ତିନି ଫର୍ମାଟ୍ ତିନି ଅଧିନାୟକ ମଡେଲ୍ ଭାରତକୁ ଜିତାଇପାରେ “ଆଇସିସି” ଟ୍ରଫି

ଭୁବନେଶ୍ବର :ଡବଲ୍ୟୁଟିସି ଫାଇନାଲ ହାରିବା ପରେ ଭାରତରେ ଅଧିନାୟକ ପରିବର୍ତ୍ତନ କ୍ରୀଡା ପ୍ରେମୀଙ୍କ ମହଲରେ ଜୋର୍ ଧରିଛି । ଦୀର୍ଘ 10 ବର୍ଷ ହେଲାଣି ଭାରତ କୌଣସି ଆଇସିସି କପ୍ ନେବାରେ ବିଫଳ ହେବାର କାରଣ ବିସିସିଆଇ ଏବେବି ଖୋଜୁଛି । ମହେନ୍ଦ୍ର ସିଂ ଧୋନି ଦଳ ଛାଡିବା ପରଠୁ ବଡ଼ ଟ୍ରଫି କାହିଁଙ୍କି ଟିମ୍ ଇଣ୍ଡିଆ ହାତରେ ଲାଗୁନି ତାହା ଏବେ କ୍ରିକେଟ୍ ଜଗତ ପାଇଁ ବଡ଼ ପ୍ରଶ୍ନ । ଆଇପିଏଲରେ ଟ୍ରଫି ଜିତୁଥିବା ଅଧିନାୟକ ନିଜ ଦେଶ ପାଇଁ ଟ୍ରଫି ଜିତିବାରେ ଅସୁବିଧା ରହୁଛି କେଉଁଠି । କ’ଣ ପ୍ରଶିକ୍ଷକ ଏବଂ ଅଧିନାୟକଙ୍କ ମଧ୍ୟରେ ବୁଝାବଣା ଠିକ୍ ରହୁନି , ନା ଅଧିନାୟକ ଓ ଖେଳାଳିଙ୍କ ମଧ୍ୟରେ କିଛି ଠିକ୍ ରହୁନି। ନା ଜଣେ ଅଧିନାୟକ ତିନୋଟି ଫର୍ମାଟରେ ଅଧିନାୟିକତ୍ବ କରିବା ଫଳରେ ଚାପର ସିକାର ହେଉଛି । ଏମିତି ହଜାର ପ୍ରଶ୍ନ ଜଣେ ସାଧାରଣ ଦର୍ଶକ ମନରେ ଉଙ୍କି ମାରୁଥିବ ନିଶ୍ଟିତ । କେବଳ ବିରାଟ କୋହଲି କି ରୋହିତ ଶର୍ମାଙ୍କ ଅଧିନାୟତ୍ବରେ ଟିମ ଇଂଣ୍ଡିଆ ଆଇସିସି ପ୍ରତିଯୋଗିତାରେ ପଛରେ ପଡିନି । ଏହା ପର୍ବରୁ ସଫଳ କ୍ୟାପଟେନ ଭାବେ ଭାରତରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନି ମଧ୍ୟ 7 ଥର ଆଇସିସି ଟ୍ରଫି ଜିତିବାରେ ବିଫଳ ହେବା ରେକର୍ଡ ସମସ୍ତେ ଜାଣିଥିବେ । ଯଦି ବିଶ୍ବ କ୍ରିକେଟକୁ ଲକ୍ଷରେ ରଖାଯାଏ ତେବେ ପ୍ରତିଟି ଦଳ ତିନେଟି ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟକ ଚୟନ କରୁଛନ୍ତୁ ।2015 ଦିନିକିଆ ବିଶ୍ବକପରେ ଇଂଲଣ୍ଡ ବାଙ୍ଗ୍ଲାଦେଶଠୁ ନକ୍ ଆଉଟରେ ବାହାରିବା ପରେ ତିନି ଫର୍ମାଟ 3 ଅଧିନାୟକ ମଡେଲ ଆପଣେଇ 2019 ଦିନିକିଆ ବିଶ୍ବକପରେ ଦଳର ଭାଗ୍ୟ ପରିବର୍ତ୍ତନ ସମସ୍ତେ ଦେଖିଛନ୍ତି । ବର୍ତ୍ତମାନ ଭାରତୀୟ ଦଳର ପରିସ୍ଥିତିକୁ ଲକ୍ଷରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20ରେ ଅଧିନାୟକ ମିଳିବା ଆବଶ୍ୟକ ରହିଛି । ସେହିପରି ଟେଷ୍ଟରେ ରାହାନେ ଓ ଦିନିକିଆରେ ରୋହିତ ଶର୍ମା କ୍ୟାପଟେନ ଭାର ଗ୍ରହଣ କରିବା ଜରୁରୀ ବୋଲି କ୍ରୀଡା ସମିକ୍ଷକ ମତ ରଖୁଛନ୍ତି ।