Asia cup 2023; ଏସିଆ କପ୍ ଫାଇନାଲରେ ଭାରତ ପକ୍ଷରୁ ସିଧାସଳଖ ଖେଳିପାରନ୍ତି ଏହି ଅଲରାଉଣ୍ଡର…

ଆସନ୍ତା କାଲି ଶ୍ରୀଲଙ୍କର କଲମ୍ବରେ ଖେଳାଯିବାକୁ ଥିବା ଏସିଆ କପର ଫାଇନାଲ ମ୍ୟାଚ୍ ଭାରତ ଏବଂ ଶ୍ରାଲଙ୍କା ମଧ୍ୟରେ ଆର. ପ୍ରେମାଦାସ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଟ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ ଝଟକା । ଏସିଆ କପ୍ ଫାଇନାଲରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଓ୍ଵାସିଂଟନ ସୁନ୍ଦର ସାମିଲ ହୋଇପାରନ୍ତି। ଅକ୍ଷର ପଟେଲଙ୍କ ବଦଳରେ ୱାଶିଂଟନ ସୁନ୍ଦର ଫାଇନାଲ ଖେଳିପାରନ୍ତି ବୋଲି ଜଣାପଡିଛି । ଏକ ରିପୋର୍ଟ ଅନୁଯାୟୀ ଅକ୍ଷର ପଟେଲ ଭାରତ-ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍ ରୁ ବାଦ୍ ପଡ଼ିପାରନ୍ତି। ତେବେ ଅକ୍ଷରଙ୍କ ସ୍ତାନରେ ୱାସିଂଟନ ସୁନ୍ଦରଙ୍କୁ ମିଳିପାରେ ସୁଯୋଗ । ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଫିଟ୍ ନାହାଁନ୍ତି । ତେବେ ଅକ୍ଷର ପଟେଲ ସାମାନ୍ୟ ସମସ୍ୟା ସହ ସଂଘର୍ଷ କରୁଥିବା କୁହାଯାଉଛି। ଆସନ୍ତା ମାସରେ ଦିନିକିଆ ବିଶ୍ବକପ ଥିବାରୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଏହି କାରଣରୁ ୱାଶିଂଟନ ସୁନ୍ଦରକୁ ବ୍ୟାକଅପ୍ ହିସାବରେ ଫାଇନାଲ ପାଇଁ ଡାକରା ଆସିଛି । ତେବେ ଶ୍ରୀଲଙ୍କା ବିପକ୍ଷ ଏସିଆ କପରେ ଫାଇନାଲରେ ୱାଶିଂଟନ ଏକ ସୁନ୍ଦର ଖେଳୁଛନ୍ତି କି ନାହିଁ ତାହା ଦେଖିବାର କଥା ରହିଲା ।