ପଞ୍ଜାବର ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍ ୯ ମୃତ ୧୧ ଆହାତ

ଲୁଧିଆନା ; ଆଜି ସକାଳେ ପଞ୍ଜାବର ଲୁଧିଆନାରେ ଘଟିଛି ଏକ ବଡ ଅଘଟଣ । ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଚେତାଶୂନ୍ୟ ହୋଇଥିବା ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିବା ସହ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ ଲିକର କାରଣ ଜଣାପଡ଼ିନାହିଁ ।
ସୂଚନା ମୁତାବକ, ଲୁଧିଆନାର ସୁଆ ରୋଡ ନିକଟରେ ଥିବା ଶେରପୁର ଛକରେ ଥିବା ଏକ ଫ୍ୟାକ୍ଟ୍ରିରେ ଏହି ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି । ସକାଳ ୭.୧୫ ମିନିଟରେ ଗ୍ୟାସ ଲିକ୍ ହେବାର ପ୍ରଥମ ଖବର ମିଳିଥିଲା । ଘଟଣାରେ ୯ ମୃତଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅନେକ ରହିଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ । ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ନିଶ୍ୱାସ ନେବାକୁ ଅସୁବିଧା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇଛି ।