ଟି – ୨୦ ବିଶ୍ଵକପରୁ ବାଦ୍ ପଡି ପାରନ୍ତି ଏହି ଦୁଇ ନାମୀ ଖେଳାଳି…

ଭୁବନେଶ୍ଵର; ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ମାଟିରେ ଏହି ବର୍ଷ  ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ | ଭାରତୀୟ ଦଳ ଆୟର୍ଲାଣ୍ଡ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଜୁନ୍ 5ରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥି ସହିତ ଭାରତୀୟ ଦଳ ଜୁନ୍ ୯ ରେ ପାକିସ୍ତାନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ କ’ଣ ହେବ? କେଉଁ ଖେଳାଳି ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ? ଏପର୍ଯ୍ୟନ୍ତ ସ୍ତିର ହୋଇନାହିଁ କିନ୍ତୁ ଆଇପିଏଲ ପ୍ରଦର୍ଶନକୁ ଦେଖି ଲାଗୁଛି ଯେ ଏହି ୫ ଖେଳାଳିଙ୍କୁ ସ୍ଥାନ ନମିଳି ପାରେ ।


ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ କେଏଲ ରାହୁଲ । ତେବେ ଯଦି କେଏଲ ରାହୁଲଙ୍କ ଚଳିତ ଆଇପିଏଲ ପ୍ରଦର୍ଶନ ଉପରେ ନଜର ଦେବା ତାହାଲେ ସେ ୪ ଟି ମ୍ୟାଚରେ ୧୨୬ ରନ କରିଛନ୍ତି ଆଉ ସବୁଠୁ ଚିନ୍ତାର ବିଷୟ ହେଲା ତାଙ୍କର ଷ୍ଟ୍ରାଇକ ରେଟ । ସେ ମାତ୍ର ୧୨୮ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି । ଏଥିସହିତ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଖରାପ ଫର୍ମ ଅବିରତ ଜାରି ରହିଛି। ଏଥି ସହିତ, ଶ୍ରେୟସ୍ ଆୟର୍ ବିସିସିଆଇର ବାର୍ଷିକ ଚୁକ୍ତିରେ ମଧ୍ୟ ସ୍ଥାନ ପାଇ ନାହାଁନ୍ତି, ତେଣୁ ବିଶ୍ୱକପ୍ ଦଳରୁ ଶ୍ରେୟସ୍ ଆୟରଙ୍କ ନାମ କଟିଯାଇପାରେ ବୋଲି ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *