ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି
ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା ବି କରିନଥିବେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଏହି ବ୍ୟାଟରଙ୍କ ସମର୍ଥନ ଏବେ ଭାରତର ପୂର୍ବତନ ହେର୍ଡ କୋଚ୍ ରବି ଶାସ୍ତ୍ରୀ କରିଛନ୍ତି । ରବି କହିଛନ୍ତି ଯେ, ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଆଗରେ ତିଲକ ଭର୍ମାଙ୍କୁ ରଖାଯିବା ଆବଶ୍ୟକ । ଗୋଟେ ପକ୍ଷରେ ଆୟରଙ୍କ ଆହତ ଚିନ୍ତା ବଢାଇଥିବା ବେଳେ ଅନ୍ୟ ପକ୍ଷରେ ଯାଦବଙ୍କ ଦିନିକିଆ ଫର୍ମକୁ ନେଇ ସମାଲୋଚନା ଚାଲିଛି । ତେବେ ଏହି ପରିସ୍ଥିତିରେ ୪ ନମ୍ବର ସ୍ଥାନରେ ତିଲକ୍ ବର୍ମାଙ୍କ ସମର୍ଥନ କରିବାର ସମୟ ଆସିଛି ବୋଲି ଶାସ୍ତ୍ରୀ ଷ୍ଟାର ସ୍ପୋର୍ଟସର ଏକ ସାକ୍ଷାତକାରରେ କହିଛନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ତିଲକ ବର୍ମା ମୋତେ ବହୁତ ପ୍ରଭାବିତ କରିଛନ୍ତି । ଯଦି ଦଳକୁ ଏକ ବାମହାତୀ ବ୍ୟାଟର ଆବଶ୍ୟକତା ରହିଛି ତେବେ ତିଲକ ବର୍ମା ଏହି ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ଅଟନ୍ତି । ସେ କହିଛନ୍ତି ଯେ ଭରତୀୟ ଦଳର ନଜର ଏବେ ଏସିଆ କପ ଉପରେ ରହିଛି କିନ୍ତୁ ଲକ୍ଷ୍ୟ ଅକ୍ଟୋବର – ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ଉପରେ ରହିଛି। ତେବେ ଏବେ ଦେଖିବାର ରହିଲା କି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ବିସିସିଆଇ ଚୟନକର୍ତ୍ତା କେତେ ଗ୍ରହଣ କରୁଛନ୍ତି।