ଆଜି ପରିକ୍ରମା ପ୍ରକଳ୍ପ ,କାଲି ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ …

ଆଉ କିଛି ଘଣ୍ଟାର ଅପେକ୍ଷା ପରେ ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଂପନ୍ନ ହେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି ।

ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା । ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି । ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସବୁ ପ୍ରସ୍ତୁତି ସରିଛି । ଏବେ କେବଳ ଅପେକ୍ଷା ସେହି ଶୁଭ  ସମୟକୁ । ତେବେ ଏହାରି ଭିତରେ  ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଆଉ ଭକ୍ତ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାରଣ ସବୁ ଜିଲ୍ଲରୁ ପୁରୀକୁ ଗଡିବ ‘ଲକ୍ଷ୍ମୀ’ ବସ୍ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ । ଆସନ୍ତାକାଲି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନେଇ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍ଷ୍ମୀ’ ବସ୍ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ  ଆରମ୍ଭ ହୋଇଥିଲା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଏବଂ ତୃତୀୟ ପର୍ଯ୍ୟାୟରେ ସହରରୁ ଭାୟା ଦେଇ ଭୁବନେଶ୍ବର ପୁରୀକୁ ଗଡିବ ଏହି ବସ୍ । ତେବେ ଏଥିପାଇଁ ୧୫ଟି ନୂଆ ଭଲଭୋ ବସ୍ ଭୁବନେଶ୍ବରେ ପହଞ୍ଚି ସାରିଛି ।

Leave a Reply

Your email address will not be published. Required fields are marked *