ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ମ୍ୟାଚରେ ବି ବର୍ଷା ସାଜିପାରେ ଦାଉ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବିନା ଟସ୍ ରେ ବାତିଲ ହୋଇଥିଲା। ଏହାପରେ ଦ୍ବିତୀୟ ମ୍ୟାଚ୍ ରେ ବର୍ଷା ହୋଇଥିଲା, ଯାହା ପରେ ଡକ୍ ଓ୍ଵାର୍ଥ ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଖେଳାଯାଇଥିଲା । ଏଭଳି ସ୍ଥିତିରେ ଆଜି ହେବାକୁ ଥିବା ତୃତୀୟ ଟି-୨୦ରେ ବର୍ଷା ସମସ୍ୟା ସୃଷ୍ଟି କରିବ କି? ତେବେ ଆସନ୍ତୁ ଜାଣିବା ମ୍ୟାଚ୍ ସମୟରେ ପାଣିପାଗ କେମିତି ରହିବ।
ମ୍ୟାଚ୍ ର ପ୍ରାୟ ୪ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୪ଟାରୁ ବର୍ଷା ଆରମ୍ଭ ହେବ। ତା’ପରେ ସମୟ ବଢ଼ିବା ସହିତ ବର୍ଷାର ଆଶାଙ୍କା ମଧ୍ୟ ବଢ଼ିବ। ମ୍ୟାଚ୍ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ଟସ୍ ସମୟରେ ରାତି ୮ଟାରେ ବର୍ଷା ସମ୍ଭାବନା ୧୬ ପ୍ରତିଶତ ରହିବ। ତା’ପରେ ଘଣ୍ଟାଏ ପରେ ଏହା ୨୧ ପ୍ରତିଶତରେକୁ ବଢିଯିବ । ସେହିପରି ରାତି ୧୧ଟାରେ ପ୍ରାୟ ୩୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୫ରୁ ୨୦ କିଲୋମିଟର ବେଗରେ ପବନ ବହିବା ସହ ଆକାଶ ମେଘୁଆ ରହିବ। ପାଣିପାଗର ପୂର୍ବାନୁମାନକୁ ଦେଖିଲେ କୁହାଯାଇପାରେ ଯେ ଯଦି ଠିକ୍ ସମୟରେ ମ୍ୟାଚ୍ ଆରମ୍ଭ ହୋଇ ନ ପାରେ, ତେବେ ସମସ୍ୟା ସୃଷ୍ଟି ହୋଇପାରେ। ତେବେ ପୂର୍ବ ୨ଟି ଯାକ ମ୍ୟାଚରେ ବର୍ଷା ବାଧକ ସାଜିଛି , ସେହିପରି ଯଦି ବର୍ଷା କରଣରୁ ମ୍ୟାଚ ବାତିଲ ହୋଇଯାଏ ତେବେ ଏହି ଶୃଙ୍ଖଳାର ବିଜେତା ଦକ୍ଷିଣ ଆଫ୍ରିକାକୁ ଘୋଷିତ କରାଯିବା । କାରଣ ପୂର୍ବ ମ୍ୟାଚ ଘରୋଇ ଦଳ ଭାରତକୁ ୫ ୱିକେଟରେ ପରାସ୍ତ କରିଥିଲା ।