ଟି -୨୦ ବିଶ୍ଵକପ୍: ଏହି ସବୁ ଦଳ ସୁପର୍-୮ ରେ ପାଇବେ ସ୍ଥାନ…

ଓପି ଡେସ୍କ; ଚଳିତ ଟି -୨୦ ବିଶ୍ଵକପରେ ଗତକାଲି ସହ ଆୟୋଜକ ଆମେରିକାକୁ ୮ ୱିକେଟରେ ପରାସ୍ତ କରି ଟିମ୍ ଇଣ୍ଡିଆ ସୁପର୍ -୮ ରେ ସ୍ଥାନ ପକ୍କା କରିଛି। ସେହିପରି ଅନ୍ୟପଟେ ଆଜି ସକାଳେ ‘ଗ୍ରୁପ୍ – ସି ‘ ରେ ନ୍ୟୁଜିଲାଣ୍ଡ କୁ ୧୩ ରନରେ ଆୟୋଜକ ୱେଷ୍ଟ ଇଣ୍ଡିଜ୍ ହରାଇ ବିଶ୍ବକପରୁ ବିଦା କରିଛି।

ତେବେ ଆସନ୍ତୁ ନଜର ପକେଇବା କେଉଁ ୮ ଟି ଦଳ ସୁପର୍ -୮ ଦୌଡ଼ରେ ଅଛନ୍ତି।
ପ୍ରଥମେ ଆମେ ‘ଗ୍ରୁପ୍ – ଏ ‘ ରେ ଥିବା ଦଳ ମାନଙ୍କ ଉପରେ ଲକ୍ଷ ଦେବା। ଗ୍ରୁପ୍ – ଏ ରେ ଇଣ୍ଡିଆ, ପାକିସ୍ତାନ ସମେତ ସହ ଆୟୋଜକ ଆମେରିକା , କାନାଡା ଓ ଆୟରଲ୍ୟାଣ୍ଡ ରହିଛି। ତେବେ ଏହି ଗ୍ରୁପ ରେ ଭାରତ ତାର ୩ଟି ମ୍ୟାଚ୍ ରୁ ସବୁଥିରେ ବିଜୟ ଲାଭ କରି ଟେବୁଲର ଶୀର୍ଷରେ ରହି ସୁପର ୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛି। ସେହିପରି ଦ୍ୱିତୀୟରେ ରହିଛି ଆମେରିକା । ପ୍ରଥମ ଥର ଟି-୨୦ ବିଶ୍ଵକପରେ ଭାଗ ନେଇଥିବା ଦଳ ପାକିସ୍ତାନକୁ ହରାଇ ସାରିବା ପରେ ତାର ସୁପର୍ -୮ କୁ ଯିବା ପାଇଁ ରାସ୍ତା ପ୍ରାୟତଃ ସଫା ଅଛି । ଯଦି ଆମେରିକା ତାର ଶେଷ ମ୍ୟାଚରେ ଆୟରଲ୍ୟାଣ୍ଡକୁ ହରାଇ ଦଉଚି ତେବେ ଏହି ଦଳ ସୁପର୍ – ୮ ପାଇଁ ଯୋଗ୍ୟତା ହାସଲ କରିପାରିବ । ନଚେତ୍ ପାକିସ୍ତାନ ପାଇଁ ଏବେ ବି ସୁପର୍ – ୮ କୁ ଯିବାର ବାଟ ଖୋଲା ଅଛି।


ସେହିପରି ‘ଗ୍ରୁପ୍ – ବି ‘ ର ଟେବୁଲର ଶୀର୍ଷରେ ଥିବା କଙ୍ଗାରୁ ଦଳ ସୁପର୍ – ୮ ରେ ପହଞ୍ଚି ସାରିଛି। ସେ ୩ ଟି ମ୍ୟାଚ୍ ରୁ ୩ଟି ରେ ବିଜୟ ହାସଲ କରିଛି। ଏହି ଗ୍ରୁପ୍ ରେ ସ୍କଟଲ୍ୟାଣ୍ଡ ୩ଟି ମ୍ୟାଚ୍ ରୁ ୨ ଟି ମ୍ୟାଚ୍ ଜିତି ୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ୨ଟି ମ୍ୟାଚରୁ ଗୋଟିଏ ଜିତି ସୁପର୍ -୮ ଦୌଡ଼ରେ ନିଜକୁ ଜୀବିତ ରଖିଛି।


ଗ୍ରୁପ୍ – ସି ରେ ୱେଷ୍ଟ ଇଣ୍ଡିଜ ୩ଟି ମ୍ୟାଚରେ ବିଜୟ ହାସଲ କରି ସୁପର୍ ୮ ରେ ସ୍ଥାନ ପକ୍କା କରିଛି।ଆଫଗାନିସ୍ଥାନ ତାର ୨ ମ୍ୟାଚରେ ଜିତି ସୁପର୍ ୮ ରେସ୍ ରେ ଆଗରେ ରହିଛି। ଏବଂ ନ୍ୟୁଜିଲ୍ୟାଣ୍ଡ ଆଗମୀ ୨ଟି ରୁ ୨ଟି ମ୍ୟାଚରେ ହାରି ଆଗମୀ ପର୍ଯ୍ୟାୟରୁ ବାଦ୍ ପଡ଼ିଛି।


ଗ୍ରୁପ – ଡି ରେ ମଧ୍ୟ ସମାନ ପରିସ୍ଥିତି ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ ରୁ ୬ ପଏଣ୍ଟ ହାସଲ କରିଥିବା ବେଳେ ବାଂଲାଦେଶ ଓ ନେଦରଲ୍ୟାଣ୍ଡ ୨ଟି ମ୍ୟାଚରୁ ଗୋଟିଏ ଲେଖାଏଁ ଜିତି ସୁପର୍ – ୮ ରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରିଛନ୍ତି। ସେହିପରି ଏହି ଗ୍ରୁପରୁ ଶ୍ରୀଲଙ୍କା ତାର ୩ଟି ମ୍ୟାଚ ରୁ ୨ଟି ରେ ପରାଜୟ ଓ ଗୋଟିଏ ମ୍ୟାଚ ବର୍ଷା କାରଣରୁ ଧୋଇହୋଇ ଯାଇଥିବାରୁ ବିଶ୍ବକପରୁ ବିଦା ହୋଇଛି।

Leave a Reply

Your email address will not be published. Required fields are marked *