଘଟୁଛି । ରାଷ୍ଟ୍ରୀୟ ଏକତା ପାଇଁ ଆର୍ତ୍ତନାଦ ଶୁଭୁଛି । ପ୍ରତିଦ୍ବନ୍ଦିତାମୂଳକ ସ୍ୱାର୍ଥ ରାଷ୍ଟ୍ରର ସାମୁହିକ ସ୍ଥିରତାକୁ ଦୁର୍ବଳ କରୁଛି ।
ଏଭଳି ଦୁର୍ବଳତା ହିଁ ରୋମାନ ସାମ୍ରାଜ୍ୟର ପତନ ଘଟାଇ ଥିଲା ।
ଅର୍ଥନୈତିକ ଦିଗରୁ ଦେଖିଲେ ରୋମ ସାମ୍ରାଜ୍ୟ ଭଳି ଆମେରିକା ମଧ୍ୟ ତୀବ୍ର ବୈଷମ୍ୟ ଦ୍ୱାରା କବଳିତ । ମୁଷ୍ଟିମେୟଙ୍କ ପାଖରେ ସମ୍ପତ୍ତି ଠୁଳ ହେଇ ଯାଇଛି । ଆମେରିକାର ଅରବପତିମାନଙ୍କ ବିତ ବୃଦ୍ଧି ଆକାଶ ଛୁଆଁ ହେଉଛି ଓ ଅଧିକାଂଶ ଆମେରିକା ବାସୀ ମଜୁରୀ ହ୍ରାସ ,ମୂଲ୍ୟ ବୃଦ୍ଧି, ମଜୁରୀ ସ୍ଥିରତା ଓ ସାମାଜିକ ଗତିହୀନତା ଭିତରେ ଯୁଝି ହେଉଛନ୍ତି । ଯେଉଁ ପର୍ଯ୍ୟନ୍ତ ଗୋଟିଏ ସାମ୍ରାଜ୍ୟ ଜନତାଙ୍କ ସମର୍ଥନରୁ ରସଦ ପାଉଛି ସେଇ ପର୍ଯ୍ୟନ୍ତ ଏହା ଦୃଢ ହେଇ ଥାଏ ।
ସାଂସ୍କୃତିକ ଅବକ୍ଷୟ ମଧ୍ୟ ଗୋଟିଏ ସାମ୍ରାଜ୍ୟର ପତନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ ।
ରୋମ ସାମ୍ରାଜ୍ୟ ଏହାର ଅନ୍ତିମ କାଳ ରେ ବ୍ୟୟବହୁଳ ପାର୍ଟି, କ୍ରୀଡ଼ା,ଆମୋଦପ୍ରମୋଦରେ ଅଧିକରୁ ଅଧିକ ନିଦ୍ରାଳୁ ହେଇ ପଡିଥିଲା, ଯେତେବେଳେ କି ସାମ୍ରାଜ୍ୟର ଚତୁର୍ଦିଗରେ ନିଆଁର ଶିଖା ପ୍ରଜ୍ବଳିତ ହେଉଥିଲା । ଅନୁରୂପ ଭାବରେ ଆମେରିକା ଆଜି ଖାଉଟିବାଦ (Consumerism ) ଦ୍ୱାରା ଆକ୍ରାନ୍ତ ।
ଏକଥା ସତ୍ୟ, ଆମେରିକା ପ୍ରଭୁତ୍ୱ ଗୋଟିଏ ପିଢ଼ି ଭିତରେ ଭୁଶୁଡି ପଡିବ ନାହିଁ ।କିନ୍ତୁ ପ୍ରତିଧ୍ୱନୀ ଶୁଭିଲାଣି ।
ଡୋନାଲଡ଼ ଟ୍ରମ୍ପଙ୍କ ଲିଗାସୀ –
ଟ୍ରମ୍ଫ ନିର୍ବାଚନରେ ବିପୁଳ ଭୋଟରେ ଜିତିବା ପରେ ଅହଂକାରରେ ଛାତିକୁ ପୂରା ଫୁଲେଇ ଦେଲେଣି । ଟ୍ରମ୍ଫ ଯେତେବେଳେ ଜାନୁଆରୀରେ କ୍ଷମତାକୁ ଫେରିବେ ସେତେବେଳେ ବିଶ୍ଵ ଦେଖିବ କେଉଁ ମାତ୍ରାରେ ପ୍ରଶଂସା, ଭୟ , ଆଶଙ୍କା ଓ ଭୟାବହ ଦୃଶ୍ୟପଟ୍ଟ ଦ୍ୱାରା ବିଶ୍ୱ ଜନତା କବଳିତ ହେଉଛନ୍ତି । ଟ୍ରମ୍ଫ ଆମେରିକାର ରହସ୍ୟମୟ ନେତାଭାବେ ସ୍ମରଣୀୟ ହେଇଯିବେ କି ? ଏପରି କି ରୋମାନ ସାମ୍ରାଜ୍ୟର ଜଣେ ସାମ୍ରାଟଙ୍କ ସହ ତାଙ୍କୁ ତୁଳନା କରା ଯାଇପାରେ କି ? ଏହା ନିର୍ଭର କରିବ ତାଙ୍କର ଲିଗାସୀ ,ନିର୍ଭର କରିବ ତାଙ୍କର ପସନ୍ଦ ଉପରେ । ସେ ସେଇ ନେତା ହେବେ କି ଶାନ୍ତି ପାଇଁ ମଧ୍ୟସ୍ତି କରି , ଯୁଦ୍ଧ ଉପରେ ଲଗାମ ଲଗେଇ ଓ ବିଶ୍ୱରେ ସ୍ଥିରତା ପ୍ରତିଷ୍ଠା କରି ? ନା ସେଇ ନେତା ହେବେ ଯିଏ ଅଧିକାରଗୁଡିକୁ ପ୍ରତ୍ୟାହାର କରି, ମହିଳା ଓ ଅନ୍ୟମାନଙ୍କ ଅଧିକାରଗୁଡିକୁ ସଙ୍କୁଚିତ କରି ? ସେ ଆମେରିକା ସାମ୍ରାଜ୍ୟର ପତନକୁ ସମ୍ପ୍ରସାରିତ କରିବେ ନା ପ୍ରତିକୂଳ ଲହରୀକୁ ଅତିକ୍ରମ କରିବେ ?
କିଛି ପିଢ଼ି ପରେ ଏହାର ଜବାବ ମିଳିପାରେ ।
କିନ୍ତୁ ଗୋଟିଏ କଥା ସତ୍ୟ, ପୁଞ୍ଜିବାଦ ତାଙ୍କ ନିକଟରେ କୌଣସି ଇତିବାଚକ ବିକଳ୍ପ ରଖି ନାହିଁ ।
ସମସ୍ତ ମାର୍କସୀୟ ଦାର୍ଶନିକ ଇତିହାସର ଅବଧାରିତ ମାର୍ଗ ପ୍ରଦର୍ଶନ କରି ଯାଇଛନ୍ତି – Capitalism generates war for its existence .
ଡୋନାଲଡ଼ ଟ୍ରମ୍ପଙ୍କ ଦର୍ଶନ ଓ ଫାସିଷ୍ଟ ମାନସିକତା ପରିବର୍ତ୍ତନ ହେବ କି ??