ରାଜ୍ୟସଭାରୁ ଟିଏମସି ସାଂସଦ ନିଲମ୍ବିତ …

ନୂଆଦିଲ୍ଲୀ; ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତୃଣମୂଳ କଂଗ୍ରେସର (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଓ’ବ୍ରାଏନ୍ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଗତକାଲି ଅପରାହ୍ନରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ପରେ ଗୁରୁବାର ବା ଆଜି ପୁଣି ଥରେ ସଂସଦ ଆରମ୍ଭ ହୋଇଛି। ଏହି ସମୟରେ ଓ’ବ୍ରାଏନ୍ ରାଜ୍ୟସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହାକୁ ନେଇ ତାଙ୍କୁ ଗୃହ ଛାଡ଼ିବାକୁ କୁହାଯାଇଥିଲା। ବାସ୍ତବରେ ଡେରେକ୍ ଓ’ବ୍ରାଏନ୍ ସଂସଦର ସୁରକ୍ଷାରେ ତ୍ରୁଟି ଉପରେ ଆଲୋଚନା ପାଇଁ ଦାବି କରିଥିଲେ। କିନ୍ତୁ ଏହା ଉପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖେଡ ଟିଏମସି ସାଂସଦଙ୍କ ନାମ ନେଇ ତାଙ୍କୁ ତୁରନ୍ତ ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଧନଖେଡ କହିଛନ୍ତି , ଡେରେକ୍ ଓ’ବ୍ରାଏନଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ କୁହାଯାଇଛି। ସେ ଅଧ୍ୟକ୍ଷଙ୍କୁ ଅବମାନନା କରିବେ ବୋଲି କହିଛନ୍ତି। ଡେରେକ୍ ଓ’ବ୍ରାଏନ୍ କହିଛନ୍ତି ଯେ ସେ ନିୟମକୁ ସମ୍ମାନ ଦେବେ ନାହିଁ। ଏହା ଏକ ଗମ୍ଭୀର ଅସଦାଚରଣ। ଏହା ଏକ ଲଜ୍ଜାଜନକ ଘଟଣା ବୋଲି ସଭାପତି କହିଛନ୍ତି ।