ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ବାଜିରେ ଲାଗିଛି ଟାଣୁଆ ନେତାଙ୍କ ଭାଗ୍ୟ…

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ଟାଣୁଆ ନେତାଙ୍କ ଭାଗ୍ୟ। କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର ବନାମ ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ । ସେହିପରି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବେ ମନ୍ମଥ ରାଉତରାୟ। ସମ୍ବଲପୁରରେ ମଧ୍ୟ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏଠି ଦୁଇ ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ଓ ବବି ଦାସଙ୍କ ଭାଗ୍ୟ ବାଜିରେ ଲାଗିଛି।