ଟି-୨୦ ବିଶ୍ଵକପ ଜିତିବାରେ ଭାରତ ରହିଛି ଆଗରେ, ଏମିତି କିଛି କହିଲେ ଏହି ବିଦେଶୀ ଖେଳାଳି…

ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚଛନ୍ତି । ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା ଓ ୧୫ ତାରିଖରେ କାନାଡ଼ା ସହିତ ଗ୍ରୁପ୍‌ ଏ’ ମ୍ୟାଚ୍‌ଗୁଡ଼ିକ ଖେଳିବ। ଭାରତ ୨୦୦୭ ଉଦ୍‌ଘାଟନୀ ସଂସ୍କରଣରେ ବିଜେତା ହେବା ପରଠୁ ଆଉ ଏହି ଫର୍ମାଟ ବିଶ୍ବକପ୍‌ ଜିତିପାରି ନାହିଁ।
‌ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଅନୁଷ୍ଠିତ ହେବାକୁ ଥବା ବିଶ୍ବକପ୍‌ ପାଇଁ ଭାରତ ପ୍ରଥମ ଦାବିଦାର ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଇୟୋନ ମର୍ଗନ । ମର୍ଗନ କହିଛନ୍ତି ଭାରତୀୟ ଦଳ ଏକ ମଜବୁତ୍ ଦଳ ଅଟେ । ମର୍ଗନଙ୍କ କହିବା ଅନୁସାରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଓ ଆମେରିକା ପରିସ୍ଥିତିରେ ଭଲ ପ୍ରଦର୍ଷନ କରିବ ।
ତେବେ ସୂଚନା ଯୋଗ୍ୟ ଦୀର୍ଘ ୧୧ ବର୍ଷ ହେବ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ୨୦୧୩ ରେ ଧୋନିଙ୍କ ଅଧିନାୟକତ୍ବରେ ଦଳ ଚାମ୍ପିୟାନ ଟ୍ରଫିର ବିଜେତା ହୋଇଥିଲା ।

Leave a Reply

Your email address will not be published. Required fields are marked *