କିଏ ଏହି ୩ ଖେଳାଳି ? ଯିଏ ହୋଇପାରନ୍ତି ରୋହିତଙ୍କ ମୁଣ୍ଡବିନ୍ଧାର କାରଣ ….. ଜାଣନ୍ତୁ

ଭୁବନେଶ୍ବର ; ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟା ୩୦ ରେ ଖେଳାଯିବ । ଟିମ୍ ଇଣ୍ଡିଆର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ରେଗ୍ ବ୍ରାଥୱାଇଟ୍ ଦଳର ମଙ୍ଗ ସମ୍ଭାଳିବେ । ଭାରତୀୟ ଦଳ ଗତ ୨୧ ବର୍ଷ ଧରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଭାରତୀୟ ଦଳ ବହୁତ ଶକ୍ତିଶାଳୀ ପରିଲିଖିତ ହେଉଛି । ଟିମରେ ଯୁବ ଏବଂ ଅଭିଜ୍ଞ ଖେଳାଳିମାନେ ସ୍ଥାନ ପାଇଛନ୍ତି, କିନ୍ତୁ ରୋହିତ ବାହିନୀଙ୍କ ପାଇଁ ଏହି ତିନି ୱେଷ୍ଟଇଣ୍ଡିଜ୍ ଖେଳାଳି ହୋଇପାରନ୍ତି ମୁଣ୍ଡ ବିନ୍ଧାର କାରଣ ।

ଜେସନ ହୋଲ୍ଡର

ୱେଷ୍ଟଇଣ୍ଡିଜ୍ ର ପୂର୍ବତନ ଅଧିନାୟକ ଜେସନ୍ ହୋଲ୍ଡର୍ , ସେ ତାଙ୍କର ଉତ୍କୃଷ୍ଟ ବୋଲିଂ ପାଇଁ ବେଶ୍ ଜଣାଶୁଣା । ଏହା ବ୍ୟତୀତ ସେ ଲୋୟର ଅର୍ଡରରେ ବ୍ୟାଟିଂ କରିବାରେ ମଧ୍ୟ ଜଣେ ପାରଦର୍ଶୀ ଖେଳାଳି ଅଟନ୍ତି । ସେ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ୭ ଟି ଟେଷ୍ଟରେ ୩୦୪ ରନ୍ ସଂଗ୍ରହ କରି ୧୪ ୱିକେଟ୍ ନେଇଛନ୍ତି । ଯଦି ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ, ତେବେ ଟିମ୍ ଇଣ୍ଡିଆର ବ୍ୟାଟର ମାନଙ୍କୁ ହୋଲ୍ଡରଙ୍କ ବୋଲିଂକୁ ସତର୍କତାର ସହ ଖେଳିବାକୁ ପଡିବ।

ତେଜ୍ ନାରାୟଣ ଚନ୍ଦ୍ରପାଲ

୨୭ ବର୍ଷିୟ ତେଜ୍ ନାରାୟଣ ଚାନ୍ଦ୍ରପାଲ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି। ସେଥିପାଇଁ ଭାରତୀୟ ଖେଳାଳି ତାଙ୍କ ଖେଳ ବିଷୟରେ ଅବଗତ ନାହାଁନ୍ତି। ଯେବେଠାରୁ ସେ ଡେବ୍ୟୁ କରିଛନ୍ତି ,ସେ କ୍ରିକେଟ୍ ଦୁନିଆରେ ଏକ ଚମତ୍କାର ଖେଳାଳି ହୋଇ ଉଭା ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ପାଇଁ ୬ ଟି ଟେଷ୍ଟରେ ସେ ଏପର୍ଯ୍ୟନ୍ତ ୪୫୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଗୋଟିଏ ଦ୍ୱିଶତକ ମଧ୍ୟ ରହିଛି।

କ୍ରେଗ୍ ବ୍ରାଥୱାଇଟ୍

ଏହି ସୂଚୀର ଶଷରେ ଅଛନ୍ତି ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ କ୍ରେଗ୍ ବ୍ରାଥୱାଇଟ୍ । ସେ ଭାରତ ବିପକ୍ଷରେ ୧୧ ଟି ଟେଷ୍ଟରେ ୪୪୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁତିରେ ୪ ଟି ଅର୍ଦ୍ଧଶତକ ସାମିଲ୍ ରହିଛି । ଏହା ବ୍ୟତୀତ ସେ ୬ ଟି ୱିକେଟ୍ ମଧ୍ୟ ନେଇଛନ୍ତି । ଯଦି ତାଙ୍କ ବ୍ୟାଟ୍ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଚାଲେ, ତେବେ ଟିମ୍ ଇଣ୍ଡିଆ ପାଇଁ ଅସୁବିଧା ବଢିପାରେ ।

Leave a Reply

Your email address will not be published. Required fields are marked *