ଏଥର ବିରାଟ କି ରୋହିତ ନୁହେଁ , ଭାରତୀୟ ଦଳର ନୂଆ ସଂକଟ ମୋଚକ ଏହି ଖେଳାଳି …

ଚିମ ଇଣ୍ଡିଆର ହୃଦୟ ଏବଂ ସ୍ପଦନ ହେଉଛନ୍ତି ରୋହିତ ଏବଂ ବିରାଟ କୋହଲି । ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ଦଳ ପାଇଁ ସର୍ବଦା ସଂକଟ ମୋଚକ ସାଜିଥାନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ଏମିତି ଜଣେ ଖେଳାଳି ରହିଛି । ଯାହା ପାଖରେ ଟିମର ଖରାପ ପରିସ୍ଥିତିକୁ ସାମ୍ନା କରିବାର ଦକ୍ଷତା ରହିଛି । ଏବଂ ଲଗାତାର ସେ ଦଳ ପାଇଁ ଖରାପ ପରିସ୍ଥିତିରେ ବ୍ୟାଟିଂ କରି ଦଳକୁ ବିଜୟର ପଥ ଦେଖାଇଛନ୍ତି ।
ଆଗାମୀ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଲଗାତାର ଭାବେ ଟି-୨୦ ମ୍ୟାଚ ଖେଳୁଛି । ଏହି ଟି-୨୦ ମ୍ୟାଚରେ ଏକ ଭିନ୍ନତା ଦେଖିବାରେ ମଧ୍ୟ ମିଳିଛି । ଦଳର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଟିମ ଉପରେ ଭରଷା ଦେଖାଉଛି ବିସିସିଆଇ । ସେ ଦକ୍ଷିଣ ଆଫ୍ରିକା ଟି -୨୦ ଶୃଙ୍ଖଳା ହେଉ କିମ୍ବା ଆଫଗାନିସ୍ତାନ ବିପକ୍ଷ ସିରିଜ । ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ରୋହିତ କୋହଲିଙ୍କୁ ଛାଡି ଆଉ ସବୁ ନୂତନ ଖେଳାଳିଙ୍କ ସହ ଖେଳିଥିଲା ଭାରତୀୟ ଦଳ । ତେବେ ଏହି ଦୁଇଟି ସିରିଜ ଭିତରୁ ଟିମ ଇଣ୍ଡିଆରେ ଦେଖାଦେଇଛି ଶୁଭ ସଂକେତ । କାରଣ ଭାରତୀୟ ଦଳ ଭିତରେ ଏମିତି ଏକ ବ୍ୟାଟର ରହିଛନ୍ତି ଯାହାର ଦକ୍ଷତା ଏହଂ ଖେଳର ସଚେତନତା ବିରାଟ ଏବଂ ରୋହିତଙ୍କ ସହିତ ସମାନ କହିବା ଅନୁଚିତ ହେବନାହିଁ । ଦଳକୁ ଖରାପ ପରିସ୍ଥିତିରୁ ଲଗାତାର ଏହି ଖେଳିଳି ବାହାର କରିଥିବା ନଜର ଆସିଛନ୍ତି ।

ତେବେ ଏହି ଖେଳାଳି ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ପାଇଁ ରଣଜି ଖେଳଥିବା ରିଙ୍କୁ ସିଂ । ରିଙ୍କୁ ସିଂ ଯେବେଠୁ ଟି-୨୦ କ୍ରିକେଟରେ ପାଦ ରଖିଛନ୍ତି, ସେବେଠୁ କ୍ରିକେଟ ଜଗତରେ ଏକ ପରିଚିତ ଚେହେରା ହୋଇ ଉଭା ହୋଇଛନ୍ତି । ଆୟାରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ରେ କ୍ୟାରିୟର ଆରମ୍ଭ କରିଥିବା ରିଙ୍କୁ ଏପର୍ଯ୍ୟନ୍ତ ୧୫ ଟି ମ୍ୟାଚ ଖେଳିଛନ୍ତି । ଏହି ୧୫ ଟି ମ୍ୟାଟରେ ୧୭୬.୨୩ ଷ୍ଟ୍ରାଇକରେଟରେ ସେ ୩୫୬ ରନ ସଂଗ୍ରହ କରିଛନ୍ତି । ସେହିପରି ତାଙ୍କ ବ୍ୟାଟିଂ ଆଭରେଜ ମଧ୍ୟ ୮୯.୦୦ ଯାହା ଟି-୨୦ କ୍ରିକେଟରେ ବହୁତ ଭଲ ଅଟେ । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଯେଉଁଠି ଭାରତୀୟ ଦଳ ମାତ୍ର ୨୨ ରନରେ ୪ ୱିକେଟ ହରାଇଥିଲା । ସେଭଳି ଏକ ପରିସ୍ଥିତିରେ ରିଙ୍କୁ ସିଂ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ୧୯୦ ରନର ଭାଗିଦାରି କରି ଭାରତକୁ ବିଜୟର ରାସ୍ତା ଦେଖାଇଥିଲେ । ତେବେ ରିଙ୍କୁ ଯଦି ଏହି ପରି ପ୍ରଦର୍ଶନ କରିବେ , କେବେ ଆଗାମୀ ଟି-୨୦ ବିଶ୍ବକପରେ ଭାରତ ପାଇଁ ସଂକଟ ମୋଚକ ହୋଇପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *