ରାଜ୍ୟ ବିଜେପିରେ ଆରମ୍ଭ ହେବ କ୍ଷମତା ଅଳିନ୍ଦ ପାଇଁ ଶୀତଳଯୁଦ୍ଧ….
ଭୁବନେଶ୍ୱର : ରାଜ୍ୟରେ ବିଜେପି କ୍ଷମତାସୀନ ହୋଇଛି। ଦିନ କେଇଟା ମଧ୍ୟରେ ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ପାଇବ। ପ୍ରାୟ ଅଢେଇ ଦଶନ୍ଧି ପରେ ଓଡ଼ିଶା ନୂଆ ରାଜନୈତିକ ଉତ୍ତରାଧିକାରୀକୁ ସ୍ୱାଗତ କରିବ। ବିଜେପି ସଂଖ୍ୟାଗରିଷ୍ଠ ହୋଇଥିବାରୁ ଦଳ ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ ଆରମ୍ଭ ହୋଇଯାଇଛି। କେନ୍ଦ୍ରରେ ଅପେକ୍ଷାକୃତ କମ୍ ସଂଖ୍ୟକ ଆସନ ପାଇଥିବାରୁ ବିଜେପି ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ରହିବ ନାହିଁ। ତେଣୁ ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ପରି ମୁଖ୍ୟମନ୍ତ୍ରୀ କରିବ ନାହିଁ। ପ୍ରଶାସନ ଓ ସଙ୍ଗଠନ ଏବଂ ଓଡ଼ିଶାର ସାମାଜିକ ଚଳଣୀ ସମ ଖାପଖୁଆଉଥିବା ବ୍ୟକ୍ତିଙ୍କୁ ହିଁ ଏହି ଦାୟିତ୍ୱ ପ୍ରଦାନ କରାଯିବ। ଜଣେ ମୁଖ୍ୟମନ୍ତ୍ରୀ ସହ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସର୍ବାଗ୍ରେ ରହିଛି। ମାତ୍ର ଶ୍ରୀ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନ କରିବା ପାଇଁ ଦଳର ଏକ ବଡ଼ ଗୋଷ୍ଠୀ ଚାହୁଁଛି। ଏହା ମଧ୍ୟରେ ରହିଛନ୍ତି ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସିଂଦେଓ ପରିବାର। ଜେପି ନଡ୍ଡା, ବିଏଲ୍ ସନ୍ତୋଷଙ୍କୁ ଧରି ଉପରୋକ୍ତ ନେତା ଗଣ ରାଜ୍ୟ କ୍ଷମତା ଅଳିନ୍ଦରୁ ଧର୍ମେନ୍ଦ୍ରକୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ବୈଜୟନ୍ତ ଓ ଅପରାଜିତା କେନ୍ଦ୍ର କ୍ୟାବିନେଟ୍ କିମ୍ବା ରାଜ୍ୟରେ ଅନୁନ୍ୟ ଉପମୁଖ୍ୟମନ୍ତ୍ରୀ ପଦ ଆଶା କରୁଛନ୍ତି। ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ଏକାନ୍ତ ଅନୁଗତ ବୁଲୁ ପ୍ରଧାନଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରିଥିଲେ।