ସେମିଫାଇନାଲରେ ଭରତ ପାଇଁ ଏହି ଦୁଇ ଖେଳାଳି ହୋଇପାରନ୍ତି ଚିନ୍ତାର କାରଣ …

ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୯ଟି ଯାକ ମ୍ୟାଚ୍ ଜିତିଛି। ଦଳ ଏବେ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବେ। ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ ରୁ ୫ଟିରେ ବିଜୟୀ ହୋଇଛି। ଲିଗ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ପରାସ୍ତ କରିଥିଲା । କିନ୍ତୁ ସେମିଫାଇନାଲରେ କଡ଼ା ଟକ୍କର ହୋଇପାରେ। ଏହି ମ୍ୟାଚ୍ ରେ ଭାରତକୁ ରାଚିନ୍ ରବୀନ୍ଦ୍ର ଓ ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରତି ସାବଧାନ ରହିବାକୁ ପଡ଼ିବ। ଏହି ଦୁଇ ଖେଳାଳି ଭାରତୀୟ ଦଳ ପ୍ରତି ବିପଦର ଘଣ୍ଟି ହୋଇପାରନ୍ତି । ରଚିନ୍ ଏହି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ରଚିନ ରବୀନ୍ଦ୍ର ଟିମ୍ ଇଣ୍ଡିଆ ପାଇଁ ବଡ଼ ବିପଦ। ତାଙ୍କ ୱିକେଟ୍ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ରାଚିନ୍ ୯ଟି ମ୍ୟାଚ୍ ଖେଳି ୫୬୫ ରନ୍ କରିଛନ୍ତି। ସେ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିପକ୍ଷରେ ରାଚିନ୍ ଶତକ ହାସଲ କରିଥିଲେ। ସେ ପାକିସ୍ତାନ ବିପକ୍ଷରେ ୧୦୮ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୬ ରନ୍ କରିଥିଲେ। ସେହିପରି ଭାରତ ବିପକ୍ଷରେ ସେ ୭୫ ରନ୍ କରିଥିଲେ। ରାଚିନ୍ ବିସ୍ଫୋରକ ବ୍ୟାଟିଂ କରିବା ସହ ବୋଲିଂ ମଧ୍ୟ କରନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ ୨ଟି ୱିକେଟ୍ ନେଇଥିବାର ନଜର ଆସିଥିଲେ।

ସେହିପରି ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟଙ୍କ ବିଷୟରେ କହିବାକୁ ଗଲେ ସେ ୯ ଟି ମ୍ୟାଚରେ ୧୩ ଟି ୱିକେଟ ନେଇଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ବୋଲ୍ଟ ୩ଟି ୱିକେଟ୍ ନେଇଥିଲେ। ସେ ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ୩ଟି ୱିକେଟ୍ ନେଇଥିଲେ। ବୋଲ୍ଟ ଅଭିଜ୍ଞ ଏବଂ ଦଳ ପାଇଁ ଅନେକ ଥର ଭଲ ପ୍ରଦର୍ଶନ କରିଛନ୍ତି। ସେ 2019 ଦିନିକିଆ ବିଶ୍ବକପରେ ମଧ୍ୟ ଭାରତ ବିଫକ୍ଷରେ 2ଟି ୱିକେଟ ନେଇ ଭାରତକୁ ସେମିରୁ ବିଦା କରିଥିଲେ ।  

Leave a Reply

Your email address will not be published. Required fields are marked *